Tuesday, May 15, 2018

ଘୁମୁସର ର ଫରାସୀ ଵିପକ୍ଷ ଗଣଵିଦ୍ରୋହ--ଓଡ଼ିଶାର ପ୍ରଥମ ମୁକ୍ତି ସଂଗ୍ରାମ



୧୭୫୩ ରୁ ୧୭୫୯ ମସିହା ପର୍ଯ୍ୟନ୍ତ ଵର୍ତ୍ତମାନ ଗଞ୍ଜାମ ଉପଖଣ୍ଡ(ଜିଲ୍ଲା)ର କେତେକ ଅଞ୍ଚଳ ଫରାସୀ ମାନଙ୍କ କର୍ତ୍ତ୍ଵତ୍ଵାଧୀନ ଥିଲା । ଏହି ସମୟରେ ଘୁମୁସର ର ରାଜା କୃଷ୍ଣଭଞ୍ଜ ଓଡ଼ିଶାର ପ୍ରଥମ ଵିଦେଶୀ ଓ ପରାଧୀନ ଶାସନର ଅଵରୋଧ କରିଥିଲେ ।

୧୭୫୭ ମସିହାରେ ଫରାସୀ ଜେନେରାଲ ଡିଵସ୍ ଗଞ୍ଜାମ ଅଞ୍ଚଳର ଅନେକ ଜମିଦାର ଓ ରାଜାମାନଙ୍କ ଠାରୁ ବାକିଆ ପାଉଣା ଆଦାୟ କରିବା ସହିତ ସାଧାରଣ ଜନତାଙ୍କ ଠୁଁ ଵି ନାନାଦି ଅନ୍ୟାୟ ଅତ୍ୟାଚାର କରି ଅଯଥା ପ୍ରାପ୍ୟ ପଇଠରେ ଵ୍ୟସ୍ତ ରହିଲେ ।  ଫଳରେ ଘୁମୁସର ର ଜନତା ଏ ଅନ୍ୟାୟ ଅତ୍ୟାଚାର ଵିରୋଧରେ ବିଦ୍ରୋହ କରିବାକୁ ଚେଷ୍ଟା କରିଥିଲେ । କିଛି ଦିନ ପରେ ଘୁମୁସର ରାଜା ସେମାନଙ୍କର ନେତୃତ୍ୱ ନେଲେ ।  ଫଳରେ ଫରାସୀ ମାନଙ୍କ ଵିପକ୍ଷରେ ଵ୍ୟାପକ ଵିଦ୍ରୋହ ଉଗ୍ର ରୂପ ଧାରଣ କଲା ।
ସେହି ବର୍ଷ ଅର୍ଥାତ୍ ୧୭୫୭ରେ ଫରାସୀ ସୈନିକ ଙ୍କ ସହ ରାଜା ପାଇକ ସୈନ୍ୟ ସହ ସାହସୀ ଘୁମୁସର ପ୍ରଜାଙ୍କ ମଧ୍ୟରେ ଯୁଦ୍ଧ ଲାଗିଯାଇଥିଲା । କେତେକ  ଗରିଲା ଯୋଦ୍ଧା ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ଛପି ଫରାସୀ ଫଉଜ ଵିପକ୍ଷରେ ଛକା-ପଞ୍ଜା ଯୁଦ୍ଧ କରୁଥାନ୍ତି । ଫଳତଃ ଫରାସୀ ମାନଙ୍କୁ ଏଥିରୁ ଵହୁ କ୍ଷତି ସହିବାକୁ ହୋଇଥିଲା ।
ତେବେ ବହୁ ଵାଧାଵିଘ୍ନ ସତ୍ତ୍ୱେ ଶେଷରେ ଘୁମୁସର ରଜା କୃଷ୍ଣଭଞ୍ଜ ବନ୍ଦୀ ହୋଇଥିଲେ ଏବଂ ଦୁଃସାଧ୍ୟ ଜଣାପଡୁଥିବା ଘୁମୁସର ଵିଦ୍ରୋହ ଶେଷକୁ ଦମନ ହୋଇପାରିଥିଲା । ଏହି ଯୁଦ୍ଧ ରେ 30 ଜଣ ଫରାସୀ ସୈନିକ ସମେତ ଫରାସୀଙ୍କର ଅନେକ ଦେଶୀୟ ଆରବୀୟ ଯୋଦ୍ଧା ନିହତ ହୋଇଥିଲେ । ଘୁମୁସର ଵିଦ୍ରୋହ ଵାସ୍ତଵିକ ହେଉଛି ଓଡ଼ିଶାର ପରାଧୀନ ଵିରୋଧୀ ପ୍ରଥମ ଗଣଵିଦ୍ରୋହ ଏଵଂ ଏହା ପାଇକ ଵିଦ୍ରୋହ ଠାରୁ ବହୁପୂର୍ଵରୁ ଦକ୍ଷିଣ ଓଡ଼ିଶାରେ ସଂଗଠିତ ହୋଇଥିଲା । ଦୁଃଖର ଵିଷୟ ଆଜି ସ୍ଵାଧୀନତା ର 70 ବର୍ଷ ପରେ ମଧ୍ୟ ଓଡ଼ିଶାର ୯୦% ଲୋକ ଏ ଘଟଣା ଵାଵଦରେ କିଛି ଜାଣିନାହାନ୍ତି ।
ଓଡ଼ିଶାରେ କୋମଳମତି ଵାଳକଵାଳିକାଙ୍କୁ ଏସବୁ ଇତିହାସ ପଢାଯାଉନାହିଁ ତାହା ଚିନ୍ତାର ଵିଷୟ ।

ପୁସ୍ତକ ସୌଜନ୍ୟ:-ଓଡ଼ିଶାର ମୁକ୍ତି ଵିଦ୍ରୋହ
(ଯଦୁନାଥ ଜେନା)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...