Monday, May 21, 2018

ଛାଡ଼ ଛାଡ଼ ରେ ଵାଦଵିଵାଦ

ଛାଡ଼ ଛାଡ଼ ରେ ଵାଦଵିଵାଦ
ପ୍ରତର୍କ କୋଳାହଳ
ଭିନ୍ନେ ହୋଇ ରେ ଦୂର୍ବଳ
ହେବା ଏକତା ଦେବ ବଳ

ଭାରତେ ଆମେ ବଣ୍ଟା ଟି ଥିଲେ
600 ଦେଶେ ଦିନେ
ଇଂରେଜ ଜାତି କାହୁଁ ଅଇଲା
ବଞ୍ଚିଲେ ପରାଧୀନେ....

ଚୀନା ମାନେରେ ଏକ ଥିଲେ
ହାରିଲେ ନାହିଁ ଯମା
ମାରି ତଡି଼ଲେ ଇଂରେଜରାଙ୍କୁ
ଡରିଲେ ନାହିଁ  ଯମା

ଆମେ ଆଜିକୁ କଳହ କରୁ
ମାନ ସମ୍ମାନ ପାଇଁ
ଜାତି ଭାଷାର ମଙ୍ଗଳ ହେତୁ
ମାନସିକତା କାହିଁ ?

ଉଠ ଉଠରେ କଳିଙ୍ଗୋତ୍କଳ
ଉଠ ତୁ ବେଗୀ ଉଠ
ଶୋଇ ରହିବୁ କେତେ  ତୁ ଆଉ
ହେଲାଣି ପରା ମଠ ।

ଭାରତଵର୍ଷେ ଯେତେ ଯେ ଜାତି
ଆଗେଇଲେଣି ଅନା
ତୋ ପାଇଁ କ’ଣ ଜଗତେ ଅବା
ହୋଇଛି ସବୁ ମନା ?

ମଠ କରନା ହଠ କରନା
ଏଯୁଗ ଶୁଣିବନି
ଶୋଇ ରହିଲେ ଚୁପ୍ ରହିଲେ
କିଛି ଟି ମିଳିବନି ।

ଶୋଇଲା ପୁଅ ଉଠରେ ଉଠ
ତୋ ଭାଗ ଟା ପାଇଁ
ତୁ ନ ଖାଇ ଶୋଇ ରହିଲେ
ଖାଇବ ଆନ ଭାଇ ।

No comments:

Post a Comment

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...