Saturday, May 26, 2018

-ପରିଚୟ-ହାସ୍ୟ କ୍ଷୁଦ୍ରଗଳ୍ପ

କାଶିନାଥ ଓରଫ କାଶିଆ ମହାନ ସୁରାପ୍ରେମୀ କାଳୁବାବୁଙ୍କ ଗୃହ ପଵିତ୍ର କରି ଜନ୍ମ ଗ୍ରହଣ କରିଥିଲେ । କାଶିଆର ପିଲାଦିନ ଅଭାଵ ଅନାଟନରେ କଟିଗଲା କିନ୍ତୁ ଶିଘ୍ର ହିଁ ସେ ତା’ର କେତେକ ବନ୍ଧୁ ଙ୍କ ସଂସ୍ପର୍ଶରେ ଆସି ଧାରାପ୍ରଵାହ ଗାଳି ଵର୍ଷଣ ଏଵଂ ପକେଟମାରୀ ଆଦି ଵିଶିଷ୍ଟ କଳାରେ ପାରଙ୍ଗମ ହୋଇଗଲା ।

ଚାହୁଁ ଚାହୁଁ ଦିନ କେତୁଟାରେ ସମାଜ ତାକୁ ବାବୁ ଡାକିବା ଆରମ୍ଭ କରିଦେଲା । କାଶିଆ ଏବେ କାଶିନାଥ ବାବୁ ,କାଶୀଭାଇ ହେଇଯାଇଥିଲା ।
କାଶୀଭାଇ ରାମପୁରୀ ଛୁରୀ ଚାଳନା ର କଳାଟା ଦ ଗ୍ରେଟ୍ ଗଳାକଟା ମୁନ୍ନା ଚାକୁଆ ଠାରୁ ଶିଖିଥିଲେ । ଈର୍ଷାଵଶତଃ କିଛି ଲୋକ କାଶୀଭାଇଙ୍କ ନାମରେ ପୋଲିସ ରିପୋର୍ଟ କଲେ । ଫଳରେ କାଶୀଭାଇଙ୍କର ପୋଲିସ ମାନଙ୍କ ସହିତ ମଧ୍ଯ ମଧୁର ସମ୍ବନ୍ଧ ସ୍ଥାପିତ ହୋଇଗଲା ଆଉ ଈର୍ଷାଳୁ ଲୋକଙ୍କର ହେଲା  କୁଟନୀତିକ ପରାଜୟ !

ଏହାଙ୍କର ଏଭଳି ଶତାଧିକ ସାହାସିକ କାର୍ଯ୍ୟ ରେ ପ୍ରଭାବିତ ହୋଇ ତାଙ୍କ ମହଲାର ଚଞ୍ଚଳାକୁମାରୀ ମୋହିତ ହୋଇଗଲା ।  ପ୍ରେମ ର ଶେଷ ପରିଣତି ହେଲା  ଵିଵାହ । ଏହି ଅର୍ନ୍ତଜାତୀୟ ପ୍ରେମ ଵିଵାହକୁ ମଧ୍ଯ ଅନେକ ଵିରୋଧ ଅଵରୋଧର ସାମ୍ନା କରିବାକୁ ପଡି଼ଥିଲା କିନ୍ତୁ ମୃଦୁ-ମିଷ୍ଠଭାଷୀ କାଶୀଭାଇ ଏକ ଏକ ଵିରୋଧୀଙ୍କୁ ପ୍ରେମପୂର୍ଵକ ନିଛାଟିଆ ସ୍ଥାନକୁ ନେଇଯାଇ ଯୁକ୍ତିଯୁକ୍ତ ତର୍କ ଦ୍ଵାରା ସେମାନଙ୍କୁ ସନ୍ତୁଷ୍ଟ କରିଦେଇଥିଲେ । କିଛି ଵର୍ଷ ତଳେ ଏକ ପାର୍ଟିର ନେତାଙ୍କର ଦୃଷ୍ଟି  ତାଙ୍କ ଉପରେ ପଡି଼ଲାରୁ ସେ ଆଉ କେବେ ଵି ପଛକୁ ଫେରି ଚାହିଁ ନାହାନ୍ତି ।                                                                                      

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...