Monday, May 14, 2018

< ଓଡ଼ିଆ ଭାଷାର ହାତଲେଖା ଓମ୍ >

ଜଣେ ଓଡ଼ିଆ ଭାଇ ଆଜି ପ୍ରଶ୍ନ କଲେ ଯେ ନିମ୍ନଲିଖିତ
ତିନୋଟି ମଧ୍ୟରୁ କେଉଁଟି ଠିକ୍ ଉତ୍ତର ?

୧=ଓମ୍
୨=ଓଁ
୩=ॐ

ମୋ ମତରେ ଏଠାରେ
୨ ଟି ଠିକ୍ ହୁଅନ୍ତା ଯଦି ତାହିଁରେ ଅର୍ଦ୍ଧ ମ କାର ଯୁକ୍ତ ହୋଇଥାନ୍ତା ....

ଏହି ବ୍ଲଗର ପୋଷ୍ଟର  ଫୋଟୋ ରେ ଯେମନ୍ତ ଅଛି । ହଁ ଏହା ଓଡ଼ିଆ ଭାଷାର ଓମ୍  ଏବଂ
ଏହି →ॐ ଟି ନାଗରୀ ଲିପିର ଓମ୍ ଅଟେ ବୋଲି ମୋର ମତ୍

କିଛି ଲୋକ କୁହନ୍ତି ଯେ ଓଡ଼ିଆ ଭାଷାରେ ଲେଖିଲାବେଳେ ଯେଉଁ ଓମ୍ ଲେଖାଯାଏ
ତାହା ଓଁ ର, ହାତ ଲେଖା ରୁପ ଅଟେ ....

ଦୁଃଖର ଵିଷୟ ଓଡ଼ିଆ ଭାଷାର ତଥାକଥିତ  ହାତଲେଖା ଓ୍ମଁ ର ଏଯାଏଁ ଓଡ଼ିଆ ଵର୍ଣ୍ଣ ଫଣ୍ଟ  ଆସିପାରିନାହିଁ ଵା ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି । ତେଣୁ  ଆମେ ମାନେ ଏଠାରେ ୩ ନଂ ଟିକୁ ଚୟନ କରୁଛନ୍ତି । କିନ୍ତୁ ଜାଣିରଖିବାକୁ ହେବ ଯେ ଏହି ତିନି ନଂ ॐ ଟି ଓଡ଼ିଆ ନୁହେଁ ଵରଂ ନାଗରୀ ଲିପିର ଓମ୍ ଅଟେ ।

ମଜାକଥା ହେଲା ଓଡ଼ିଆ ଭାଷାର କଳିଙ୍ଗ ଲିପି ପରି ନାଗରୀରେ ମ  ‛୍ମ’ ଫଳା ନାହିଁ । ଯେହେତୁ ସେମାନେ ଲେଖିଲାବେଳେ
ସ୍ମରଣକୁ स्मरण ଲେଖନ୍ତି ତେଣୁ ତହିଁରେ ଆମ ମ ଫଳାର ଲାଞ୍ଜ ଥିବାର ପ୍ରଶ୍ନ ହିଁ ଉଠୁନାହିଁ ।
କିନ୍ତୁ ଓଡ଼ିଆ ଭାଷାର ଓମ୍ ରେ
ଓ+ଁ+ଅର୍ଦ୍ଧ ମ - ସ୍ଵର ରହୁ ଅଛି ଫଳା ସଦୃଶ୍ୟ ।

ନାଗରୀ ଲିପିରେ अ,आ,ओ,औ,ऑ, ଆଦି ଅନେକ ସ୍ଵର ଲିପିରେ ଥିବା ମୂଳ ରୂପ ସହ ॐ ର ମୂଳ ଲିପି ଟି ସାଦୃଶ୍ୟ ରହୁଅଛି ତେଣୁ ଜଣେ ଵୈଦେଶିକ ଲୋକ  କିମ୍ଵା ବାଳୁତ ପିଲା   ଭ୍ରମରେ ପଡି଼ପାରେ ଯେ
ଏହାର ଉଚ୍ଚାରଣ ସେ ଅ ପରି କରିବ ନା ଆ ପରି କରିବ କିମ୍ଵା ଓ ଏବଂ ଔ ପରି କରିବ ! କିନ୍ତୁ ଓଡ଼ିଆ ଭାଷାର ଓ ଅକ୍ଷର ତଥାକଥିତ ଆମ୍ଭ ହାତଲେଖା ଓ୍ମଁ ରେ ଓ ରହୁଅଛି ତେଣୁ ଏହା ଅପେକ୍ଷାକୃତ ଅଧିକ ଵୈଜ୍ଞାନିକ ମନେ ହେଉଛି

ତେବେ ଦେବନାଗରୀ ର ଗୋଟାଏ ଅକ୍ଷର ଅଛି ଯହିଁ ସହ ନାଗରୀ ଲିପିର ॐ ପ୍ରାୟତଃ ମିଶିଯାଉଛି ଆଉ ତାହା ହେଉଛି ऊ ...

ଏହି ଦୀର୍ଘ ଊ ଅକ୍ଷର ର ଉପରି ଭାଗରେ ଗାର ନଦେଇ ଯଦି ଚନ୍ଦ୍ର ବିନ୍ଦୁ ଦେଇଦିଆଯିବ ତାହା ଓମ୍ 

ପରି ଦିଶିବ ! 

ଉପରୋକ୍ତ ଆଲୋଚନା ରୁ ଦୁଇଟି କଥା ମନକୁ ଆସୁଅଛି

ହୁଏତ ନାଗରୀର ଦୀର୍ଘ ଊ ‛ऊ’ ରୁ କିମ୍ବା अ,आ,ओ ଆଦିର ମୂଳ ଅର୍ଦ୍ଧାକର ରୂପରୁ ନାଗରୀର ॐ ଗଢି ଉଠିଛି


ଅଥଵା ଓଡ଼ିଶାରରେ ଚଳୁଥିବା ହସ୍ତଲେଖା ଓ୍ମଁ ରୁ ହିନ୍ଦୀ ଭାଷାର ଓମ୍ ଗଢି ଉଠିଛି ।


 

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...