Tuesday, May 29, 2018

ଗୋଟିଏ ଭାଷାରେ ଵ୍ୟଵହୃତ ଶବ୍ଦ ଅନ୍ୟ ଭାଷାରେ ଭିନ୍ନ ଅର୍ଥ ରେ ମଧ୍ଯ ଵ୍ୟଵହୃତ ହୋଇପାରେ

ଦୁନିଆ ରେ ଏମିତି ଅନେକ ଶବ୍ଦ ମିଳିଯିବ ଯାହା ସହ ଵିଶ୍ଵର କୌଣସି ନା କୌଣସି ଭାଷା ର ଅନ୍ୟ ଏକ ଶବ୍ଦ ସହ ସମସାଦୃଶ୍ୟତା ମିଳିବ ।
ଚାଲନ୍ତୁ ସେଇଭଳି କିଛି ଶବ୍ଦ ଵିଷୟରେ ଆଲୋଚନା କରିବା....

Peach  ଵା Prunus persica ଏକ ମୂଳ ଏସୀୟ ମହାଦେଶୀୟ ଫଳ ଏବଂ ଏହାର ମୂଳ ଭୂଖଣ୍ଡ ଉତ୍ତର ପଶ୍ଚିମ ଚୀନ ବୋଲି ଅନୁମାନ କରାଯାଏ । ଏ ଫଳକୁ  କିନ୍ତୁ ତୁର୍କୀ ରେ
ଭୂଲରେ ଵି ପିଚ୍ କହିବେନି କାରଣ ଏହାର ଅର୍ଥ ସେଠି ଅଵୈଧ ପିଲାଛୁଆ (ଅଣବାବୁଆ ପିଲା-ଦ.ଓ) । ପ୍ରକୃତରେ ତର୍କିସ୍ ଭାଷାରେ ପିଚ୍ ପରି ଉଚ୍ଚାରଣ ହେଉଥିବା ଗୋଟାଏ ଶବ୍ଦ ଅଛି Piç
ଏବଂ ଏହାର ଅର୍ଥ bastard ! ତେବେ ତର୍କିସ୍ ଭାଷାରେ ପିଚ୍ ଫଳକୁ Şeftali କୁହାଯାଏ ।

ଏ ନେଣଦେଣ ଯୁଗରେ gift ଵା ଉପହାର ର ମହତ୍ତ୍ୱ ବହୁତ ବଢିଯାଇଛି । ଛୋଟ ପିଲା ତ ଉତ୍ସବ ଅନୁଷ୍ଠାନରେ ପ୍ରାୟ ବଡ଼ ଲୋକଙ୍କୁ ଗିଫ୍ଟ ମାଗିଥାନ୍ତି ବେଳେ ବେଳେ ବଡ଼ ଲୋକେ ଵି ଗମାତରେ ନିଜ ଅଳ୍ପ ଵୟସ୍କ ଅନୁଜ ତଥା ସମଵୟସ୍କ ସାଙ୍ଗ ସାଥୀଙ୍କୁ ଵି  ଗିଫ୍ଟ ମାଗିଦିଅନ୍ତି । ତେବେ ଭୂଲରେ ଵି ଜର୍ମାନୀରେ କାହାକୁ ଯଦି ଗିଫ୍ଟ ଦେ ବୋଲି କହିଦିଅନ୍ତି ତାହେଲେ ଆପଣଙ୍କ ଜୀବନ ପ୍ରତି ଵିପଦ ଆସିଯାଇପାରେ ! କାରଣ ଜର୍ମାନୀରେ gift ଓ das gift ଶବ୍ଦ ର ଅର୍ଥ poison ଵା ଵିଷ ଆଉ ଦୁନିଆରେ ଏମିତି ହାତଗଣତି ଲୋକ ଖୋଜିଲେ ଵି ମିଳିବେନି ଯେ କି ଗିଫ୍ଟ ରେ ଵିଷ ପାଇବାକୁ ଚାହୁଁଥିବ ।  ସ୍ଵେଡିସ୍ ଭାଷାରେ ମଧ୍ଯ ଗିଫ୍ଟ ର ଅର୍ଥ ଵିଷ ପୁଣି ଵିଵାହିତ ମଧ୍ଯ 😀😀😀
ଵିଵାହିତ ଜୀଵନରେ କେତେ ଵିଷ ଭରିରହିଛି ଏ ଵାଵଦରେ ତାଙ୍କେ ଭଲ ରିସର୍ଚ୍ଚ କରିସାରିଥିଲେ ନା କ’ଣ ସେଇଥିଯୋଗେ ଏମନ୍ତ ଶବ୍ଦ ଵ୍ୟଵହାର ନା କିୟଣ ବା 😀😀😀

ଇଣ୍ଡୋନେସିଆ ରେ ଇଂରାଜୀ air ଶବ୍ଦ ସହ ସମ ଉଚ୍ଚାରଣ ଥିବା ଏକ ଶବ୍ଦ ଏଆର ର  ଅର୍ଥ ପାଣି ବୋଲି ଜାଣିବାକୁ ମିଳିଲା
ଏ ଶବ୍ଦ ର ମୂଳ ଖୋଜୁଖୋଜୁ ତାହାର ମୂଳରେ
wahiʀ ବୋଲି ଏକ ଶବ୍ଦ ମିଳିଲା ଏବଂ ଏହା ଏକ Proto-Malayo-Polynesian ଶବ୍ଦ ।
ସଂକ୍ଷେପରେ ଇଣ୍ଡୋନେସୀୟ ଏଆର ଶବ୍ଦର etymology>(Malay)air >(Proto-Malayic)*air > (Proto-Malayo-Chamic) air, > (Proto-Malayo-Sumbawan)wair >(Proto-Sunda-Sulawesi)wair >(Proto-Malayo-Polynesian) > wahiʀ ।

ସେଇଭଳି ଇଂରାଜୀ ଶବ୍ଦ kiss ଵିଷୟରେ ଏଠାରେ ଉପସ୍ଥିତ ମୋର ବହୁତ ବନ୍ଧୁ ଓ ବାନ୍ଧବୀ ଜାଣିଥିବେ ଏବଂ ସ୍ଵ ସ୍ଵ ପ୍ରେମୀ କିମ୍ଵା ପ୍ରେମିକା କୁ କିସ୍ -ଚୁମ୍ଵନ-ବୁକ ଵା ଚୁମ୍ବନ ଦେଇଥିବେ/ନେଇଥିବେ ମଧ୍ଯ  କିନ୍ତୁ ଉକ୍ତ kiss ଶବ୍ଦ ଟି ସ୍ଵେଡିସ୍ ଭାଷାରେ ମୁତ୍ର ଅର୍ଥରେ ଵ୍ୟଵହାର ହୁଏ ବୋଲି ଆପଣଙ୍କୁ ବୋଧହୁଏ କେହି କହିନଥାଇପାରନ୍ତି । ସେଇଭଳି ଚୁମ୍ବନ ପାଇଁ ସ୍ଵେଡିସ୍ ଭାଷାରେ ଶବ୍ଦ ଟେ ଅଛି puss ... 
କେହି କେହି ସ୍ଵେଡିସ୍ ଲୋକ
Kiss ଅର୍ଥ ରେ kyss ଭଳି ଶବ୍ଦ ମଧ୍ଯ ଵ୍ୟଵହାର କରୁଥିବା ଦେଖାଯାଏ । ସ୍ଵେଡିସ୍ ରେ ଏଇ ଭଳି ଇଂରାଜୀ ଶବ୍ଦ ପରି ଅନେକ ସମସାଦୃଶ ଶବ୍ଦର ଭିନ୍ନ ଅର୍ଥରେ ଵ୍ୟଵହାର ହେଉଥିବା ଦେଖିବାକୁ ମିଳିଥାଏ ।

ଇଂରାଜୀ ରେ mist ର ଅର୍ଥ ଜଳର ଜମାହୋଇଥିବା ଜଳବୁନ୍ଦା (ଶିଶିରକଣା,କାକର)
ହେଲେ ଜର୍ମାନ୍ ଭାଷାରେ ଏହାର ଅର୍ଥ ଅଳିଆ ଵା ଗୋବର ! ମଜାକଥା ହେଲା ଏ ଉଭୟ ଭାଷାର  ଶବ୍ଦଦ୍ଵୟର ମୂଳ ଗୋଟାଏ ପ୍ରୋଟୋ ଇଣ୍ଡୋ ଇଉରୋପୀୟ ଧାତୁ ନିର୍ଣ୍ଣୟ ହୋଇଛି ଆଉ ତାହା ହେଲା *meygʰ-(“to flicker, blink, bedark; cloud, mist”)
ଏହାର ପ୍ରାଚୀନ ଅର୍ଥ ମଧ୍ୟରେ ଆଜି ଵି ଗୋଟିଏ ଅର୍ଥ ସହ ସାଦୃଶ୍ୟ ଥିବା ଏକ ଶବ୍ଦ ଆମେ ଆମ ଭାଷାରେ ଵ୍ୟଵହାର କରନ୍ତି ମେଘ=cloud(ବାଦଲ ଅର୍ଥରେ) ଅର୍ଥ ରେ.....
ଏଭଳି ଖୋଜିଲେ ଦୁନିଆର ସବୁ ଭାଷାରେ ଏମନ୍ତ  ଶତାଧିକ ଶବ୍ଦ ମିଳିଯିବ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...