Saturday, May 19, 2018

spurious association---୧---ନାୟଗ୍ରା---

ଉଡ୍ରବନ୍ଧୁ ଶ୍ରୀମାନ୍ ଡ଼ ଦେବାଶିଷ ଜ୍ୟେଷ୍ଠୀ ମହାଶୟ କିଛି ଦିନ ତଳେ ଏ ଅକିଞ୍ଚନ ର ଵାଲପୋଷ୍ଟ ରେ ଏକ ଵିଶିଷ୍ଟ ମତ ଦେଇଥିଲେ ଯେ ....

“ଦୁଇଟି ଶବ୍ଦରେ ଵ୍ୟୁତ୍ପତ୍ତିକ ସମ୍ବନ୍ଧ ଥିଲେ ତାକୁ ସଗୋତ୍ରୀୟ ଵା phylogenetically linked ବୋଲି ଜଣାଯାଏ । ଅଣଗୋତ୍ରୀୟ ଶବ୍ଦ ଗୁଡ଼ିକୁ କେଵଳ ବାହ୍ୟ ସାଦୃଶ୍ୟ ଆଧାରରେ ଯୋଡ଼ିଲେ ତାହାକୁ ପରିସଂଖ୍ୟାନ ଶାସ୍ତ୍ରରେ spurious association କହନ୍ତି । ଏପରି ହେଲେ ପାଠକ ନିଜେ ଵିଭ୍ରାନ୍ତ ହୁଅନ୍ତି ଓ ଅନ୍ୟକୁ ଵିଭ୍ରାନ୍ତ କରନ୍ତି”

ଅତୀତରେ ଏବଂ ଵର୍ତ୍ତମାନରେ ମଧ୍ଯ ତଥାକଥିତ କିଛି ଉତ୍ତର ଭାରତୀୟଙ୍କ ଦ୍ବାରା
ଏଭଳି ଶତାଧିକ spurious association  ରୂପକ ଭ୍ରାନ୍ତ ଵ୍ୟାଖ୍ୟା କରାଯାଇଛି ।

ଏକ ହିନ୍ଦୀ ବ୍ଲଗ୍ ଡିଏନଏ ଅଫ୍ ଓ୍ଵାର୍ଡସ୍ ରେ ଜଣେ
ଉତ୍ତର ଭାରତୀୟ ପଣ୍ଡିତ ରାଜେନ୍ଦ୍ର ଗୁପ୍ତା ଙ୍କର ଏଭଳି ଅନେକ spurious association  ଵ୍ୟାଖ୍ୟା ଦେଖିବାକୁ ପାଇଲି । ଏଠାରେ  ତହିଁରୁ ଗୋଟିଏ ଶବ୍ଦ ର ଵ୍ୟାଖ୍ୟା ଉପରେ ଚର୍ଚ୍ଚା କରିବା । ରାଜେନ୍ଦ୍ର ଗୁପ୍ତା ତାଙ୍କର ଏକ ବ୍ଲଗରେ
ନାଇଗ୍ରା ଜଳପ୍ରପାତ ର ନାମର ସଂସ୍କୃତ ଶବ୍ଦ ଭିତ୍ତିକ ଵ୍ୟାଖା କରିବାକୁ ଯାଇ ମତ ଦେଇଛନ୍ତି ଯେ ଏହାର ମୂଳ ହେଉଛି ସଂ.ଶ.=निर्झर
ଏବଂ ଏ ଶବ୍ଦ 
निर्झर >नियझर >नियगर  >नियागरा  ହୋଇଛି

କିନ୍ତୁ  ଏ ଶବ୍ଦ ଟି ମୂଳତଃ ଏକ ସଂସ୍କୃତ ଶବ୍ଦ ନୁହେଁ ।  ଏକ ମୂଳ ଆମେରିକୀ ଭାଷା Iroquoian language ବୋଲୁଥିବା kohnyá:kara'(“neck of land”)ଜନଜାତି ର ଲୋକଙ୍କୁ ଯେତେବେଳେ ପ୍ରଥମେ ଇଉରୋପର ଲୋକ ଆସି ଦେଖିଲେ ସେମାନେ ତାଙ୍କ ପୁସ୍ତକ ଓ ମାନଚିତ୍ରରେ ଏ ଲୋକଙ୍କୁ Onguiarahronon ତଥା Niagagarega
କହୁଥିଲେ  ଏଵଂ ଏ ଶବ୍ଦ ମଧ୍ୟରେ ପରେ Niagagarega ଶବ୍ଦ ଟି ଏ ଅଞ୍ଚଳ ତଥା ଏଠାରେ ପ୍ରଵାହିତ ନାୟଗ୍ରା ନଦୀ ତଥା ନାୟଗ୍ରା ଜଳପ୍ରପାତ  ପାଇଁ ଵ୍ୟଵହୃତ ହୋଇ ପରେ ବଦଳି ଯାଇ ଏହା ନାୟଗ୍ରା ହୋଇଅଛି ।


    ତେବେ ଏଠାରେ ସ୍ଵତଃ ପ୍ରଶ୍ନ ଉଠେ ସଂସ୍କୃତ କୁ ନେଇ ଏତାଦୃଶ ଅହଂ ଓ ଭାଷାଗତ ଏକଛତ୍ରଵାଦିତା କେତେ ଦୂର ଯୁକ୍ତି ଯୁକ୍ତ । 

ସଂସାରରେ ଆଷ୍ଟ୍ରୋଏସିଆଟିକ୍, ସେମେଟିକ,ସିନୋ ତିବତିଆନ୍ ,ଦ୍ରାବିଡ଼ ଆଦି ଅନେକ ଭାଷା ପରିବାର ଅଛି ଏବଂ ତହିଁ ରେ ହଜାର ହଜାର ଭାଷା ଵି ଅଛି । କେଵଳ ଇଣ୍ଡୋ ଇରୋପୀୟ ଭାଷା ପରିବାର ଗୋଟାଏ ଭାଷା ସଂସ୍କୃତ ଓ ତହିଁର ଶବ୍ଦ ଯାକ ଯେ ସେ ସମସ୍ତ ଭାଷାର ମୂଳ ହୋଇଥିବ ଏଭଳି ଅହଂ ପୂର୍ଣ୍ଣ କଥା କହି ପ୍ରମାଣ ପାଇଁ ଯୁକ୍ତି ବାଢିବା 

ବସୁଧୈବ କୁଟୁମ୍ଵକମ୍ ମହାଵାକ୍ୟର ମହାନତାକୁ ମଳିନ କରୁନାହିଁ ତ ?





No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...