Tuesday, May 8, 2018

ମଣିଷ ର ଭାଗ୍ୟ ତା ହାତରେ

ବିଭିନ୍ନ ଧର୍ମ୍ମରେ ଵିଶ୍ଵ ସୃଷ୍ଟି କୁ ନେଇ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଥାଏ ।  ସନାତନ ଧର୍ମ୍ମ ର
ଵିଶ୍ଵ ସୃଷ୍ଟି ଵିଷୟକ ଥିଓରୀ ତନ୍ମଧ୍ୟରୁ ସାମାନ୍ୟ ଉନ୍ନତ ଜଣାପଡେ଼ । ଵିଶ୍ଵ ସୃଷ୍ଟି କୁ ନେଇ ସବୁଠାରୁ ଅଵାନ୍ତର ଯୁକ୍ତି ଆମେ ଖ୍ରୀଷ୍ଟିଆନ ,ଇହୁଦୀ, ମୁସଲିମ ଓ ପ୍ରାଚୀନ ଗ୍ରୀକ୍-ରୋମାନ୍-ଇଜିପ୍ତ ସଂସ୍କୃତିରେ ଦେଖିବାକୁ ପାଉ । ଏସବୁ ସଂସ୍କୃତିରେ ପୃଥିବୀର ଵୟସ ମାତ୍ର ୬୦୦୦ ଵର୍ଷ ଆକଳନ କରାଯାଇଛି ଯାହାକି ଅତ୍ୟନ୍ତ ହାସ୍ୟାସ୍ପଦ ।

ଆଧୁନିକ ବିଜ୍ଞାନ କହେ
ବିଗ୍ ଵ୍ୟାଙ୍ଗ ଠାରୁ ଏଯାବତ୍
୧୪୦୦କୋଟି ଵର୍ଷ ବିତି ସାରିଛି । ଯଦି ଏହି ଚଉଦଶହ କୋଟି ବର୍ଷକୁ ମାତ୍ର ୧୪ ଵର୍ଷ ମାନାଯାଇ ଏଥିରେ ମନୁଷ୍ୟର ସମୟକାଳ ଓ ଭୂମିକା ନିର୍ଦ୍ଧାରଣ କରାଯାଏ ତେବେ କେତେ ହେବ ?
ଏ ହିସାବରେ ଦେଖିଲେ
ଆମ ପୃଥିବୀ ମାତ୍ର ପାଞ୍ଚ ଵର୍ଷ ପୁରୁଣା.....
ଅର୍ଥାତ୍ ବ୍ରହ୍ମାଣ୍ଡ ସମ୍ପୂର୍ଣ୍ଣ ସମୟକାଳର ତିନିଭାଗରୁ ଭାଗେ ସମୟକାଳ ଯେତିକି ସମୟ ତଳେ ସୃଷ୍ଟି ହୋଇଥିଲା ଆମ ପୃଥିବୀ......

ବଡ଼ ବଡ଼ ଜୀବ ଏକମାତ୍ର ସାତ ମାସ ତଳେ ସୃଷ୍ଟି ହୋଇଥିଲେ.....
ଏବଂ ଡାଇନୋସର ଆଜକୁ ମାତ୍ର ତିନି ସପ୍ତାହ
ତଳେ ମରିହଜି ଯାଇଥିଲେ....
ଏ ୧୪୦୦ କୋଟି ଵର୍ଷ ମଧ୍ୟରେ ମନୁଷ୍ୟର ସମ୍ପୂର୍ଣ୍ଣ ଇତିହାସ ମାତ୍ର ତିନି ମିନିଟ ର ....
ମଣିଷର ଆଧୁନିକ ଵୈଜ୍ଞାନିକ ମାନଵୀୟ  ଉପଲବ୍ଧି ମାତ୍ର ଛ ସେକେଣ୍ଡ ର .....
ମାନବ ଇତିହାସ ର ଏହି ତିନି ମିନିଟ ସମୟକାଳ ମଧ୍ୟରେ ଆମେମାନେ ଆଜି ଏତେ ଉନ୍ନତି କରିସାରିଛନ୍ତି ଯେ ଭୟ ହେଲାଣି ଯେ
ଗୋଟିଏ ଯୋଡି଼ଏ ମିନିଟ ବେଳକୁ ମାନଵ ଇତିହାସର ପୃଷ୍ଠା ଟି ବ୍ରହ୍ମାଣ୍ଡ ଇତିହାସ ପୁସ୍ତକ ମଧ୍ୟରେ  ସତରେ କ'ଣ ଶେଷ ହୋଇ ଯିବ କି ?

ମନୁଷ୍ୟର ତିନିମିନିଟର ଇତିହାସ ସେ ଚାହିଁଲେ ତିନି ଵର୍ଷ ପର୍ଯ୍ୟନ୍ତ ବା ତହିଁ ରୁ ମଧ୍ୟ ଆହୁରି ଅଧିକ ସମୟ ଯାଏଁ କରିପାରିବ
କିନ୍ତୁ ଏଥିପାଇଁ ଲୋଡ଼ା ଜନସଂଖ୍ୟା ନିୟନ୍ତ୍ରଣ,ଵୈଶ୍ଵିକ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ,ବ୍ରହ୍ମାଣ୍ଡର କୋଣ ଅନୁକୋଣରେ ନୂତନ ଜୀଵନୋପଯୋଗୀ ଗ୍ରହ ଅନ୍ଵେଷଣ....
ଏଥିପାଇଁ ସାରା ଵିଶ୍ଵକୁ ମିଳିମିଶି କାର୍ଯ୍ୟ କରିବାକୁ ହେବ । ଯେଉଁ ଦିନ ମଣିଷ ଦେଶଵାଦ,ଜାତିଵାଦ,ଧାର୍ମିକ ଦୂର୍ଵଳତା ତ୍ୟାଗ କରି ସମସ୍ତ ଜୀଵଙ୍କୁ ଆପଣାର ମାନିବାକୁ ଲାଗିବ,ଯେଉଁ ଦିନ ପୃଥିବୀରେ ମାନଵଵାଦୀ ଯୁଗର ସୂର୍ଯ୍ୟୋଦୟ ହେବ
ସେହିଦିନ ଠାରୁ ଏହା ସମ୍ଭବପର ହୋଇପାରିବ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...