Tuesday, May 22, 2018

ଦୁନିଆରେ ଏମିତି ଏକ ସାଗର ଯେଉଁଠି ମଣିଷ ମାନେ ପହଁରିଲେ ମଧ୍ଯ ବୁଡି଼ଯାଅନ୍ତିନି



ଇଜ୍ରାଏଲ୍ ର ମୃତ ସାଗର ପୃଥିବୀର ଆଶ୍ଚର୍ଯ୍ୟ ଜନକ ସ୍ଥାନ ମଧ୍ୟରେ ଅନ୍ୟତମ । ଏହାର ସୌନ୍ଦର୍ଯ୍ୟ ଓ ଭେଳିକି ଉପଲବ୍ଧି ପାଇଁ ପୃଥିବୀର ଵିଭନ୍ନ ଦେଶରୁ ପର୍ଯ୍ୟଟକ ଆସିଥାନ୍ତି ।
    

ଇଜ୍ରାଏଲ୍ ର ମୃତସାଗର ଦୁନିଆରେ ସବୁଠାରୁ ଛୋଟ କମ୍ ଆୟତନ ଵିଶିଷ୍ଟ ସାଗର । ଏହା ମାତ୍ର 48 ମାଇଲ୍ ଲମ୍ଵା,15 ମାଇଲ୍ ଚଉଡା଼ ଏବଂ ସମୁଦ୍ର ପତ୍ତନ ଠାରୁ ପ୍ରାୟ 1,375 ଫୁଟ ଯାଏଁ ଗଭୀର ଥିବା ଜଣାଯାଏ ।

ସାଧାରଣ ସମୁଦ୍ର ଜଳ ଅପେକ୍ଷା ଏହାର ଜଳ ୩୩℅ ଅଧିକ କ୍ଷାର ତେଣୁ ଏଠାରେ କୌଣସି ସାମୁଦ୍ରିକ ଜୀବ ବଞ୍ଚିପାରନ୍ତିନି । ଏଥିପାଇଁ ଏହାର ନାମ ମୃତସାଗର ରଖାଯାଇଛି । ତେବେ ଏହାର ଜଳରେ ସ୍ନାନ କଲେ ମନୁଷ୍ୟ ଆଦି ଅଜଳଚର ପ୍ରାଣୀଙ୍କ ପକ୍ଷରେ ବଡ଼ ହିତକର ବୋଲି କେତେକ ଗଵେଷଣାରୁ ଜଣାପଡିଛି ।


ଏ ସାଗରର ସବୁଠାରୁ ବଡ଼କଥା ହେଲା ଏଥିରେ ମଣିଷ ଆଦି ଜୀବ ବୁଡ଼ି ନଯାଇ ଭାସିଥାନ୍ତି । ଫଳରେ ଏହାର ଜଳପରେ
ରହି କହି ଵି ଖାଇପାରେ,ମାଗାଜିନ୍ ପଢିପାରେ ସେଥିପାଇଁ ଏହା ପାଲଟିଛି ଆକର୍ଷଣ ର ମୂଳକେନ୍ଦ୍ର ଵିନ୍ଦୁ


ଏ ସାଗରର ମୂଳ ଜଳସ୍ରୋତ ଜୋର୍ଡାନ୍ ନଦୀ ଏବଂ ଆଖପାଖର ଛୋଟ ନାଳ ଏବଂ ଝର

1960 ଦଶକ ପରେ ଏହି ଜଳାଶୟ ରୁ ଜଳଯୋଗାଣ କାରୀ କେତେକ ନାଳର ରାସ୍ତା ବଦଳେଇବା ସହ ଜୋର୍ଡାନ୍ ନଦୀରେ ମଧ୍ଯ ପାଇପଲାଇନ୍ ପକେଇ ଦିଆଗଲା । ଏଥିରେ ଇଜ୍ରାଏଲ୍ ର ସାଧାରଣ ଜନତା ତ ଲାଭାନ୍ଵିତ ହେଲେ କିନ୍ତୁ ଏହି ଜଳାଶୟ କୁ ଜଳର ଉ
ଅଭାବ ଉତ୍ତରୋତ୍ତର ବୃଦ୍ଧି ପାଇବାରେ ଲାଗିଲା । ମୃତସାଗର ପାଇଁ ଉତ୍କଟ ଜଳାଭାବର ଅନ୍ୟ ଏକ କାରଣ ମିନରାଲ୍ ଇଣ୍ଡଷ୍ଟ୍ରୀ ଵି ଅଟେ ଯାହା ଏ ଅଞ୍ଚଳରେ ମାତ୍ରାଧିକ ସକ୍ରିୟ ଅଛନ୍ତି । 


ଯଦି ମୃତସାଗରର ସୁରକ୍ଷା ହେତୁରୁ ଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଏ ତେବେ ଆସନ୍ତା ଦ୍ଵୀ ଶତାବ୍ଦୀ ପରେ ଏହା କେବଳ ଇତିହାସ ହୋଇ ରହିଯିବ !

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...