Saturday, May 19, 2018

ଶୋଇବା ପୂର୍ବରୁ ଜଳପାନ ର ଉପକାରିତା

      


ଯଦି ଆପଣଙ୍କୁ ଭଲ ନିଦ ହୁଏନାହିଁ ଏବଂ ଆସେଡିଟି ଓ ବଦହଜମୀ ଆଦି ରୋଗ ଅଛି ତେବେ ରାତିରେ ଶୋଇବା ପୂର୍ବରୁ କିଛି ଗ୍ଲାସ ପାଣି ନିଶ୍ଚୟ ପିଇନିଅନ୍ତୁ । ଆୟୁର୍ଵେଦ ଅନୁସାରେ ଵି ରାତିରେ ଶୋଇବା ପୂର୍ବରୁ ଜଳପାନ ସ୍ଵାସ୍ଥ୍ୟ ହିତକାରୀ କାରଣ ଏହା ଦ୍ଵାରା ସଂପୂର୍ଣ୍ଣ ରୂପେ ଶିରା ପ୍ରଶିରାରେ ସତେଜତା ଓ ତଥା ସ୍ଵଚ୍ଛତା ଆସିଥାଏ । 

1. ଶୋଇବା ପୂର୍ବରୁ ଜଳପାନ କରି ଶୋଇଲେ ସକଳେ ଶୌଚ ଭଲ ହୋଇଥାଏ ଏବଂ ଆସିଡିଟି ଭଳି ରୋଗରେ ଆରାମ ମିଳିଥାଏ ।

2. ରାତିରେ ଶୋଇବା ଆଗରୁ ଜଳପାନ ଆମକୁ ମାନସିକ ଶାନ୍ତି ମଧ୍ଯ ପ୍ରଦାନ କରିଥାଏ ତେବେ ଏଥିପାଇଁ ଅତି ଜଳପାନ ସର୍ଵଦୌ ଅନୁଚିତ କାରଣ ଏଥିଯୋଗୁଁ ଚିନ୍ତାଗ୍ରସ୍ତ ଵ୍ୟକ୍ତି ଅସହଜ ଅନୁଭଵ କରିପାରେ !







3. ଶୋଇବା ପୂର୍ବରୁ ପାଣି ପିଇଲେ ରକ୍ତ ସଂଚାରରେ ଅନେକ ଗୁଣରେ ଉନ୍ନତି ସାଧିତ ହୁଏ । ଫଳରେ ଏହାର ସିଧାସଳଖ ପ୍ରଭାଵ ହୃଦୟ ଉପରେ ହୁଏ । ଗଵେଷଣାରୁ ଜଣାପଡିଛି ଯେଉଁ ମାନେ ରାତିରେ ଶୋଇବା ପୂର୍ବରୁ ଜଳପାନ କରି ଶୋଇଥାନ୍ତି ଏମିତି ଲୋକଙ୍କୁ ହୃଦଘାତର ସମସ୍ୟା ବହୁତ କମ୍ ହୋଇଥାଏ ।  ହୃଦରୋଗୀ ମାନେ ମଧ୍ଯ ରାତିରେ ଶୋଇବା ଆଗରୁ ଜଳପାନ କରି ଶୋଇବା ଉଚିତ କାରଣ ଏହା ଦ୍ଵାରା ହୃଦଘାତର ଵିପଦ କେତେକ ପରିମାଣରେ କମ୍ ହୋଇଯାଏ ।

4.ପାଣି ନୂଆ ଜୀଵକୋଶ ନିର୍ମାଣରେ ମଧ୍ଯ ସହାୟକ ହୋଇଥାଏ । ରାତିରେ 
ପ୍ରାଣୀ ଶରୀରରେ ଜୀଵକୋଶ ନିର୍ମାଣ ସବୁଠାରୁ ଦୃତ ଗତିରେ ହୁଏ ଏବଂ ମାଂସପେଶୀ ଶକ୍ତ ହୋଇଥାଏ । ତେଣୁ ଯଦି ଆପଣ ଶକ୍ତ ମାଂସପେଶୀ ଚାହୁଁଥାନ୍ତି ତେବେ ପ୍ରତ୍ୟହ ଶୋଇବା ପୂର୍ବରୁ ନିଶ୍ଚୟ ଜଳପାନ କରି ଶୟନ କରନ୍ତୁ । 

5.ରାତିରେ ଶୋଇବା ପୂର୍ବରୁ ଜଳପାନ କଲେ ପାଚନଯନ୍ତ୍ର ମଧ୍ଯ ଠିକ୍ ରୁହେ ଏଵଂ ଓଜନ କମେଇବାରେ ମଧ୍ଯ ଏହା ସାହାଯ୍ୟ କରିଥାଏ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...