Saturday, May 19, 2018

ଏମିତି ଵି ଅଛି ଦ୍ଵୀପ



ଦୁନିଆରେ ଏମିତି ଏକ ଦ୍ଵୀପ ଅଛି ଯେଉଁଠି କେବଳ ମହିଳା ମାନେ ଯାଇପାରନ୍ତି ଆଉ ସେଠାରେ ପୁରୁଷ ମାନଙ୍କ ପ୍ରଵେଶ ନିଷେଧ ଅଛି । ହଁ ଆଜ୍ଞା ସେ ଦ୍ଵୀପ ଟି ଫିନଲ୍ୟାଣ୍ଡ ଦେଶ ଅନ୍ତର୍ଗତ ଓ ତାହାର ନାଆଁ ହେଲା ସୁପରସୀ ଆଇଲ୍ୟାଣ୍ଡ ।



କାହିଁକି ପୁରୁଷଙ୍କର ପ୍ରଵେଶ ନିଷେଧ ?

ପ୍ରକୃତରେ ଏହି ଦ୍ଵୀପ ର ଏ ଆଶ୍ଚର୍ଯ୍ୟ ଜନକ ନିୟମ ପଛରେ ଅଛି ଏକ ଆମେରିକୀ ଧନୀକ ମହିଳା କ୍ରିଷ୍ଟୀନା ରୋଥ୍ ଙ୍କର ଭେଜା ର ଆଇଡିଆ । ସେ ବହୁତ ଦିନ ରୁ ଏମିତି ଏକ ସ୍ଥାନର ଅନ୍ଵେଷଣ ରେ ଥିଲେ ଯେଉଁଠି କି ମହିଳା ମାନେ ସ୍ଵଚ୍ଛନ୍ଦରେ ଵିଚରଣ କରିପାରିବେ ।


କେମିତି ଆସିଲା ଏଭଳି ନିଆରା ଵିଚାର ?

କ୍ରିଷ୍ଟୀନା ରୋଥ୍ ଥରେ କୈଲିଫୋର୍ନିଆ ର କାଲାବମାସ୍ ଆଶ୍ରମରେ ଛୁଟିକାଟୁଥିଲା ବେଳେ ସେଠାରେ ମହିଳା ମାନଙ୍କ ପ୍ରତି ଅସାମାଜିକ ଆଚରଣ ଦେଖି ପ୍ରଥମେ ଏଭଳି ଏକ ନିଆରା ସ୍ଥାନର ଉପଲବ୍ଧି ଅନୁଭବ କରିଥିଲେ । 


କେତେକ ମହିଳା ଙ୍କର ପୁରୁଷ ଙ୍କୁ ଦେଖିଲେ ଅସହଜ ହୋଇଯିବା ମଧ୍ଯ ଏଠାରେ ଅନୁଭୂତ ହେବ ନାହିଁ । ପ୍ରକୃଷ୍ଟ ଶାନ୍ତି ପାଇଁ ଏହା ଉତ୍କୃଷ୍ଟ ସ୍ଥାନ ବୋଲି କ୍ରୀଷ୍ଟିନା ରୋଥ୍ କୁହନ୍ତି



ଏମିତି ଵି ଅଛି ଦ୍ଵୀପ

ଜାପାନ ର ଦକ୍ଷିଣ ପଶ୍ଚିମ ରେ ଅଵସ୍ଥିତ ଓକିନୋଶିମା ଦ୍ଵୀପରେ କେତେକ ଧାର୍ମିକ କାରଣରୁ କେଵଳ ପୁରୁଷ ମାନେ ହିଁ ଯାଇପାରନ୍ତି ଏଠାରେ ମହିଳା ମାନଙ୍କ ପ୍ରଵେଶ ନିଷେଧ ଅଛି । ଏ ଦ୍ଵୀପକୁ ଯାଇ ସେଠାରୁ ଯଦି ସନ୍ତକ ନେଇ ଆସିବା କଥା ଭାବୁଛନ୍ତି ତେବେ ଭୂଲାଯାନ୍ତୁ କାରଣ ଏଠାକାର ନିୟମ ଅନୁସାରେ କେହି ଵି ଏଠାରୁ ଘାସ ଖଣ୍ଡେ ଵି ବାହରକୁ ନୃଇପାରିବେ ନାହିଁ ।

 

 

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...