My Blog List

Friday, June 26, 2026

NCERT ଦ୍ଵାରା ରାଜସ୍ଥାନୀ ଲୋକଗୀତ ନାଆଁରେ ବଲିଉଡ ଚଳଚ୍ଚିତ୍ର ଗୀତ ପଢ଼ାଇଵା ଠିକ୍ କି ?

ବହୁତ ଲୋକ କହୁଛନ୍ତି ଯେ ଅଷ୍ଟମ ଶ୍ରେଣୀ ବହିରେ ଥିଵା ନିମ୍ବୁଡ଼ା ନିମ୍ବୁଡ଼ା ଗୀତଟି ସଙ୍ଗୀତ ଆଲୋଚନା ସମୟରେ ଦିଆଯାଇଛି ତେଣୁ ଏଥିରେ କିଛି ଆପତ୍ତି କରିଵା ଠିକ୍ ନୁହେଁ କିନ୍ତୁ ସତକଥା ହେଲା ତାହା ପ୍ରକୃତ ରାଜସ୍ଥାନୀ ଲୋକଗୀତ ହିଁ ନୁହେଁ । 

ନିମ୍ବୁଡ଼ା ଗୀତର ଅନେକ ସଂସ୍କରଣ ଅଛି କିନ୍ତୁ ସବୁଥିରେ ନିମ୍ବୁଡ଼ା ନିମ୍ବୁଡ଼ା ଓ କାଚା କାଚା ଛୋଟା ଛୋଟା ନିମ୍ବୁଡ଼ା ଲାଇ ଦୋ ଇତ୍ୟାଦି କିଛି ପଦ ସବୁଠାରେ ଅଛି ‌। ନିମ୍ନରେ ନିମୁଡ଼ା ନିମ୍ବୁଡ଼ା ଲୋକଗୀତର ତିନୋଟି ଭିନ୍ନଭିନ୍ନ ସଂସ୍କରଣ ଦିଆଗଲା । 

ସବୁଠାରୁ ସାଧାରଣ ସଂସ୍କରଣ ଯାହା ସିନେମାରେ ଵ୍ୟଵହୃତ କଟାଛଟା ସଂସ୍କରଣଠାରୁ ଅଧିକ ପୁରୁଣା ଏଵଂ ରାଜସ୍ଥାନର ଵିଵାହ ଓ ଲୋକଉତ୍ସବରେ ଵର୍ଷରୁ ଵର୍ଷ ଧରି ଗାୟନ କରାଯାଉଛି ତାହା ବହୁତ ଭିନ୍ନ ଏଵଂ ମାରୁଆଡ଼ି ଭାଷାରେ ଲିଖିତ ହୋଇଅଛି। 


ନିମ୍ବୁଡ଼ା ନିମ୍ବୁଡ଼ା...
ଛୋଟା ଛୋଟା, କାଚା କାଚା ନିମ୍ବୁଡ଼ା ଲାଇ ଦୋ,
ଓ ମାରା ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।
ନିମ୍ବୁଡ଼ା ପ୍ରେମ କା, ନିମ୍ବୁଡ଼ା ପ୍ରେମ କା,
ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।
ଓ ମାରା ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।

ଅନ୍ତରା ୧:
କାଚୀ କାଚୀ ଇମଲୀ ଶେରାଣେ ଉପଜେ,
ନିମ୍ବୁଡ଼ା ବାଗାଁ ମେଁ ଉପଜେ ଓ ସା...
ଜାୟୋ ତୋ ଜାୟୋ ମାରା ବନ୍ନସା,
ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।
ଓ ମାରା ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।

ଅନ୍ତରା ୨:
ଯାଓ ତୋ ଯାଓ ଜୈପୁର ଯାଇଜୋ,
ଯାଓ ତୋ ଯାଓ ଜୋଧପୁର ଯାଇଜୋ ଓ ସା...
ଜୈପୁର ସେ, ଜୋଧପୁର ସେ,
ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।
ଓ ମାରା ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।

ଅନ୍ତରା ୩:
ସାସୁ ଜୀ ଖାତୀ, ନଣଦଲ ଖାତୀ,
ଜେଠାଣୀ ଖାତୀ, ଦେବରାଣୀ ଖାତୀ ଓ ସା...
ମାରା ବନ୍ନସା ରୋ ଜୀବଡ଼ୋ ଖାତୋ ଖାତୋ ଯାଏ,
ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।
ଓ ମାରା ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।
 ×××

ରାଜସ୍ଥାନୀ ଭାଷାରେ ସ୍ୱାମୀ ଵା ପ୍ରିୟତମଙ୍କୁ ଆଦରରେ 'ବନ୍ନସା' କୁହାଯାଏ। "ଜୈପୁର/ଜୋଧପୁର" ପଦରେ ସ୍ତ୍ରୀ ଜଣକ ନିଜ ସ୍ୱାମୀଙ୍କୁ ଜୈପୁର କିମ୍ବା ଜୋଧପୁର ସହରକୁ ଯାଇ ସେଠାରୁ ତାଙ୍କ ପାଇଁ ତାଜା ସବୁଜ ଲେମ୍ବୁ ଆଣିଵାକୁ କହୁଛନ୍ତି। ସେହିପରି ଶେଷ ପଦରେ ଘରର ସମସ୍ତ ସଦସ୍ୟ (ଶାଶୁ, ନଣନ୍ଦ, ଜାଆ) ଖଟା ଖାଇଵାକୁ ଭଲ ପାଉଛନ୍ତି ଏଵଂ ତାଙ୍କ ନିଜ ମନ ମଧ୍ୟ ଖଟା ଖାଇଵାକୁ ଆତୁର ହେଉଛି, ତେଣୁ ସେ ଲେମ୍ବୁ ଆଣିଵାକୁ ଜିଦ୍ କରୁଛନ୍ତି।

ତେବେ ରାଜସ୍ଥାନୀ ଲୋକଗୀତଗୁଡ଼ିକର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଲିଖିତ ରୂପ ନଥାଏ। ଏହା ଶହ ଶହ ଵର୍ଷ ଧରି ପିଢ଼ି ପରେ ପିଢ଼ି ମୌଖିକ ଭାବରେ ଚାଲିଆସିଛି, ତେଣୁ ଏହାର ଆଉ କିଛି ସଂସ୍କରଣ ମଧ୍ୟ ରହିଛି। ଗାୟକ ଓ ଅଞ୍ଚଳ ଭେଦରେ ଏହି ଗୀତର ପଦ ଓ ଶବ୍ଦରେ ସାମାନ୍ୟ ପରିଵର୍ତ୍ତନ ଦେଖିଵାକୁ ମିଳେ।

ତେବେ ମାଙ୍ଗାନିୟାର ଓ ଲଙ୍ଗା ସମ୍ପ୍ରଦାୟର କଳାକାରମାନେ ଯେତେବେଳେ ଏହି ନିମ୍ବୁଡ଼ା ଗୀତଟିକୁ କମାୟଚା ଓ ସାରଙ୍ଗୀର ତାନ ସହିତ ସୂଫୀ ଓ ଶାସ୍ତ୍ରୀୟ ଶୈଳୀରେ ଗାଆନ୍ତି, ସେତେବେଳେ ସେମାନେ ଏଥିରେ ଗଭୀର ଭାବ ପୂର୍ଣ୍ଣ "ଦୁହା" ଏଵଂ ମରୁଭୂମିର ପ୍ରକୃତିକୁ ଯୋଡ଼ିଥାନ୍ତି। ଏହି ସୂଫୀ ଏବଂ ଫୋକ୍ ସଂସ୍କରଣର ସମ୍ପୂର୍ଣ୍ଣ ଗୀତଟି ଏଠାରେ ଦିଆଗଲା:

"ନିମ୍ବୁଡ଼ା" (ମାଙ୍ଗାନିୟାର ଓ ଲଙ୍ଗା ଶୈଳୀ)
ଗୀତର ଆରମ୍ଭ (ଦୁହା/ଆଳାପ):
ବାଦଳୀ ଓ ବାଦଳୀ, କାଳୀ କାଳୀ ବାଦଳୀ ବରସେ,
ସୂଖୀ ଧରତୀ ହସେ, ମାରୁଜୀ ମାରୋ ଜୀବଡ଼ୋ ତରସେ।
ନିମ୍ବୁଡ଼ା ତୋ ବାଗାଁ ମେଁ ଉପଜେ, ପ୍ରେମ ଉପଜେ ମନ ମାହିଁ,
ହରୀ ହରୀ ନିମ୍ବୁଡ଼ା ଲା ଦୋ ମୋହେ, ଯାକୋ ସ୍ଵାଦ କହୁଁ ନାହିଁ...

ସ୍ଥାୟୀ:
ଛୋଟା ଛୋଟା, କାଚା କାଚା ନିମ୍ବୁଡ଼ା ଲାଇ ଦୋ,
ଓ ମାରା ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।
ନିମ୍ବୁଡ଼ା ପ୍ରେମ କା, ନିମ୍ବୁଡ଼ା ପ୍ରେମ କା,
ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।
ଓ ମାରେ ବନ୍ନସା ରୋ ଜୀବଡ଼ୋ ତରସେ, ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।

ଅନ୍ତରା ୧ (ପ୍ରକୃତି ଓ ମରୁଭୂମିର ଵର୍ଣ୍ଣନା):

କାଚୀ କାଚୀ ଇମଲୀ ଶେରାଣେ ଉପଜେ,
ନିମ୍ବୁଡ଼ା ମାରେ ବାଗାଁ ମେଁ ଉପଜେ ଓ ସା...
ଜାୟୋ ତୋ ଜାୟୋ ମାରା ବନ୍ନସା, ତୁମେ ବାଗାଁ ସେ ଚୁନ୍ ଲାଓ,
ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।
ଓ ମାରା ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।

ଅନ୍ତରା ୨ (ଯାତ୍ରା ଓ ଵିରହର ଭାବ):
ଯାଓ ତୋ ଯାଓ ଜୈପୁର ଯାଇଜୋ,
ଯାଓ ତୋ ଯାଓ ଜୋଧପୁର ଯାଇଜୋ ଓ ସା...
ପରଦେଶାଁ ମେଁ ଯାଇ କେ ବନ୍ନସା, ମୋହେ ଭୂଲ୍ ନା ଯାଇଜୋ,
ଆଉତା ଆଉତା ଲା ଇଜୋ, ହରୀ ହରୀ ନିମ୍ବୁଡ଼ା।
ଓ ମାରା ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।

ଅନ୍ତରା ୩ (ସୂଫୀ ଓ ପାରିଵାରିକ ଭାବ):
ସାସୁ ଜୀ ଖାତୀ, ନଣଦଲ ଖାତୀ,
ଜେଠାଣୀ ଖାତୀ, ଦେବରାଣୀ ଖାତୀ ଓ ସା...
ସବ୍ ରୋ ମନ ହର୍ଷାଏ ଜବ୍ ଆୱେ, ଘର ମେଁ ନିମ୍ବୁଡ଼ା,
ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।
ଓ ମାରା ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।
×××

ଚଳଚ୍ଚିତ୍ର ଗୀତ ଭଳି ମାଙ୍ଗାନିୟାର ଓ ଲଙ୍ଗା ଶୈଳୀର ନିମ୍ବୁଡ଼ା ଲୋକଗୀତ ସିଧାସଳଖ ମ୍ୟୁଜିକରୁ ଆରମ୍ଭ ହୁଏନାହିଁ। ଜଣେ କଳାକାର ପ୍ରଥମେ ନିଜ ଉଚ୍ଚ ସ୍ୱରରେ ମରୁଭୂମିର ଵର୍ଷା ଓ ଵିରହକୁ ନେଇ 'ଦୁହା' ଗାଆନ୍ତି, ଯାହା ମନକୁ ଛୁଇଁଲା ଭଳି ହୋଇଥାଏ।

ଏଠାରେ"ଜୀବଡ଼ୋ ତରସେ" ଶବ୍ଦର ଅର୍ଥ ହେଉଛି "ଆତ୍ମା ଵା ମନ ତରସିଵା"। ଏହି ସଂସ୍କରଣରେ କେଵଳ ଖଟା ଖାଇଵାର ଇଚ୍ଛା ନୁହେଁ ଵରଂ ସ୍ୱାମୀଙ୍କ ପ୍ରତି ଥିଵା ପ୍ରେମ ଓ ସେ ଫେରିଆସିଵାର ପ୍ରତୀକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଏହି ସମ୍ପୂର୍ଣ୍ଣ ଗୀତରେ କୌଣସି ଆଧୁନିକ ଡ୍ରମ୍ସ ନଥାଏ, କେଵଳ କମାୟଚାର ତାର ଏଵଂ ଖଡ଼ତାଲର କାଠ ଖଣ୍ଡର ଶବ୍ଦରେ ଏକ ଅଲୌକିକ ପରିଵେଶ ସୃଷ୍ଟି ହୁଏ।

ତେବେ ରାଜସ୍ଥାନର ଵିଶିଷ୍ଟ ଲୋକ କଳାକାର ସ୍ଵର୍ଗତ ଗାଜୀ ଖାନ୍ ମାଙ୍ଗାନିୟାର ଯେତେବେଳେ ଏହି ଗୀତଟିକୁ ନିଜର ପାରମ୍ପରିକ ଶୈଳୀରେ ଗାଉଥିଲେ ସେ ସେତେବେଳେ ସେଥିରେ ମରୁଭୂମିର ସଂସ୍କୃତି ସହିତ ଏକ ସୁନ୍ଦର ଆଧ୍ୟାତ୍ମିକ ଓ ସୂଫୀ ଭାବର ସମାହାର କରୁଥିଲେ। ସେ ନିମ୍ବୁଡ଼ା ଗୀତ ଆରମ୍ଭ କରିଵା ପୂର୍ବରୁ ପ୍ରକୃତି ଓ ଭଗଵାନଙ୍କୁ ସ୍ମରଣ କରି ଏକ ସୁନ୍ଦର ଦୁହା ଗାଉଥିଲେ ।

ଗାଜୀ ଖାନ୍‌ଙ୍କ ଶୈଳୀରେ ଗାନ କରାଯାଇଥିଵା ସମ୍ପୂର୍ଣ୍ଣ ଗୀତଟି ଏଠାରେ ଦିଆଗଲା:

"ନିମ୍ବୁଡ଼ା" (ଗାଜୀ ଖାନ୍ ମାଙ୍ଗାନିୟାର ସଂସ୍କରଣ)

ପ୍ରାରମ୍ଭିକ ଦୁହା (ଆଳାପ):
ଆଲା ତୁ ଗଫୁର ହୈ, ମାଲିକ ମାରୋ ତୁହି...
ବାଦଳୀ ତୋ ବରସେ ଜାଇ କେ, ଜିଣ ଭୂମି ରସ ନାହିଁ।
ନିମ୍ବୁଡ଼ା ତୋ ବାଗାଁ ମେଁ ଉପଜେ, ମନ ମେଁ ଉପଜେ ପ୍ରେମ,
ଲ୍ୟାୟିଦୋ ମୋହେ ହରୀ ହରୀ ନିମ୍ବୁଡ଼ା, ଜାସେ ରାଜୀ ରାଖେ ଖେମ...

ସ୍ଥାୟୀ:
ଛୋଟା ଛୋଟା, କାଚା କାଚା ନିମ୍ବୁଡ଼ା ଲାଇ ଦୋ,
ଓ ମାରା ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।
ନିମ୍ବୁଡ଼ା ପ୍ରେମ କା, ନିମ୍ବୁଡ଼ା ପ୍ରେମ କା,
ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।
ଓ ମାରା ଭାୟା ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।

ଅନ୍ତରା ୧ (ବାଗ୍ ଓ ସୌନ୍ଦର୍ଯ୍ୟ):
କାଚୀ କାଚୀ ଇମଲୀ ଶେରାଣେ ଉପଜେ,
ନିମ୍ବୁଡ଼ା ମାରେ ବାଗାଁ ମେଁ ଉପଜେ ଓ ସା...
ଝୁକ୍ ସେ ତୋଡ଼ୋ ମାରା ବନ୍ନସା, ଦେଖେ ନାହିଁ ମାଲୀ ବାଗ କା,
ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।
ଓ ମାରା ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।

ଅନ୍ତରା ୨ (ସହର ଓ ଯାତ୍ରା):
ଯାଓ ତୋ ଯାଓ ଜୈପୁର ଯାଇଜୋ,
ଯାଓ ତୋ ଯାଓ ଜୋଧପୁର ଯାଇଜୋ ଓ ସା...
ଜୈପୁର ସେ, ଜୋଧପୁର ସେ, ଚୁନ୍ ଚୁନ୍ ଲ୍ୟାୟିଜୋ ଓ ସା,
ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।
ଓ ମାରା ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।

ଅନ୍ତରା ୩ (ଘର ଓ ଆତ୍ମାର ତୃପ୍ତି):
ସାସୁ ଜୀ ଖାତୀ, ନଣଦଲ ଖାତୀ,
ଜେଠାଣୀ ଖାତୀ, ଦେବରାଣୀ ଖାତୀ ଓ ସା...
ମାରା ଗୋରୀ ବନ୍ନୀ ରୋ ଜୀବଡ଼ୋ ଖାତୋ ଖାତୋ ଯାଏ,
ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।
ଓ ମାରା ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।
×××

ଗାଜୀ ଖାନଙ୍କ ନିମ୍ବୁଡ଼ା ଲୋକଗୀତ ସଂସ୍କରଣରେ ଥିଵା ଝୁକ୍ ସେ ତୋଡ଼ୋ ପଦର ଅର୍ଥ ହେଉଛି— "ମାଳୀ ଯେମିତି ଦେଖିପାରିଵ ନାହିଁ, ସେଥିପାଇଁ ଗଛରୁ ଧୀରେ କରି ନଇଁପଡ଼ି ଲେମ୍ବୁଟିଏ ତୋଳି ଆଣ।" ଏହିପରି ସରଳ ଗ୍ରାମୀଣ ଦୃଶ୍ୟ ଗାଜୀ ଖାନ୍‌ଙ୍କ ଗୀତରେ ଖୁବ୍ ସୁନ୍ଦର ଭାବେ ଫୁଟିଉଠେ।

ଗାଜୀ ଖାନ୍ ନିଜେ ଖଡ଼ତାଲ ବଜାଇଵାରେ ଜଣେ ଵିଶ୍ୱପ୍ରସିଦ୍ଧ ଓସ୍ତାଦ୍ ଥିଲେ। ତେଣୁ ସେ ଯେତେବେଳେ ଏହି ଗୀତଟି ଗାଉଥିଲେ ସେତେବେଳେ ତାଙ୍କ ଦୁଇ ହାତର କାଠ ଖଣ୍ଡର କ୍ଲିକ୍-କ୍ଲିକ୍ ଶବ୍ଦ ଏଵଂ ତାଙ୍କ କଣ୍ଠର ଗାମ୍ଭୀର୍ଯ୍ୟ ଗୀତକୁ ଏକ ସମ୍ପୂର୍ଣ୍ଣ ନିଆରା ପରିଚୟ ପ୍ରଦାନ କରୁଥିଲା।

ଏହାଠାରୁ କିଛି ପରିମାଣରେ ଭିନ୍ନ ରାଜସ୍ଥାନୀ ଵିଵାହ ଓ ପାରମ୍ପରିକ ଉତ୍ସଵଗୁଡ଼ିକରେ ଗାନ କରାଯାଉଥିଵା ନିମ୍ବୁଡ଼ା ଲୋକଗୀତର "ବନ୍ନା-ବନ୍ନୀ" ସଂସ୍କରଣଟି ଅତି ସୁନ୍ଦର, ଆନନ୍ଦଦାୟକ ଏଵଂ କିଛି ପରିମାଣରେ ମଜାଳିଆ ଭାବରେ ପୂର୍ଣ୍ଣ ହୋଇଥାଏ। ଏହି ସଂସ୍କରଣରେ ନୂଆ ଵିଵାହିତ ଵର (ବନ୍ନସା) ଓ କନ୍ୟା (ବନ୍ନୀ)ଙ୍କ ମଧ୍ୟରେ ଥିଵା ପ୍ରେମ ଓ ମାନ-ଅଭିମାନକୁ ଦେଖାଇଵା ପାଇଁ ଅଳଙ୍କାର ଓ ପୋଷାକର ପ୍ରସଙ୍ଗ ଯୋଡ଼ାଯାଇଥାଏ।

ଏହି ସଂସ୍କରଣର ସମ୍ପୂର୍ଣ୍ଣ ଗୀତଟି ଏଠାରେ ଦିଆଗଲା:

"ନିମ୍ବୁଡ଼ା" (ବନ୍ନା-ବନ୍ନୀ ସଂସ୍କରଣ)

ସ୍ଥାୟୀ:
ଛୋଟା ଛୋଟା, କାଚା କାଚା ନିମ୍ବୁଡ଼ା ଲାଇ ଦୋ,
ଓ ମାରା ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।
ନିମ୍ବୁଡ଼ା ପ୍ରେମ କା, ନିମ୍ବୁଡ଼ା ପ୍ରେମ କା,
ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।
ଓ ମାରା ସାଢୁଆ ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।

ଅନ୍ତରା ୧ (ଅଳଙ୍କାର ଓ ଗହଣାର ପ୍ରସଙ୍ଗ):
ଘଡ଼ଲୋ ତୋ ଘଡ଼ାୟୋ ମାରା ବନ୍ନସା, ଗହଣୋ ତୋ ଲାୟୋ ଓ ସା...
ରଖଡ଼ୀ ତୋ ଲ୍ୟାୟା ଗହଣୋ ତୋ ଲ୍ୟାୟା ଓ ସା,
ଇଣ ରୂପାଳୀ ବନ୍ନୀ ନେ ଲା ଦୋ, ହରୀ ହରୀ ନିମ୍ବୁଡ଼ା।
ଓ ମାରା ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।

ଅନ୍ତରା ୨ (ପୋଷାକ ଓ ଚୁଡ଼ିର ମାଧୁରୀ):
ଚୁଡ଼ଲୋ ତୋ ଲ୍ୟାୟା ମାରା ବନ୍ନସା, ଲେହେଙ୍ଗୋ ତୋ ଲ୍ୟାୟା ଓ ସା...
ଜୈପୁରୀ ରଙ୍ଗ ଚୁନଡ଼ୀ ଲ୍ୟାୟା ଓ ସା,
ଇଣ ହସତୀ ବନ୍ନୀ ନେ ଲା ଦୋ, ହରୀ ହରୀ ନିମ୍ବୁଡ଼ା।
ଓ ମାରା ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।

ଅନ୍ତରା ୩ (ଶାଶୁଘର ଲୋକଙ୍କ ସହ ମଜାଦାର ପଦ):
ସାସୁ ଜୀ ଖାତୀ, ନଣଦଲ ଖାତୀ,
ଜେଠାଣୀ ଖାତୀ, ଦେବରାଣୀ ଖାତୀ ଓ ସା...
ମାରା ବନ୍ନସା ରୋ ଜୀବଡ଼ୋ ଖାତୋ ଖାତୋ ଯାଏ,
ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।
ଓ ମାରା ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।

ଏହି ସଂସ୍କରଣରେ ରଖଡ଼ୀ ଶବ୍ଦ ଵ୍ୟଵହୃତ ହୋଇଅଛି । ରାଜସ୍ଥାନୀ ମହିଳାମାନେ ମୁଣ୍ଡରେ ପିନ୍ଧୁଥିଵା ଏକ ପାରମ୍ପରିକ ଓ ଅତି ସୁନ୍ଦର ଗହଣାକୁ(ମାଙ୍ଗଟିକା ଭଳି) ରଖଡ଼ୀ କୁହାଯାଏ । ରୂପାଳୀ ବନ୍ନୀର ଅର୍ଥ ଏଠି "ରୂପଵତୀ କିମ୍ବା ସୁନ୍ଦର କନ୍ୟା"। ଜୈପୁରର ପ୍ରସିଦ୍ଧ ବାନ୍ଧେଜ୍ ଵା ରଙ୍ଗୀନ ଓଢ଼ଣୀକୁ ଏଠି ଜୈପୁରୀ ରଙ୍ଗ ଚୁନଡ଼ୀ କୁହାଯାଇଛି । ଵିଵାହ ଘରେ ଏହି ଗୀତଟିକୁ ମହିଳାମାନେ ଏକାଠି ବସି, ଢୋଲକ ଓ ମଞ୍ଜିରା ବଜାଇ ଖୁବ୍ ଉତ୍ସାହର ସହ ତାଳି ମାରି ଗାଇଥାନ୍ତି। ଏଥିରେ ଏକ ପ୍ରକାରର ପାରିଵାରିକ ଆନ୍ତରିକତା ଏଵଂ ଉତ୍ସଵର ଚମକ ଥାଏ।

ତେବେ ନିମ୍ବୁଡ଼ା ଲୋକଗୀତର କାଲବେଲିଆ ସଂସ୍କରଣଟି ଅନ୍ୟ ସବୁ ସଂସ୍କରଣଠାରୁ ସମ୍ପୂର୍ଣ୍ଣ ଅଲଗା। କାଲବେଲିଆ ହେଉଛି ରାଜସ୍ଥାନର ସାପୁଆ ସମ୍ପ୍ରଦାୟର ଏକ ପ୍ରସିଦ୍ଧ ନୃତ୍ୟ ଓ ସଙ୍ଗୀତ ଶୈଳୀ। ଏହି ଗୀତରେ ଶବ୍ଦର ମାତ୍ରା କମ୍ ଥାଏ, କିନ୍ତୁ ବିନ୍, ଚାଙ୍ଗ ଓ ଖଞ୍ଜରୀର ତାଳ ବହୁତ ଦ୍ରୁତ ଥାଏ। ନୃତ୍ୟଶିଳ୍ପୀମାନଙ୍କର ଦ୍ରୁତ ପାଦଚାଳନା ଏଵଂ ଚକ୍କର ସହିତ ତାଳ ମେଳାଇଵା ପାଇଁ ଏହି ସଂସ୍କରଣରେ ପଦଗୁଡ଼ିକୁ ଖୁବ୍ ତୀଵ୍ର ଗତିରେ ଓ ବାରମ୍ବାର ଗାନ କରାଯାଏ। ଏହି ଉତ୍ସାହଭରା ସଂସ୍କରଣର ଗୀତଟି ଏଠାରେ ଦିଆଗଲା:

"ନିମ୍ବୁଡ଼ା" (କାଲବେଲିଆ ସଂସ୍କରଣ)

ସ୍ଥାୟୀ (ଦ୍ରୁତ ତାଳରେ):
ଅରେ ଛୋଟା ଛୋଟା, କାଚା କାଚା...
ନିମ୍ବୁଡ଼ା ଲା ଦୋ ମୋହେ, ନିମ୍ବୁଡ଼ା ଲା ଦୋ!
ଓ ମାରା ବନ୍ନସା, ଓ ମାରା ସାଜଣା,
ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା!
ନିମ୍ବୁଡ଼ା ପ୍ରେମ କା, ନିମ୍ବୁଡ଼ା ପ୍ରେମ କା,
ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।

ଅନ୍ତରା ୧ (ମାଟିର ବାସ୍ନା ଓ ଝୁମିବା ଭାବ):
ଉଚ୍ଚା ଉଚ୍ଚା ମେଲାଁ ମେଁ ଉପଜେ ଓ ସା,
ନିମ୍ବୁଡ଼ା ମାରେ ବାଗାଁ ମେଁ ଉପଜେ ଓ ସା...
ଆଡ଼ୋଦୀ-ପାଡ଼ୋଦୀ ଗୋରୀ ବାଗାଁ ମେଁ ଯାଏ,
ତୋଡ଼୍ ଲ୍ୟାୱେ ହରୀ ହରୀ ନିମ୍ବୁଡ଼ା!
ଓ ମାରା ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।

ଅନ୍ତରା ୨ (ଦ୍ରୁତ ସରଗମ ଓ ଗତି):
(ଏହି ପଦରେ ଵାଦ୍ୟର ଗତି ଆହୁରି ବଢ଼ିଯାଏ ଏଵଂ କଳାକାରମାନେ ତାଳି ମାରି ଗାଆନ୍ତି)
ଜୈପୁର ଜାଇଜୋ, ପୋଗରଣ ଯାଇଜୋ,
ଜୋଧପୁର ଯାଇଜୋ, ଅଜମେର ଯାଇଜୋ ଓ ସା...
ମାରେ ଜୀବଡ଼େ ରୀ ପ୍ୟାସ ବୁଝାଇଜୋ ଓ ସା,
ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା!
ଓ ମାରା ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।

ଅନ୍ତରା ୩ (ଉଦ୍ଦାମ ସମାପ୍ତି):
ସାସୁ ଜୀ ଖାତୀ, ନଣଦଲ ଖାତୀ,
ଜେଠାଣୀ ଖାତୀ, ଦେବରାଣୀ ଖାତୀ ଓ ସା...
ମୁଁ ତୋ ଖାଉଁ ପ୍ରେମ କା ନିମ୍ବୁଡ଼ା,
ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା!
ଓ ମାରା ବନ୍ନସା... ଲା ଦୋ ମୋହେ ହରୀ ହରୀ ନିମ୍ବୁଡ଼ା।


ନିମ୍ବୁଡ଼ା ଲୋକଗୀତର ଏହି କାଲବେଲିଆ ସଂସ୍କରଣରେ ଜୈପୁର ସହ ରାଜସ୍ଥାନର ପୋଖରାନ ଓ ଅଜମେର ଭଳି ସ୍ଥାନର ନାଁ ବି ଯୋଡ଼ାଯାଏ, ଯେଉଁ ଅଞ୍ଚଳରେ କାଲବେଲିଆ ସମ୍ପ୍ରଦାୟର ଲୋକେ ବେଶୀ ରହନ୍ତି।
ଏହି ଗୀତଟି ଶୁଣିଵା ସମୟରେ ଗୀତର ପଦ ଅପେକ୍ଷା ବିନର ସୁର ଓ ଖଞ୍ଜରୀର ଝଙ୍କାର ଶ୍ରୋତାଙ୍କୁ ଝୁମିଵାକୁ ବାଧ୍ୟ କରିଥାଏ। ଗୀତର ଶେଷ ଆଡ଼କୁ କେଵଳ "ନିମ୍ବୁଡ଼ା, ନିମ୍ବୁଡ଼ା, ନିମ୍ବୁଡ଼ା" ଶବ୍ଦକୁ ଏକ ଶ୍ୱାସରେ ବହୁତ ଜୋର୍‌ରେ ଗାନ କରାଯାଇ ସମାପ୍ତ କରାଯାଏ।

ତେବେ ଏହି ରାଜସ୍ଥାନୀ ଲୋକଗୀତଟି ବଲିଉଡ୍‌ରେ ପହଞ୍ଚିଵା ପଛରେ ସବୁଠାରୁ ବଡ଼ ହାତ ଥିଲା ସଙ୍ଗୀତ ନିର୍ଦ୍ଦେଶକ ଇସମାଇଲ୍ ଦରବାର ଏଵଂ ରାଜସ୍ଥାନର ସ୍ୱର୍ଗତ ଲୋକ କଳାକାର ଗାଜୀ ଖାନ୍ ମଙ୍ଗାନିୟାରଙ୍କର।

ଚଳଚ୍ଚିତ୍ରର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀ ନିଜ ଫିଲ୍ମ ପାଇଁ ଏକ ଶୁଦ୍ଧ ଗୁଜରାଟୀ ଓ ରାଜସ୍ଥାନୀ ସାଂସ୍କୃତିକ ପୃଷ୍ଠଭୂମି ଖୋଜୁଥିଲେ। ସେହି ସମୟରେ ଇସମାଇଲ୍ ଦରବାର ରାଜସ୍ଥାନର ପାରମ୍ପରିକ ମାଙ୍ଗାନିୟାର କଳାକାର ଗାଜୀ ଖାନ୍‌ଙ୍କ କଣ୍ଠରେ ଏହି "ଛୋଟା ଛୋଟା, କାଚା କାଚା ନିମ୍ବୁଡ଼ା" ଗୀତଟି ଶୁଣିଵାକୁ ପାଇଲେ।
ମରୁଭୂମିର ସେହି ମାଟିଆ ବାସ୍ନା ଏଵଂ ଖଡ଼ତାଲର ତାଳ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କୁ ଏତେ ପସନ୍ଦ ଆସିଲା ଯେ ସେ ଏହାକୁ ନିଜ ଚଳଚ୍ଚିତ୍ରର ସବୁଠାରୁ ବଡ଼ ଡାନ୍ସ ନମ୍ବର କରିଵାକୁ ନିଷ୍ପତ୍ତି ନେଲେ। ସେ ଗାଜୀ ଖାନ୍‌ଙ୍କୁ ମୁମ୍ବାଇ ଆଣିଲେ ଏଵଂ ତାଙ୍କ ନୂତନ ଗୀତର ମୂଳ କମ୍ପୋଜିସନ୍ ପ୍ରସ୍ତୁତ କଲେ।

ମୂଳ ରାଜସ୍ଥାନୀ ଗୀତଟି ଏକ ଧୀର, ସରଳ ଓ ପାରିଵାରିକ ଲୋକଗୀତ ଥିଲା। କିନ୍ତୁ ବଲିଉଡ୍‌ର ଲକ୍ଷ ଲକ୍ଷ ଦର୍ଶକଙ୍କୁ ଝୁମାଇଵା ପାଇଁ ଏଥିରେ ଅନେକ ବଡ଼ ପରିଵର୍ତ୍ତନ କରାଯିଵା ଜରୁରୀ ଥିଲା । ମୂଳ ଗୀତରେ ଥିଵା "ବନ୍ନସା" (ସ୍ୱାମୀ), "ରଖଡ଼ୀ" (ଗହଣା) କିମ୍ବା "ଜୀବଡ଼ୋ ତରସେ" ଭଳି ଶୁଦ୍ଧ ମାରୱାଡ଼ି ଶବ୍ଦକୁ ସର୍ଵଭାରତୀୟ ଶ୍ରୋତା ବୁଝିପାରି ନଥାନ୍ତେ। ତେଣୁ ଗୀତ ପ୍ରତିଭା କଵିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ ଏହାକୁ ଅଧିକ ହିନ୍ଦୀ ଓ ଉର୍ଦ୍ଦୁ ଶବ୍ଦ ସହ ମିଶ୍ରଣ କରାଗଲା। ସେଥିପାଇଁ "ଜାନେ କିତନେ ଆଶିକ୍ ଇସପେ ମର୍ ମିଟେ" ଏଵଂ "ଇସ୍କ କେ ରୋଗୀ" ଭଳି ବଲିଉଡ୍ ମସଲା ଶବ୍ଦ ଏଥିରେ ଯୋଡ଼ାଗଲା।

ମୂଳ ଲୋକଗୀତଟି କେଵଳ ଢୋଲ ଓ କମାୟଚାରେ ଗାନ କରାଯାଏ, ଯାହା ଶାନ୍ତ ପରିଵେଶ ପାଇଁ ଭଲ। କିନ୍ତୁ ଫିଲ୍ମ ପାଇଁ ଏହାକୁ ଏକ 'ଗ୍ରାଣ୍ଡ୍ ଭିଜୁଆଲ୍' କରିଵାକୁ ଥିଲା। ଇସମାଇଲ୍ ଦରବାର ଏଥିରେ ଶହେରୁ ଅଧିକ ଵାଦ୍ୟଯନ୍ତ୍ରୀଙ୍କୁ ନେଇ ଏକ ଵିରାଟ ପାଶ୍ଚାତ୍ୟ ଓ ଭାରତୀୟ ସଙ୍ଗୀତର ଫ୍ୟୁଜନ୍ କଲେ, ଯାହା ଗୀତକୁ ଏକ ଚମକପ୍ରଦ ଶକ୍ତି ଦେଲା। ଅର୍ଥାତ୍ ଶାଢୀ ପିନ୍ଧିଥିଵା ସଧଵା ରାଜସ୍ଥାନୀ ନାରୀକୁ ଆଣି ବଲିଉଡ୍‌ବାଲା ଅର୍ଦ୍ଧନଗ୍ନ କରି ଦେଖାଇଲେ ।

ପୁଣି ଐଶ୍ୱର୍ଯ୍ୟାଙ୍କ ପାଇଁ ନୃତ୍ୟ ଶୈଳୀର ପରିଵର୍ତ୍ତନ ମଧ୍ୟ ହୋଇଥିଲା । ରାଜସ୍ଥାନୀ ମହିଳାମାନେ ଏହି ଗୀତରେ ସାଧାରଣ ଘୁମର କରନ୍ତି। କିନ୍ତୁ ପରଦାରେ ଵିଶ୍ଵ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ଥିଲେ। କୋରିଓଗ୍ରାଫର ସରୋଜ ଖାନ୍ ଏହାକୁ ଵିଶ୍ୱସ୍ତରୀୟ କରିଵା ପାଇଁ ଏଥିରେ କ୍ଲାସିକାଲ୍ କଥକ ଏଵଂ ଅତ୍ୟନ୍ତ ଦ୍ରୁତ ପାଦଚାଳନାର ଏକ କଠିନ ସମାହାର କଲେ, ଯାହା ପାଇଁ ଗୀତର ତାଳକୁ ବହୁତ ଦ୍ରୁତ କରିଵାକୁ ପଡ଼ିଲା।

ଏହି ଗୀତଟି ସିନେମାରେ ଆସିଵା ପରେ ଦେଶଵ୍ୟାପୀ ଜଣାଶୁଣା ହେଲା। ଗୀତ ପାଇଁ କଵିତା କୃଷ୍ଣମୂର୍ତ୍ତିଙ୍କୁ ସର୍ଵଶ୍ରେଷ୍ଠ ଗାୟିକା ଏଵଂ ସରୋଜ ଖାନ୍‌ଙ୍କୁ ସର୍ଵଶ୍ରେଷ୍ଠ କୋରିଓଗ୍ରାଫର ଭାବେ ଫିଲ୍ମଫେୟାର ଆୱାର୍ଡ ମିଳିଲା।

କିନ୍ତୁ ଯେତେବେଳେ ଫିଲ୍ମର କ୍ରେଡିଟ୍ସ ଦିଆଗଲା, ସେତେବେଳେ ଏହାକୁ ଏକ "ପାରମ୍ପରିକ ଲୋକଗୀତ" ବୋଲି ଦର୍ଶାଗଲା ଏଵଂ ମୂଳ ଗାୟକ ଗାଜୀ ଖାନ୍ ମଙ୍ଗାନିୟାରଙ୍କୁ କେଵଳ ସହ-ଗାୟକର ଶ୍ରେୟ ମିଳିଲା। ଏହାକୁ ନେଇ ସେତେବେଳେ ସଙ୍ଗୀତ ଦୁନିଆରେ ବହୁତ ଚର୍ଚ୍ଚା ହୋଇଥିଲା ଯେ ବଲିଉଡ୍ ମାଟିର କଳାକାରଙ୍କ ମୂଳ ସୃଜନଶୀଳତାକୁ ନିଜ ନାଁରେ ଚଳାଇଦେଲା।

ଏହିଠାରୁ ହିଁ ସର୍ଵଭାରତୀୟ ସ୍ତରରେ ବଲିଉଡ୍ ଦ୍ଵାରା ପ୍ରସ୍ତୁତ କଟା ଫଟା ଏଵଂ ଆରବୀ ପାର୍ସୀ ଶବ୍ଦ ମିଶ୍ରିତ ନିମ୍ବୁଡ଼ା ଚଳଚ୍ଚିତ୍ର ଗୀତକୁ ଲୋକେ ଭୁଲ୍ କ୍ରମେ ରାଜସ୍ଥାନୀ ଲୋକଗୀତ ଭାବିନେଲେ ‌।‌
ଓଡ଼ିଶାର ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ପାଇଁ ଯେତେବେଳେ ବହି ପ୍ରସ୍ତୁତ କରାଗଲା ସେତେବେଳେ ଏଥିରେ ଜଡ଼ିତ ଲୋକମାନେ ଆଦୌ ଗଵେଷଣା ନକରି ହିନ୍ଦୀ NCERT ବହିରେ ଯାହା ଥିଲା ତାକୁ ଓଡ଼ିଆ ଭାଷାରେ ଅନୁଵାଦ କରି ଛପାଇଦେଲେ । ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ଯେ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ଯେଉଁ ନିମ୍ବୁଡ଼ା ନିମ୍ବୁଡ଼ା ଗୀତ ପଢ଼ାଯାଉଛି ତାହା ମୂଳ ରାଜସ୍ଥାନୀ ଲୋକଗୀତ ଆଦୌ ନୁହେଁ ଵରଂ ବଲିଉଡ୍ 
ଚଳଚ୍ଚିତ୍ର 'ହମ୍ ଦିଲ୍ ଦେ ଚୁକେ ସନମ୍' (1999) ଚଳଚ୍ଚିତ୍ରର ନିମ୍ବୁଡ଼ା ନିମ୍ବୁଡ଼ା ଗୀତ ଅଟେ । ଯଦି ପ୍ରକୃତ ରାଜସ୍ଥାନୀ ଲୋକଗୀତ ଓ ଲୋକସଙ୍ଗୀତ ଵିଷୟରେ ପଢ଼ାଇଵାର ଥିଲା ତେବେ ମୂଳ ରାଜସ୍ଥାନୀ ସଂସ୍କରଣଗୁଡ଼ିକ ମଧ୍ୟରେ ଗୋଟିଏ ସଂସ୍କରଣକୁ ଚୟନ କରିଵା ଉଚିତ୍ ହୋଇଥାନ୍ତା । 





No comments:

Post a Comment