Wednesday, May 30, 2018

ଆଳସ୍ଯ ଭକ୍ତ—ଗୁଲାବ ରାୟ

ହିନ୍ଦୀରେ ଏକ ପ୍ରଶିଦ୍ଧ ଲୋକୋକ୍ତି ଅଛି
“ଅଜଗର କରେ ନି ଚାକିରୀ,
ପକ୍ଷୀ କରେନି କାମ ।।
ଦାସ ମଲୁଖା କହିଗଲେ
ସଭିଙ୍କ ଦାତା ରାମ ।।”

ସାଧୁ !
ମନୁଷ୍ୟ ଶରୀର ଆଳସ୍ୟ ପାଇଁ ହିଁ ତିଆରି ହୋଇଛି । ଯଦି ଏମନ୍ତ ହୋଇନଥାନ୍ତା ତେବେ ମାନବ-ଶିଶୁ ମଧ୍ଯ ଜନ୍ମ ହେବା ମାତ୍ରେ ମୃଗଶାଵକ ପରି ଡିଁଆକୁଦା ଆରମ୍ଭ କରିଦିଅନ୍ତା,କିନ୍ତୁ ପ୍ରକୃତି ର ଶିକ୍ଷା କୁ ଆଜି ମାନୁଛି କିଏ । ନୂଆ ନୂଆ ଆଵଶ୍ୟକତା ବଢାଇ କରି ମଣିଷ ନିଜ ଜୀଵନକୁ ଆଜି ଅସ୍ଵାଭାଵିକ କରିସାରିଛି । ମନୁଷ୍ୟ କୁ ହିଁ ଈଶ୍ଵର ପୂର୍ଣ୍ଣ ଆରାମ ପାଇଁ ଗଢିଛନ୍ତି । ଅନ୍ୟ ଜୀଵଙ୍କର ଓ ମଣିଷ ର ଶୟନ ଵିଷୟରେ ଥରେ ଭାବନ୍ତୁ ତ ! ହାୟେ ! ଧନ୍ୟ ସେ ଈଶ୍ୱର ଯିଏ ମଣିଷଙ୍କୁ ଖଟ ଉପରେ ପିଠିକରି  ଶୋଇପାରିବାର ଯୋଗ୍ୟତା ଦେଇଅଛନ୍ତି କିନ୍ତୁ ଅନ୍ୟ ଅଧିକାଂଶ ଜୀବଙ୍କୁ ଭଲରେ ଦେଖନ୍ତୁ ସେମାନଙ୍କୁ ଆପଣ ପେଟେଇ ଶୋଇବାର ହିଁ ଦେଖିବାକୁ ପାଇବେ । ମନୁଷ୍ୟ ଚାହିଁଲେ ଯେତେ ପେଟ ଫଟେଇ ଖାଇଲେ ଵି ତା’ର ଚିନ୍ତା ନାହିଁ । ସେ ତ ପିଠି ବଳରେ ଆରାମ ରେ ଶୋଇଯାଇପାରେ । ଈଶ୍ୱର ମନୁଷ୍ୟ ମାନଙ୍କ ପାଇଁ ବହୁ ପୂର୍ବରୁ ଆରାମର ଵ୍ୟଵସ୍ଥା କରିସାରିଛନ୍ତି କିନ୍ତୁ ମଣିଷ ମାନେ କେବେ ବି ଏହାର ପୂର୍ଣ୍ଣ ଉପଯୋଗ କରୁନାହାନ୍ତି ।
ନିଦ୍ରା ର ସୁଖ ସମାଧି ସଖଠାରୁ ମଧ୍ଯ ଉଚ୍ଚତର ତେବେ ଲୋକେ ଏ ସୁଖ ଅନୁଭବ କରିବା କ୍ଷେତ୍ରରେ ବାଧାବିଘ୍ନ ଉପୁଜାନ୍ତି । କୁହନ୍ତି ସଖାଳୁ ଉଠ,କାହିଁକି ନା ପକ୍ଷୀ ଆଉ ଜୀବ ସକାଳୁ ଉଠନ୍ତି କିନ୍ତୁ ସେମାନେ ଭୂଲିଯାନ୍ତି ଯେ ଆମେ ମନୁଷ୍ୟ ସେମାନେ ପଶୁ ଅଟନ୍ତି....
କଣ୍ ଆମର ଏତିକି ଵି ଵିଶେଷତା ନାହିଁ ଯେ ସୁଖ ର ନିଦ୍ରା ଶୋଇପାରିବା .....!
କାହିଁ ଶଯ୍ୟାର ସ୍ଵର୍ଗୀୟ ସୁଖ ଆଉ କାହିଁ ବାହାରର ଖରା ଉଷୁମ ପଵନ ଏଵଂ ଅସହ୍ୟ କଷ୍ଟ ? ଏହି ଵିଷୟରେ ନିର୍ଦ୍ଦୟୀ ସମାଜ କାହିଁକି ଚିନ୍ତାକରେନି ? ଯଦି ତାଙ୍କ ଭାଗ୍ୟରେ ଶୟନସୁଖ ନାହିଁ ତାହେଲେ କ’ଣ ଅନ୍ୟ ମାନଙ୍କୁ ଵି ନିଦ୍ରାରୁ ବଞ୍ଚିତ କରି ମାରିବେ ?
ଗୋଟାଏ ପଟେ କିଛି ଲୋକ ସୁଖନିଦ୍ରା ପାଇଁ ସହସ୍ର ସହସ୍ର ଟଙ୍କା ପାଣି ପରି ବହାଇ ଦିଅନ୍ତି କିନ୍ତୁ ଏ ଅଵୈତନିକ ଉପଦେଶକ ଲୋକ ସ୍ଵାଭାଵିକ ନିଦ୍ରାକୁ ଆଳସ୍ୟ ଓ ଦରିଦ୍ରତାର ଚିହ୍ନ ବୋଲି ପ୍ରଚାର କରନ୍ତି ।
ଲୋକେ କୁହନ୍ତି ଅଳସୁଆଙ୍କ ଦ୍ଵାରା ସଂସାର ର କିଛି ଵି ଲାଭ ହୁଏନାହିଁ କିନ୍ତୁ ମୁଁ କହିବି ଯଦି ମନୁଷ୍ୟ ମଧ୍ୟରେ ଆଳସ୍ୟ ନଥାନ୍ତା ତେବେ ଆଜି ତା’ର ଏ ଵାସ୍ତୁଵାଦୀ ଉନ୍ନତି କେବେଵି ସମ୍ଭବପର ହୋଇପାରିନଥାନ୍ତା ।
ଆଳସ୍ୟ ଯୋଗୁଁ ହିଁ ମଣିଷ ଖଟ ଠାରୁ ଗାଡି଼ ଯାଏଁ ସମସ୍ତ ସୁଖସୁଵିଧାର ଵସ୍ତୁ ସୃଷ୍ଟି ହୋଇନଥାନ୍ତା ଅଉ ମଣିଷ ତା ପ୍ରାଚୀନ ପୂର୍ଵଜଙ୍କ ପରି କା ଏ ଗଛରୁ ସେ ଗଛ ଡେଇଁ ବୁଲୁଥାନ୍ତା । ମନୁଷ୍ୟ ଆଳସ୍ୟର ପୂଜକ ଥିଲା ତେଣୁ ତାକୁ ଆଉ ଗଛରୁ ଗଛକୁ ଡେଇଁବାକୁ ହେଉନାହିଁ ଵରଂ ସେ ଲୋଡ଼ା ପଡି଼ଲେ  ପକ୍ଷୀ ଭଳି ଆକାଶରେ ଉଡୁଛି ନହେଲେ ମାଛ ପରି ପାଣିରେ ପହଁରି ପାରୁଛି । ଆଳସ୍ୟ ପାଇଁ ହିଁ ଟେଲିଫୋନ ଠାରୁ ଟିଭି ,ରେଡ଼ିଓ ମୋବାଇଲ ଯାଏଁ ସମସ୍ତ ଆଧୁନିକ ଵୈଷୟିକ ଵସ୍ତୁ ର ଆଵିଷ୍କାର ହୋଇପାରିଛି । ଇଂରାଜୀ ରେ କୁହନ୍ତି “Necessity is the mother of invention” ଅର୍ଥାତ “ଆଵଶ୍ୟକତା ଆଵିଷ୍କାର ର ଜନନୀ” କିନ୍ତୁ ବହୁତ ଲୋକ ବୋଧହୁଏ ଜାଣିନଥିବେ ଯେ ଆଵଶ୍ୟକତା ଆଳସ୍ୟର ଆତ୍ମଜା ଅଟଇ....
କାରଣ ଆଳସ୍ୟରେ ହିଁ ଆଵଶ୍ୟକତାର ଉଦୟ ହୋଇଥାଏ । ଯଦି ଆପଣ ସ୍ଵୟଂ ଯାଇ ନିଜ ମିତ୍ର ସହିତ କଥା ହେଉଥାନ୍ତେ ତେବେ ଟେଲିଫୋନ ର ଆଵଶ୍ୟକତା କଣ୍ ରହିଯାନ୍ତା ? ନିଜେ ଗୀତ ଗାଇପାରୁଥିଲେ ନାଚିପାରୁଥିଲେ ନିଜର ମନୋରଞ୍ଜନ ସ୍ଵୟଂ କରିପାରୁଥିଲେ ଟିଭି ରେଡ଼ିଓ ର ଆଵଶ୍ୟକତା ପଡନ୍ତା କି ?
ଯଦି ମନୁଷ୍ୟ ନିଜ ହାତରେ କାମକରିବାକୁ ନେଇ  ଆଳସ୍ୟ  ନକରିଥାନ୍ତା ତେବେ କଣ୍ ଏତେ ସବୁ ଯନ୍ତ୍ରପାତି ଓ କଳକବଜ୍ଜା ଗଢି ଉଠିଥାନ୍ତା ?
ସଂସାରର ବଡ଼ ବଡ଼ ଆଵିଷ୍କାର ଅଳସ୍ୟତାରେ ହିଁ ହୋଇଅଛି । ଵାଷ୍ପଶକ୍ତିକୁ ନେଇ ଯନ୍ତ୍ର ଆଵିଷ୍କାର କରିଥିବା ଵାଟ୍ ମହାଶୟଙ୍କର ସେତେବେଳେ ହିଁ ଏ ଜ୍ଞାନ ଉଦୟ ହୋଇପାରିଥିଲା ଯେତେବେଳେ ସେ ସାଙ୍ଗ ମାନଙ୍କ ସହିତ ଅଦରକାରୀ ଖଟି ଓ ମଜା ମସ୍ତି ରେ ନିମଜ୍ଜିତ ରହୁଥିଲେ । ନ୍ୟୁଟନଙ୍କୁ ତାଙ୍କର ଗୁରୁତ୍ଵାକର୍ଷଣ ସିଦ୍ଧାନ୍ତ ମଧ୍ଯ ନିତାନ୍ତ ଵେକାରୀ କାଳରେ ମିଳିଥିଲା । ଵିଶ୍ଵର ବଡ଼ ବଡ଼ କଳ୍ପନା ସେଇମାନେ ହିଁ କରିଛନ୍ତି ଯେଉଁ ମାନେ ଖଟ ଉପରେ ପଡି଼ ପଡି଼ ଆପଣା ଜୀଵନର ଲକ୍ଷ୍ୟ ପୂରଣ କରିଥିଲେ । ଅସ୍ତୁ,ସଂସାରର ଲାଭ ହେଉ ଅବା ହାନୀ ଆଳସ୍ୟ ପୂଜକ ମାନଙ୍କୁ ସେଥିରୁ କଣ୍ ମିଳିବ ? ଏ ତ ସାଂସାରିକ ଲୋକଙ୍କ ସନ୍ତୋଷ ପାଇଁ କହିଦିଆଗଲା ଯେ ଦେଖ ଆଳସ୍ୟ ର ମହିମା କେତେ ନହେଲେ ଆଳସ୍ୟ ପୂଜକଙ୍କର ନିଜ କାର୍ଯ୍ୟସିଦ୍ଧିରେ ହିଁ ସୁଖ ମିଳି ଥାଏ । ଯଦି ଅଳସୁଆ ସୁଖି ହେବେ ତ ସଂସାର ସୁଖି ହେବ । ସେଇଥିପାଇଁ ତ କୁହାଯାଇଛି
“ଆପେ ବଞ୍ଚିଲେ ବାପର ନାଆଁ”
ସୁଖର ସଂପୂର୍ଣ୍ଣ ସିଦ୍ଧାନ୍ତ ଆପଣ ଵେଦରୁ ପାଇପାରିବେ । ସେହି ସୁଖର ଆଦର୍ଶ ହେଲା ଦରକାର ନଥିଲେ ଆଖି ପଲକ ପକେଇବା ମଧ୍ଯ ବହୁତ ବଡ଼ ପାପ । 
ଅଷ୍ଟଵକ୍ର ଗୀତାରେ କୁହାଯାଇଛି
“ଵ୍ୟାପାରେ ଖିଦ୍ଯତେ ଯସ୍ତୁ ନିମେଷୋଯୋରପିଃ
ତସ୍ୟାଳସ୍ୟଧୁରୀଣସ୍ୟ ସୁଖ ନାନ୍ୟସ୍ୟ କଶ୍ଚିତ୍”
(ଷୋଡ଼ଶ ପ୍ରକରଣ,ଶ୍ଲୋକ-୪)
ଅର୍ଥାତ୍ ଯେଉଁ ପୁରୁଷ ନେତ୍ରର ନିମେଷ-ଉନ୍ମେଷ ର ଵ୍ୟାପାର(ନେତ୍ର ଖୋଲିବା ବନ୍ଦ କରିବା) କୁ ହିଁ ପରିଶ୍ରମ ମନେ କରି ଦୁଃଖିତ ହୋଇଥାଏ ସେହି ପରମ ଅଳସୁଆ ନିଷ୍କ୍ରିୟ ପୁରୁଷକୁ ହିଁ ପରମ ସୁଖ ମିଳିଥାଏ,ଅନ୍ୟ କାହାକୁ ନୁହେଁ ।

ଲୋକ କୁହନ୍ତି ଏଭଳି ଆଳସ୍ୟ ସିଦ୍ଧାନ୍ତ ଯୋଗୁଁ ହିଁ ଭାରତଵର୍ଷ ର ନାଶ ହୋଇଗଲା କିନ୍ତୁ ସେମାନେ ଏକଥା ଜାଣିନାହାନ୍ତି ଯେ ଭାରତର ନାଶ ଏଇଥିପାଇଁ ହୋଇନାହିଁ କି ଏଠାରେ ଅଳସୁଆ ଓ ତତ୍ ସମ୍ଵନ୍ଧୀୟ ସିଦ୍ଧାନ୍ତ ଚଳୁଅଛି । ଏ ଦାଶର ପରମ ଦୂର୍ଗତି ହୋଇଛି ଏହି ସବୁ ସିଦ୍ଧାନ୍ତ ଗୁଡିକ ର ପ୍ରଚାର ପ୍ରସାର ଅନ୍ୟ ଦେଶରେ କୁଣ୍ଠାଵଶତଃ ନକରାଯିବା ହେତୁ ....
ଚିନ୍ତାକରନ୍ତୁ ଯଦି ଏସବୁ ସିଦ୍ଧାନ୍ତ ର ପ୍ରଚାର ଆମ ପୂର୍ବଜ ଅନ୍ୟ ଦେଶ ମାନଙ୍କରେ କରିଥାଅନ୍ତେ ତାହେଲେ କ’ଣ ବାହର ଦେଶର ଲୋକ ସ୍ଵ ସ୍ଵ ଖଟ-ପଲଙ୍କରେ ଆଳସ୍ୟର ସୁଖକୁ ପରିତ୍ୟାଗ କରି ଆମ ଦେଶ ଉପରେ ଆକ୍ରମଣ କରିଥାନ୍ତେ ?
ଯଦି ହାତ ଗୋଡ଼ ନ ହଲେଇ ଵି କେବଳ ଶୋଇ ରହିବାରେ ପରମ ସୁଖ ମିଳିପାରୁଛି
ତେବେ ଏତେ କଷ୍ଟ ଉଠେଇବାର ଆଵଶ୍ୟକତା ହିଁ କ’ଣ ରହିଯାଉଛି ।

ଵିଚରା ଅର୍ଜୁନ ଠିକ୍ ହିଁ କହୁଥିଲେ ଯେ  ଯୁଦ୍ଧ ଦ୍ଵାରା ରକ୍ତ-ରଞ୍ଜିତ ରାଜ୍ଯକୁ ପ୍ରାପ୍ତ କରି ମୁଁ ଅଶ୍ରେୟଭୋଗୀ ହେଵାକୁ ଚାହେଁ ନାହିଁ।
ସେ ଵାସ୍ତଵରେ  ଆରାମରେ ଘରେ ବସିଯିଵାକୁ  ଚାହୁଁଥିଲେ, କିନ୍ତୁ ଶେଷକୁ ସେ ବି ଶ୍ରୀକୃଷ୍ଣଙ୍କ କଥାରେ ଫସିଗଲେ ଏଵଂ  'ଯଶୋ ଲଭସ୍ଵ' ଆଗରେ ହାରମାନିଵାକୁ ଵାଧ୍ୟ ହୋଇଥିଲେ ।  ଫଳ କଅଣ ହେଲା ନା ଵଂଶଟା ସମୂଳେ ନାଶ ହୋଇ ଗଲା। ଏହି ଯୁଦ୍ଧରୁ ଶ୍ରୀକୃଷ୍ଣ ଭଗଵାନଙ୍କୁ ବି କି ଫଳ ମିଳିଲା ? ତାଙ୍କ ବଂଶର ବି ପରଵର୍ତ୍ତୀ  ପରଵର୍ତ୍ତୀ ଗୃହଯୁଦ୍ଧରେ ନାଶ ହୋଇଯାଇଥିଲା ।
ମହାଭାରତରେ କୁହାଯାଇଛି
“ଦୁଃଖାଦୁଦ୍ଵିଜତେ ସର୍ଵଃ ସୁଖଂ ସର୍ଵସ୍ଯ ଚେପ୍ସିତମ୍।”
ଅର୍ଥାତ ଦୁଃଖଠୁଁ ସଭିଏଁ ଦୂରକୁ ଯିଵାକୁ ଚାହିଁଯାନ୍ତି ଏଵଂ ସୁଖ ସମସ୍ତଙ୍କୁ ଲୋଡ଼ା ପଡ଼ିଥାଏ ।  ଆମେ ବି ଏହି ସ୍ଵାଭାଵିକ ନିୟମର ପାଳନ କରୁଅଛୁ । ଏହ ସିଦ୍ଧାନ୍ତଗୁଡି଼କରୁ ଆପଣ ବୁଝିସାରିଥିଵେ ଯେ ସଂସାରରେ  ଆଳସ୍ଯ ମହତ୍ତ୍ଵ କେତେ ।  ଏଥିରୁ ସଂସାରର କ'ଣ ଵା ହାନି ହେଵାର ଅଛି ?

ପୂର୍ଣତଃ ସଫଳ ହେଲି ନାହିଁ, ଏଥିରେ ମୋର କିଛି ବି ଦୋଷ ନହିଁ । ଏଥିପାଇଁ ସଂସାର ହିଁ ଦାୟୀ; କାହିଁକି ନା ଏହି ସିଦ୍ଧାନ୍ତଗୁଡି଼କ ହେତୁ ସଂସାର ଏଵେ ବି ପରିପକ୍ଵ ହୋଇନାହିଁ।

ଅସ୍ତୁ, ଵର୍ତ୍ତମାନ ଅଵସ୍ଥାରେ ବିନା ଉଦ୍ଯୋଗରେ ବି ବହୁତ  ସୁଖ ମିଳି ପାରଇ । ତେଵେ ଉଦ୍ଯୋଗ କରି  ସୁଖ ପ୍ରାପ୍ତ କରିନେଲେ ତ କୋଉ ବଡ଼ କାମଟେ କରିପକାଇଲେ କି ?

ଧନ୍ଯ  ତିବ୍ବତର ଲୋକେ, ତାଙ୍କୁ  ସ୍ନାହାନ କରିଵାର କଷ୍ଟ ବି କରିଵାକୁ  ପଡ଼ିନଥାଏ ।  କେଜାଣି କାହିଁକି ଈଶ୍ଵର ମୋହର ଜନ୍ମ ସେଠାରେ କରେଇ ନାହାନ୍ତି ? ତିବ୍ବତର ପ୍ରାଚୀନ ନାମ ତ୍ରିଵିଷ୍ଟପ ଥିଲା। ବୋଧହୁଏ ଏହି ସୁଖ ଯୋଗୁଁ ସେ ସ୍ଥାନ ବୈକୁଣ୍ଠ ବୋଲାଏ । ବୈକୁଣ୍ଠଧାମ ପ୍ରାପ୍ତ କରିଵାକୁ ଲୋକେ ଏତେ କାହିଁକି ଇଛା କରନ୍ତି, କାରଣ ସେଠି  ଆଲସ୍ଯ-ଧର୍ମର ପୂର୍ଣତଃ ପାଳନ ହୋଇପାରେ ।

ସେଠାରେ କୌଣସି କୃଷ୍ଟି କରିଵାକୁ ପଡ଼େ ନାହିଁ । କାମଧେନୁ ଓ କଳ୍ପଵୃକ୍ଷକୁ ଈଶ୍ଵର  ଆମପାଇଁ ହିଁ ସୃଷ୍ଟି କରିଅଛନ୍ତି । ଆଜିକାଲିର କଳିଯୁଗରଜ ଆହୁରି ସୁଵିଧା ହୋଇ ଗଲାଣି । ଏଵେ ସ୍ଵର୍ଗ ଯାଏଁ ଯିଵାକୁ କଷ୍ଟ କରିଵାର ମଧ୍ୟ ଆଵଶ୍ଯକତା ରହିଯାଇନାହିଁ।
କଳ୍ପଵୃକ୍ଷ ବିଜୁଲିର ବୋତାମ ରୂପରେ
ମହୀତଳେ  ଅଵତରିତ ହୋଇଯାଇଛି । ବୋତାମ ଟିପିଲେ  ପଙ୍ଖା ଚଳିଵାକୁ ଲାଗେ, ଝାଡ଼ୁ ବି ଆପଣାଛାଏଁ ଲାଗିଯିଵାର ଯନ୍ତ୍ର ଆସିଗଲାଣି, ଏମିତି କି ରନ୍ଧାଖାଦ୍ଯ ମଧ୍ଯ ଯେଵେ ଇଛା କର ହାତପାହାନ୍ତାରେ ମିଳିଯାଉଛି । ବିନା ପରିଶ୍ରମରେ ଚାରି ପାଞ୍ଚ ମହଲା ଉପରକୁ ଲିଫ୍ଟରେ ପହଞ୍ଚି ପାରୁଛନ୍ତି । ଏ ସବୁ ଆଲସ୍ଯର  ଆଵଶ୍ଯକତାକୁ ହିଁ ପୂର୍ଣ୍ଣ କରିଵା ହେତୁରୁ ସଂସାରରେ ଉନ୍ନତିର କ୍ରମ ଚଳୁଅଛି । ତେଣୁ ଏହି ଵାସ୍ତୁଵାଦୀ
ଉନ୍ନତିର ଗୌରଵ ଗାଉଥିଵା ଲୋକଙ୍କୁ
ଆମ୍ଭ ଅଳସୁଆଙ୍କ ପ୍ରତି କୃତଜ୍ଞ ହେଵାକଥା ।

ପ୍ରୋକ୍ତ କଥନରୁ ଏହା ହିଁ ପ୍ରମାଣିତ ହେଉଛି ଯେ ସଂସାରରେ ଆଳସ୍ଯର କେତେ ବଡ଼ ମହତ୍ତ୍ଵ ରହିଛି ।

“କର ଏତେ ଅଳସ ଯେ
ଆଳସ୍ୟକୁ ଵି ଅଳସ ଲାଗୁ ।

ନ ଦିଅ ଦେହକୁ କଷ୍ଟ ଯେ
ଶରୀର ଏ ପୀଡା଼ ଭୋଗୁ ।।

କାଇଲା ହେବ କି ଦିନ ରାତି
ଗୋଧ ପରି ଖଟି ଖଟି ।

ଏତେ ଦୌଡ଼ି କି ଲାଭ ଯଦି
ସୁଖେ କାଳ ନପାରେ କଟି ।।

ଶୋଇଲା ଲୋକ କୁ ଉଠେଇ
କିମ୍ପା କର ତାଙ୍କୁ ହଇରାଣ ।

ଶୋଇଥାଏ ବାବୁ ହେ
ସ୍ଵପ୍ନ ଦେଖୁଥାଉ ତା'ର ମନ ।।

ଆଜି ସ୍ଵପ୍ନ ଦେଖିଥିଲେ
କାଲି ତା’ ସତ କରିବାକୁ ଲାଗିବ ।

ତେବେ ଯାଇ ଦେଶ ମୋର ତୋର
ଵିକାଶିତ ହୋଇ ପାରିବ ।।

ଶୋଇଲା ଲୋକ ନୁହଁଇ ଅଳସୁଆ
କର ନାହିଁ ଏତେ ନିନ୍ଦା ।

ଯୋଗ ମଧ୍ୟେଁ ଶ୍ରେଷ୍ଠ ଅଟେ
ଜଗତରେ ଏକା ନିଦ୍ରା ।।

ଶୋଉଛନ୍ତି ସର୍ଵ ଜୀବ
ଯାଗେ ନା କେ ସଦା ବେଳେ ।

କର୍ମ ବେଳେ କର୍ମ କରି
ଶୋଇ ଯାଆନ୍ତି ରାତ୍ରି କାଳେ ।।

ତୁମ୍ଭେ କିମ୍ପା ଦିନ ରାତି
ଖଟ ଏତେ ମୂଢ଼ ବୁଦ୍ଧି କରି ।

ଶୋଇବାକୁ ଦେଇଛି ପିଠି ପରା
ତୋତେ ଏକା ନରହରି ।।

ଦେଖ ଦେଖ ଜଗତରେ
ଯେତେ ଜୀବଙ୍କ ଶୟନକୁ ଥରେ ।

ପଶୁପକ୍ଷୀ ପ୍ରାୟ ଶୋଇ ଥାନ୍ତି
ଆପଣାର ପେଟ ବଳେ ।।

ଆଳସ୍ୟ ପୂଜକେ କିମ୍ପାଇଁ
ଅସୂୟା ତେବେ ଶୟନକୁ ।

ଧନ୍ୟବାଦ ଦେଇ ଝଟ୍ ଶୁଅ ସବୁ
ସେଇ ଚକାନୟନକୁ ।।”

(ପ୍ରଶିଦ୍ଧ  ହିନ୍ଦୀ ଵ୍ଯଙ୍ଗକାର “ଗୁଲାବ ରାୟ”ଙ୍କ  ଵ୍ଯଙ୍ଗ “ଆଲସ୍ଯ ଭକ୍ତ” ର ଓଡ଼ିଆ ଭାଵାନୁଵାଦ ।)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...