Thursday, May 17, 2018

●●ସ୍ଵର ଓ ସ୍ଵରଵର୍ଣ୍ଣ●●

--ସ୍ଵରଵର୍ଣ୍ଣ--ଅ,ଆ,ଇ,ଈ,ଉ,ଊ,ଋ,ୠ,ଏ,ଐ,ଓ,ଔ,ଌ(l̥ū),ୡ(l̥ūū)

→ହର୍ସ୍ଵ ସ୍ଵର-ଅ,ଇ,ଉ,ଋ,ଌ
→ଦୀର୍ଘ ସ୍ଵର-ଆ,ଈ,ଊ,ୠ,ୡ
→ମୂଳ ସ୍ଵରଵର୍ଣ୍ଣ:-ଅ,ଇ,ଉ,ଏ,ଓ

→●ଌ ଓ ୡ ର ଉଚ୍ଚାରଣ ଓ ଵ୍ୟଵହାର ଓଡ଼ିଆ ଭାଷାରୁ ଵିଲୁପ୍ତ ହୋଇସାରିଛି ତେବେ କେତେକ ଇଂରାଜୀ ତଥା ଅନ୍ୟ ଵୈଦେଶିକ ଶବ୍ଦ ର ଉଚ୍ଚାରଣ ଓ ଵ୍ୟାପକ କୁ ଦୃଷ୍ଟି ରେ ରଖି ଏହାର ପୁନଃ ପ୍ରଚଳନ କରାଯାଇପାରିବ ବୋଲି ଆଶା ଅଛି  ।
→●ଦୀର୍ଘ ୠ ର ଵ୍ୟଵହାର ଓଡ଼ିଆ ଭାଷାରେ ଅତ୍ୟଳ୍ପ ଥିଲା ବେଳେ ଓଡ଼ିଆ ଭାଷାର ଋ ର ଉଚ୍ଚାରଣ ରୁ ପରି ହୋଇଥାଏ ।
→●ଭାଷାବିଦ ଙ୍କ ମତରେ ‛ଋ’ ଓ ‛ୠ’ ଵ୍ୟଞ୍ଜନ ଵର୍ଣ୍ଣ ‛ର’ ର ସ୍ଵରଵର୍ଣ୍ଣ ରୂପ ଏବଂ
‛ଲ’ ର ସ୍ଵରଵର୍ଣ୍ଣ ରୂପ ହେଉଛି ଌ ଓ ୡ

→● ସ୍ଵରଵର୍ଣ୍ଣ ରେ କଣ୍ଠ୍ୟ ଵର୍ଣ୍ଣ
-କଣ୍ଠ ଦ୍ବାରା ଉଚ୍ଚାରିତ ସ୍ଵରଵର୍ଣ୍ଣ ବର୍ଣ୍ଣ --- ଅ, ଆ

→●ସ୍ଵରକୁ ତାହାର ଗୁଣ ଅନୁସାରେ ଵିଭନ୍ନ ରୂପେ ଵିଭାଗୀକରଣ କରାଯାଇପାରେ

★ଜିହ୍ଵା ର ଉଚ୍ଚତା ଅନୁସାରେ★

କ■ଵିବୃତ(ଖୋଲା ହୋଇଥିବା, ଜିଭ ତଳେ ପଡି଼ ରହିବା ଅଵସ୍ଥା/E.open)
ଖ■ଅର୍ଦ୍ଧ ଵିବୃତ (half-open)
ଗ■ମଧ୍ୟ ଵିବୃତ
ଘ■ଅର୍ଦ୍ଧ ସଂବୃତ(half-closed)
ଙ■ସଂବୃତ(ଅତ୍ୟନ୍ତ ସଂକୀର୍ଣ୍ଣ,ଅର୍ଥାତ୍ ଜିଭ ମୁଖର ଉପର ଅଂଶଯାଏଁ ଉଠିରହିଥାଏ/closed)
ତେବେ International Phonetic Alphabet ଵା ଆଇପିଏ ଅନୁସାରେ ଵୈଶ୍ଵିକ ଭାଷାଗୁଡିକରେ vowel height ଵା ସ୍ଵର ଉଚ୍ଚତା କୁ ସାତୋଟି ଵିଭନ୍ନ ଭାଗରେ ଵିଭକ୍ତ କରାଯାଇଛି କିନ୍ତୁ ଦେଖାଯାଏ ଦୁନିଆ ରେ ଏମିତି କୌଣସି ଭାଷା ନାହିଁ ଯେଉଁଥିରେ ଏସମସ୍ତ ଉଚ୍ଚାରଣ ବୈଶିଷ୍ଟ୍ୟ ଦେଖାଯାଏ
ସେଗୁଡ଼ିକ ଯଥା:-
କ→ close(high)
ଖ→near-close(near-high)
ଗ→close-mid(high-mid)
ଘ→mid(true-mid)
ଙ→open-mid(low-mid)
ଚ→near-open(near-low)
ଛ→open(low)
ପୃଥିବୀରେ ଏହି ଭେଦରେ ସମୁଦାୟ 39ଟି ସ୍ଵର ଥିବା ଦେଖାଯାଏ
ସେଗୁଡ଼ିକ ଯଥା:-//y,ɨ,ʉ,ɯ,u,ɪ,ʏ,ɪ,̈ʊ̈,ɯ̽,ʊ,e,ø,ɘ,ɵ,ɤ,o,e̞,ø̞,ə,ɵ̞,ɤ,̞o,̞ɛ,œ,ɜ,ɞ,ʌ,ɔ,æ,ɐ,ɞ̞,a,ɶ,ä,ɒ,̈ɑ,ɒ,//

★ଜିଭର କେଉଁ ଅଂଶ ଉଠିରହିଥାଏ●
କ■ଅଗ୍ରସ୍ଵର/ front vowel
ଖ■ମଧ୍ୟ ସ୍ଵର/ mid vowel
ଗ■ପଶ୍ଵ ସ୍ଵର/ back vowel
କିନ୍ତୁ
★IPA ନିୟମାନୁସାରେ ଵୈଶ୍ଵିକ ଭାଷାଗୁଡିକ ରେ ସ୍ଵରଵର୍ଣ୍ଣତା★
ଏହା ମୁଖ୍ୟତଃ ପାଞ୍ଚଟି
→front
→near-front
→central
→near-back
→back

★ଓଠର ସ୍ଥିତି ଅନୁସାରେ★
କ■ପ୍ରସୃତ/unrounded-ଖୋଲା ଓଷ୍ଠଯୁକ୍ତ
ଖ■ଵର୍ତ୍ତୁଳ/rounded-ଗୋଲାକାର ଓଷ୍ଠଯୁକ୍ତ
ଗ■ଅର୍ଦ୍ଧ ଵର୍ତ୍ତୁଳ/semi-rounded

★ମାତ୍ରା ଦୃଷ୍ଟି ରୁ★
କ■ହ୍ରସ୍ଵ/ short
ଖ■ଦୀର୍ଘ/ long
ଗ■ପ୍ଲୁତ/ very long

→●ଦୁନିଆରେ Ndu language କୁ ଛାଡ଼ି ଦେଲେ ଏମିତି କୌଣସି ଭାଷା ନାହିଁ ଯହିଁରେ ତିନି ରୁ କମ୍ ସ୍ଵରଵର୍ଣ୍ଣ ଥିବ
Ndu ଭାଷାରେ ମାତ୍ର ଦୁଇଟି ମୂଳ ସ୍ଵରଵର୍ଣ୍ଣ ଥିବା ଦାବିକରାଯାଏ ତାହା ହେଉଛି /ə/ ଏବଂ /a/ ତେବେ ଏଥିରେ ଏକ (ɨ) ସ୍ଵର ମଧ୍ୟ ରହିଥିବା କେତେକ ଭାଷାବିତ ମତ ଦିଅନ୍ତି କିନ୍ତୁ ତାହା ଏକ epenthetic ସ୍ଵର
→●
୧.ମାନକ ଡେନିସ୍ ଭାଷାରେ ଦଶରୁ ତେରଟି ସ୍ଵର ମିଳେ
ଦ୍ର:- (/(a) ɑ (ɐ) e ə ɛ i o ɔ u ø œ y/),
୨.Amstetten ଭାଷାର ଉପଭାଷା Bavarian ରେ ତେର ଟି ଦୀର୍ଘ ସ୍ଵର ଥିବା ଦେଖାଯାଏ
ଦ୍ର:-(/iː yː eː øː ɛː œː æː ɶː aː ɒː ɔː oː uː/)
୩.Spanish ଏବଂ French ପରସ୍ପର ର ବହୁତ ନିକଟତର ଭାଷା ହୋଇ ମଧ୍ୟ
ସ୍ପାନିଶ୍ ରେ ମାତ୍ର /a, e, i, o, u/ ପାଞ୍ଚଟି ସ୍ଵର ଥିଲା ବେଳେ  ଶାସ୍ତ୍ରୀୟ ଫ୍ରେଞ୍ଚ ଭାଷାରେ  ଏଗାରଟା ସ୍ଵର ମିଳିଥାଏ :/a, ɑ, e, ɛ, i, o, ɔ, u, y, œ, ø/
୪.ଭିଏତନାମୀ ଭାଷାରେ ଏଗାରଟି ସ୍ଵର ଅଛି  /i e ɛ ɐ a ə ɔ ɤ o ɯ u/
୫.ଚୀନ ଦେଶୀୟ wu ଭାଷାର
Jinhui dialectରେ  ଦଶଟି ମୂଳ ସ୍ଵର /i y e ø ɛ ɑ ɔ o u ɯ/ ସହିତ ଗୋଟିଏ restricted /ɨ/ ସ୍ଵର ଅଛି ।
୬.ପୃଥିବୀର ଯେତେ ଭାଷା ଅଛି ତନ୍ମଧ୍ୟରେ ଗୋଟିଏ ସ୍ଵର ସର୍ଵଥା ସାଧାରଣତଃ ଦିଶିଯାଏ
ତାହା ହେଉଛି [a̠]

Source::-internet

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...