ଅନୁଗୁଳରେ ଯେତେ ଜାତିର ଲୋକ ଥିଲେ ତହିଁ ମଧ୍ୟରେ କନ୍ଧମାନେ ଶକ୍ତି ଓ ସଂଖ୍ୟାରେ ସମସ୍ତଙ୍କ ଠାରୁ ଆଗରେ ଥିଲେ । ଏସବୁ ସତ୍ତ୍ୱେ ସବୁ ଜାତିର ଲୋକ ମିଳିମିଶି ଚଳୁଥିଲେ । କୌଣସି ଵିଵାଦ ଘଟିଲେ କନ୍ଧ ଶାସକମାନେ ତହିଁର ନିଷ୍ପତ୍ତି କରୁଥିଲେ ।
ପରେ କନ୍ଧ ଦଳପତି ମାନେ ସମାଜର ସରଦାର ହେଲେ । ସେମାନଙ୍କୁ ମୁଠାଦାର କୁହାଗଲା । ଏହି ମୁଠାଦାର ମାନେ ପରଵର୍ତ୍ତୀକାଳରେ ଦଳପତି ଆଖ୍ୟା ଲାଭ କଲେ ।
ଇନ୍ଦ୍ର ଦଳପତି ଠାରୁ ଅନୁଵଳବନ୍ତରା ଦଳପତି ଯାଏଁ ୭୦୦ ରୁ ୯୦୦ ଖ୍ରୀଷ୍ଟାବ୍ଦ ଯାଏଁ ପ୍ରାୟ ଛଅ ଜଣ ଦଳପତି ଏଠାରେ ଶାସନ କରିଅଛନ୍ତି ।
ଅନୁଗୁଳର ଶେଷ କନ୍ଧ ଶାସକ ଥିଲେ ଅନୁଵଳବନ୍ତରା । ଜଣେ କ୍ଷତ୍ରିୟ ଵଂଶୀୟ
ସୁବୋଧଶୂର ସିଂହ ନାମକ କର୍ମଚାରୀ କୌଶଳ ତଥା ଷଡଯନ୍ତ୍ର କରି ଅନୁଵଳମନ୍ତରାଙ୍କୁ ତାଙ୍କ ଆତ୍ମୀୟ ସ୍ଵଜନଙ୍କୁ ନିପାତ କରିଦେଇଥିଲେ ।
ସେତେବେଳେ ତତ୍କାଳୀନ ଓଡ୍ରାଧିପତି ଥାଆନ୍ତି ନୃପକେଶରୀ । ତାଙ୍କର ଅନୁଵଳମନ୍ତରା ଙ୍କ ସହ କର ତଥା ଅନ୍ୟାନ୍ୟ କେତେକ ସାମାଜିକ କାରଣରୁ ଵିଵାଦ ହୋଇଥିଲା ତେଣୁ ସେ ରାଜା ନଵାଗନ୍ତୁକ କ୍ଷତ୍ରିୟ ଶାସକକୁ ସମର୍ଥନ କରିଥିଲେ । କୁହାଯାଏ ଏହି ଶେଷ କନ୍ଧଦଳପତି ଅନୁଙ୍କ ନାମାନୁସାରେ ଏ ଅଞ୍ଚଳର ନାମ ଅନୁଗୁଳ ହୋଇଅଛି । (ଢେଙ୍କାନାଳର ନାମ ଢେଙ୍କା ଶଵରର ନାମାନୁସାରେ ରଖାଯାଇଛି)
Saturday, May 12, 2018
ଅନୁଗୁଳ ର ନାମ କେମିତି ହେଲା..
Subscribe to:
Post Comments (Atom)
ଓଡ଼ିଆ ଜାତିକୁ ଓଡ଼ ନାମ କିଏ ଦେଇଥିଲା ?
ଐତିହାସିକମାନେ ପ୍ରଥମେ ଲେଖିଲେ, ଓଡ଼ିଶାର ନାମକରଣ ପଠାଣ କରିଥିଲେ । ଅନେକ ଵର୍ଷ ଯାଏଁ ଏହି କଥାକୁ ଆନ ଲୋକେ ବି ଘୋଷିଲେ । ପ୍ରକୃତରେ କେତେକ ପ୍ରାଚୀନ ପାରସ୍ୟ ଵିଦ୍ଵାନ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ସମାଜ ରେ ହୋଇଥିଲା ଏକ ସାହିତ୍ୟ ଯୁଦ୍ଧ ଯାହା “ବୀଜୁଳୀ-ଇନ୍ଦ୍ରଧନୁ ସଂଘର୍ଷ” ନାମରେ ଜଣାଶୁଣା । ଗୋଟିଏ ପଟରେ ଥିଲେ କବିବର ରାଧାନାଥ ...
No comments:
Post a Comment