Friday, May 11, 2018

ମାଡାମ୍

ମାନ୍ୟଵର ରାଜୀଵ ଦୀକ୍ଷିତ ଵାଵା ତାଙ୍କର ଗୋଟାଏ ଭାଷଣରେ ଏକଦା କହିଥିଲେ
ମା+ଦାମ୍ =ମାଦାମ୍ ଏବଂ ଏହାର ଆକ୍ଷରିକ ଅର୍ଥ ହେଉଛି => ମୋ ସ୍ତ୍ରୀ
ଇଂରାଜୀ ଵିକିପିଡି଼ଆ ଅନୁସାରେ 
ma(‘my’) +dame(‘lady’)
ପ୍ରତ୍ୟେକ ମହିଳାଙ୍କୁ
ଇଂରାଜୀ ଭାଷାର ଏକ ଶବ୍ଦ madam ସମ୍ବୋଧନ ପୂର୍ଵକ ପରୋକ୍ଷରେ
ମୋ ସ୍ତ୍ରୀ କହିବା କେତେ ଅଯୁକ୍ତିଯୁକ୍ତ ତାହା ତାଙ୍କର ଵକ୍ତଵ୍ୟର ମୂଳ ଵିଷୟଵସ୍ତୁ ଥିଲା ।
ତେବେ ଫ୍ରେଞ୍ଚ ଶବ୍ଦ madame ଵିଷୟକ etomolgical
theory ଅନୁସାରେ ଏ ଶବ୍ଦ ଟି ମୂଳ ଲାଟିନ୍
meadomina ରୁ ଆସିଅଛି ଏବଂ ଏହି  ଲାଟିନ୍ ଶବ୍ଦ
meadomina ର ଶାବ୍ଦିକ ବ୍ୟବଚ୍ଛେଦ କଲେ  ଆମକୁ ଦୁଇଟି ଶବ୍ଦ ମିଳେ ଏବଂ
୧-mea-Proto-Indo-European ଶବ୍ଦ méynos(“my; mine”)ରୁ ଆସିଅଛି ଯହିଁ ରୁ ଗୋଟିଏ ପଟେ ଇଂରାଜୀ ର my ଶବ୍ଦ ସୃଷ୍ଟି ହେଲା ବେଳେ ଭାରତୀୟ ଭାଷାରେ ମମ,ମେରା,ମୋର,ମାରା,ମାଜ୍ଝା ଆଦି ଅନେକ ଦେଶଜ ଶବ୍ଦ ସୃଷ୍ଟି ହୋଇଅଛି ।
୨-domina ଶବ୍ଦ ଯହିଁ ରୁ dame ଶବ୍ଦ ହୋଇଛି, ତହିଁ ର ମୂଳ Proto-Indo-European ଶବ୍ଦ ରୂପ ହେଉଛି *demh₂-(“to domesticate, tame”) । ଏ ମୂଳ ଶବ୍ଦ ରୁ ଗୋଟିଏ ପଟେ
दाम्यति(dāmyati),दमायति(damāyáti,“subdue, tame”),दम्य(damya,“young bull to be tamed”) ଆଦି ସଂସ୍କୃତ ଶବ୍ଦ
ବଙ୍ଗାଳୀদমা(dôma)
ଗୁଜରାଟୀ-દમવું(damvũ)
ମରାଠୀ-दमणे(damaṇe)
ଏଵଂ ଓଡ଼ିଆ ଦମିବା(dômiba) ଆଦି ଶବ୍ଦ ସୃଷ୍ଟି ହୋଇଅଛି ।
demh₂ ଶବ୍ଦ ସହ ସାମଞ୍ଜସ୍ୟ ଥିବା ଆଉ ଏକ ପ୍ରାଚୀନ ଶବ୍ଦ ଅଧିକ ସ୍ପଷ୍ଟ ଅର୍ଥ ଵହନକରେ ବୋଲି କେତେକ ଭାଷାବିଦ ଉକ୍ତ ଶବ୍ଦ କୁ ମଧ୍ୟ domina ଶବ୍ଦ ର ମୂଳ ମନେ କରନ୍ତି ତାହା ହେଉଛି dṓm(“house, home”) ଶବ୍ଦ ଏଵଂ ଯାହାର ମୂଳ ବୈଜ୍ଞାନିକ ରୂପ *dem-(“to build”) । ଏ ମୂଳ ଶବ୍ଦ ରୁ ଦମ ଭଳି ଭାରତୀୟ ଶବ୍ଦ ସୃଷ୍ଟି ହୋଇଥିବା କୁହାଯାଏ ।

ଅତଏଵ୍ ଶବ୍ଦ ଟି ମୂଳତଃ ଆମ ଭାଷା ସହ ସମାନ୍ତରାଳ ଭାବେ ସମ୍ବନ୍ଧୀୟ ତେବେ ବହୁଵର୍ଷକାଳର ବ୍ୟବଧାନ ଓ ଦୂରତା ଯୋଗୁଁ ଏହା ତାହାର ମୂଳ ଅର୍ଥ ଛାଡ଼ି ଅନ୍ୟ ଅର୍ଥରେ ଵ୍ୟଵହାର ହେଉଅଛି ।

ଆଜି ଇଉରୋପରେ ସ୍ତ୍ରୀ ମାନଙ୍କୁ ସମ୍ମାନ ପ୍ରଦର୍ଶନାର୍ଥେ ମାଡାମ୍ ଓ ମାଦାମେ କୁହାଯାଉଛି ଏବଂ ସେ ଦେଶ ମାନଙ୍କରେ ଏହା ସଭ୍ୟ ମାନଵର ଏକ ଶିଷ୍ଟାଚାର ଠିକ୍ ସେଇମିତି ଯେମିତି ଆମ ଦେଶରେ ସମ୍ମାନନୀୟା ସ୍ତ୍ରୀ ଲୋକଙ୍କୁ ମହାଶୟା ସମ୍ବୋଧନ ପୂର୍ଵକ ଅଭିଵାଦନ କରାଯାଇଥାଏ ।
ଏଠାରେ ଶବ୍ଦ ର ଆକ୍ଷରିକ ଅର୍ଥ ନୁହେଁ ବରଂ ଆଲୋଚକଙ୍କୁ ସେ ଶବ୍ଦ ର ବର୍ତ୍ତମାନ ଭାଵଗତ ଅର୍ଥ ଦେଖିବା ଅଧିକ ଯୁକ୍ତିଯୁକ୍ତ ଥିଲା ।

କୌଣସି ଭାଷା ଜାତି ଅଞ୍ଚଳ ବିଶେଷକୁ ନେଇ ଆକ୍ଷେପ କରି ଲୋକଙ୍କୁ ଭୁଆଁ ବୁଲାଇ ତଥାକଥିତ ଜାତୀୟ ସ୍ଵାଭିମାନ କଥା କହୁଥିବା ଲୋକେ ଦେଶଵାଦ କୁ ମାନଵଵାଦ ଠାରୁ କାହୁଁ ଅଧିକ ଉଚ୍ଚ ମନେ କରନ୍ତି । ତେବେ ଏଭଳି ଜାତୀୟତାଵାଦ କେଵଳ ତୁଚ୍ଛ ଅହମିକାଯୁକ୍ତ ଏଵଂ ହିଟଲରୀ ଚିନ୍ତାଧାରା ର ବଶବର୍ତ୍ତୀ ଛଡ଼ା ଆଉ କ’ଣ ହୋଇପାରେ ?

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...