ପ୍ରଥମ, ଦ୍ବିତୀୟ, ତୃତୀୟ ... ଦଶମ, ଏକାଦଶ ଇତ୍ୟାଦିକୁ କ୍ରମବାଚକ କୁହାଯିବ ପୁଣି ଗଣିତରେ ଏହାକୁ ପୂରଣବାଚକ ମଧ୍ଯ କୁହାଯାଇପାରିବ । 
ଏକ ଠାରୁ ଦଶ ଯାଏଁ ଏବଂ ତତୋଃଧିକ ସଂଖ୍ୟା କ୍ରମାନ୍ଵୟରେ ଥିବାରୁ ତାହାକୁ ସାହାତ୍ୟିକ ଭାଷାରେ କ୍ରମଵାଚକ କୁହାଯାଇପାରେ
ପୁଣି ଗଣିତ ଅନୁସାରେ ଏହାକୁ ପୂରଣଵାଚକ ମଧ୍ଯ କୁହାଯାଇପାରେ ।
ତେବେ ଏଠାରେ ଯେ କେହି ପଚାରିବ 
ପୂରଣଵାଚକ ଶବ୍ଦର ଅର୍ଥ କ’ଣ ? 
ପୂରଣ ଶବ୍ଦ ର ତ ଅନେକ ଅର୍ଥ ଅଛି
ତାହେଲେ ଏଠାରେ ପୂରଣ ର ଅର୍ଥ କ'ଣ ? 
ଭାଷାକୋଷ ଅନୁସାରେ ପୂରଣ→ପୂରକ→ଗୁଣକ ସଂଖ୍ୟା ...
ଅର୍ଥାତ୍ ଯେଉଁ ସଂଖ୍ୟା ଦ୍ଵାରା ମୂଳ ସଂଖ୍ୟା କୁ ଗୁଣନ କରାଯାଏ 
ତାହାକୁ ପୂରଣ,ପୂରକ,ଗୁଣକ ସଂଖ୍ୟା କୁହାଯାଏ ! 
ଏବେ ପୂରଣର ଅର୍ଥ ଆମେ ଜାଣିଗଲେ
ତାହେଲେ ପୂରଣଵାଚକ ର କ’ଣ ଅର୍ଥ ହେବ ? 
ଵାଚକ=ଅର୍ଥକ,ପ୍ରକାଶକ,ବୋଧକ,ଦ୍ୟୋତକ 
ତେଣୁ ଏଠାରେ ଏହି ସଂପୂର୍ଣ୍ଣ ଶବ୍ଦଟିଙ୍ଗେଇର ଆକ୍ଷରିକ ଅର୍ଥ ହେଉଛି 
ପୂରଣବାଚକ=ଗୁଣକବାଚକ 
ଅର୍ଥାତ୍ 
ସେହି ସଂଖ୍ୟା ଯେଉଁ ଗୁଡ଼ିକ ଦ୍ଵାରା ମୂଳ ସଂଖ୍ୟା ରେ ଗୁଣନ କରାଯାଏ । 
ଏ ହିସାବରେ ଏସବୁ ସଂଖ୍ୟା 
ପୂରଣଵାଚକ ସଂଖ୍ୟା ହେବେ 
ଯେହେତୁ ଆମେ ସବୁବେଳେ 
ବଡ଼ ସଂଖ୍ୟା କୁ ଏହି ଛୋଟ ସଂଖ୍ୟା ଦ୍ଵାରା ଗୁଣି ଥାନ୍ତି ।
ସବୁବେଳେ 54756 ଭଳି ବଡ଼ ସଂଖ୍ୟା କୁ 2,3,6,7,9 ଭଳି ଛୋଟ ସଂଖ୍ୟା ଦ୍ଵାରା ହରାଯାଇଥାଏ ଵା ଗୁଣାଯାଇଥାଏ । 
No comments:
Post a Comment