My Blog List

Wednesday, July 29, 2026

କାହିଁକି ପଚାଶ ଦଶକରେ ପାରଳାଖେମୁଣ୍ଡିରେ ତେଲୁଗୁ ଲୋକେ ରଥଯାତ୍ରା ସମୟରେ ରଥ ପୋଡ଼ି ଦେଇଥିଲେ ?

ପାରଳାଖେମୁଣ୍ଡି, ଦକ୍ଷିଣ ଓଡ଼ିଶାର ଏକ ପ୍ରାଚୀନ ଓ ସମୃଦ୍ଧ ଗଡ଼ଜାତ ଥିଲା, ଯାହା ଗଙ୍ଗଵଂଶୀୟ ଗଜପତି ରାଜାମାନଙ୍କ ଦ୍ଵାରା ଶାସିତ ହୋଇଆସୁଥିଲା। ଏହି ଅଞ୍ଚଳଟି ସାଂସ୍କୃତିକ ଓ ଭୌଗୋଳିକ ଦୃଷ୍ଟିରୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତରେ ଅଵସ୍ଥିତ ଥିଵାରୁ ଏଠାରେ ଦୀର୍ଘ ସମୟ ଧରି ଓଡ଼ିଆ ଓ ତେଲୁଗୁ ଭାଷାଭାଷୀ ଜନସାଧାରଣ ଏକାଠି ଵାସ କରୁଥିଲେ। ରାଜପରିଵାରର ପୃଷ୍ଠପୋଷକତାରେ ଓଡ଼ିଆ ଭାଷା, କାଵ୍ୟ, ନାଟକ, କଳା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ଯେଉଁ ଅଭ୍ୟୁଦୟ ଘଟିଥିଲା, ତାହା ସମଗ୍ର ଓଡ଼ିଶାରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଥିଲା।

ଊନଵିଂଶ ଶତାବ୍ଦୀର ଶେଷ ଆଡ଼କୁ ଏଵଂ ଵିଂଶ ଶତାବ୍ଦୀର ପ୍ରାରମ୍ଭରେ, ମଦ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଵା ଏହି ସୀମାନ୍ତ ଅଞ୍ଚଳରେ ଇଂରେଜ ସରକାରଙ୍କ ଦ୍ଵାରା ତେଲୁଗୁ ଭାଷାକୁ ପ୍ରଶାସନିକ ଓ ଶିକ୍ଷାଗତ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଇଥିଲା। ଏହାର ପ୍ରତିରୋଧ କରି ମହାରାଜା ଗୌରଚନ୍ଦ୍ର ଗଜପତି ଏଵଂ ପରଵର୍ତ୍ତୀ ସମୟରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଵ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଵ୍ରତୀ ହୋଇଥିଲେ। ୧୯୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମୟରେ ପାରଳାଖେମୁଣ୍ଡିର ଭୌଗୋଳିକ ସୀମା ନିର୍ଦ୍ଧାରଣ ଏକ ଅତ୍ୟନ୍ତ ଜଟିଳ ସମସ୍ୟା ଭାବେ ଉଭା ହୋଇଥିଲା। ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନିରଵଚ୍ଛିନ୍ନ ସଂଗ୍ରାମ, ଦୂରଦୃଷ୍ଟି ଏଵଂ ଲଣ୍ଡନର ଗୋଲଟେବୁଲ ଵୈଠକରେ ଦୃଢ଼ ଉପସ୍ଥାପନା ଯୋଗୁଁ ପାରଳାଖେମୁଣ୍ଡି ସହର ଓ ଏହାର ଆଖପାଖ ଅଞ୍ଚଳ ଓଡ଼ିଶାରେ ଅନ୍ତର୍ଭୁକ୍ତ ହୋଇପାରିଥିଲା। ତେବେ ମଦ୍ରାସ ପ୍ରେସିଡେନ୍ସିର ଦୀର୍ଘ ଶାସନ ଏଵଂ ଆନ୍ଧ୍ର ସହ ଥିଵା ସୀମାନ୍ତ ଵାଣିଜ୍ୟିକ ସମ୍ପର୍କ ଯୋଗୁଁ ସହରରେ ତେଲୁଗୁ ଭାଷାଭାଷୀଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ଅଧିକ ଥିଲା। ଏହି ଦ୍ଵିଭାଷୀ ପରିଵେଶ ଭିତରେ ଶାନ୍ତିପୂର୍ଣ୍ଣ ସହାଵସ୍ଥାନ ରହିଥିଲେ ମଧ୍ୟ, ସ୍ଵାଧୀନତା ପରଵର୍ତ୍ତୀ ଭାଷାଗତ ରାଜ୍ୟ ଗଠନର ରାଜନୈତିକ ସ୍ରୋତ ଏହି ଶାନ୍ତିକୁ ଗୁରୁତର ଭାବେ ଵ୍ୟାହତ କରିଥିଲା।

ସ୍ଵାଧୀନତା ପରଵର୍ତ୍ତୀ ଭାରତରେ ଭାଷା ଆଧାରରେ ରାଜ୍ୟ ଗଠନ ପାଇଁ ଦାବି ସମଗ୍ର ଦେଶରେ ଜୋର୍ ଧରିଥିଲା। ୧୯୫୨ ମସିହାରେ ଆନ୍ଧ୍ର ପ୍ରଦେଶକୁ ସ୍ଵତନ୍ତ୍ର ରାଜ୍ୟ କରିଵା ଦାବିରେ ପୋଟ୍ଟି ଶ୍ରୀରାମୁଲୁଙ୍କ ଆତ୍ମାହୁତି ପରେ ଦକ୍ଷିଣ ଭାରତରେ ଵ୍ୟାପକ ଭାଷାଗତ ଆନ୍ଦୋଳନ ସୃଷ୍ଟି ହୋଇଥିଲା। 
ଏହାର ଫଳସ୍ଵରୂପ ୧୯୫୩ ମସିହାରେ ଭାରତ ସରକାର ଫଜଲ୍ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ, ହୃଦୟନାଥ କୁଞ୍ଜରୁ ଓ କେ. ଏମ୍. ପାଣିକ୍କରଙ୍କୁ ନେଇ "ରାଜ୍ୟ ପୁନର୍ଗଠନ ଆୟୋଗ" ଗଠନ କଲେ। ଏହି ଆୟୋଗ ଵିଭିନ୍ନ ରାଜ୍ୟର ସୀମା ନିର୍ଦ୍ଧାରଣ ପାଇଁ ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ଆରମ୍ଭ କଲେ।

ଏହି ସମୟରେ ଆନ୍ଧ୍ର ମହାସଭା ଏଵଂ ତେଲୁଗୁ ଜାତୀୟତାଵାଦୀ ନେତାମାନେ ଦାବି କଲେ ଯେ ପାରଳାଖେମୁଣ୍ଡି, ବ୍ରହ୍ମପୁର, କୋରାପୁଟ, ଗୁଣୁପୁର ଓ ରାୟଗଡ଼ାର କେତେକ ଅଞ୍ଚଳକୁ ନୂତନ ଭାବେ ଗଠିତ ହେଵାକୁ ଥିଵା ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ମିଶାଯାଉ। ସେମାନଙ୍କର ଯୁକ୍ତି ଥିଲା ଯେ ଏହି ଅଞ୍ଚଳଗୁଡ଼ିକରେ ତେଲୁଗୁ ଭାଷାଭାଷୀ ଜନସାଧାରଣଙ୍କ ସଂଖ୍ୟା ଅଧିକ ଏଵଂ ବାଣିଜ୍ୟିକ ଦୃଷ୍ଟିରୁ ଏହା ଆନ୍ଧ୍ର ସହ ଓତଃପ୍ରୋତ ଭାବେ ଯୋଡ଼ିହୋଇ ରହିଛି। ଅନ୍ୟପକ୍ଷରେ, ଓଡ଼ିଶାରେ ଉତ୍କଳ ସମ୍ମିଳନୀ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଏଵଂ ଓଡ଼ିଆ ଜାତୀୟତାଵାଦୀ ନେତାମାନେ ଏହାର ତୀଵ୍ର ପ୍ରତିରୋଧ କଲେ।

୧୯୫୩ରୁ ୧୯୫୬ ମସିହା ମଧ୍ୟରେ ପାରଳାଖେମୁଣ୍ଡି ଏକ ପ୍ରକାର ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା। ଗୋଟିଏ ପଟେ ଆନ୍ଧ୍ରପ୍ରଦେଶରେ ମିଶିଵା ପାଇଁ ତେଲୁଗୁ ସଂଗଠନଗୁଡ଼ିକର ଶୋଭାଯାତ୍ରା ଓ ଆନ୍ଦୋଳନ, ଅନ୍ୟପଟେ ଓଡ଼ିଶାରେ ରହିଵା ପାଇଁ ଓଡ଼ିଆମାନଙ୍କର ପ୍ରତିଵାଦ। ସହରର ଵାତାଵରଣ ଦିନକୁ ଦିନ ଵିଷାକ୍ତ ହେଵାକୁ ଲାଗିଲା। ସୀମା ଆୟୋଗର ସଦସ୍ୟମାନଙ୍କ ପରିଦର୍ଶନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଅନେକ ସ୍ଥାନରେ ହିଂସାତ୍ମକ ସଂଘର୍ଷ, ଢେଲାପଥର ମାଡ଼ ଓ ଗୋଷ୍ଠୀ ସଂଘର୍ଷ ସୃଷ୍ଟି ହୋଇଥିଲା।

ପାରଳାଖେମୁଣ୍ଡିରେ ଶ୍ରୀଜଗନ୍ନାଥ ସଂସ୍କୃତି କେଵଳ ଏକ ଧାର୍ମିକ ଵିଶ୍ଵାସ ମଧ୍ୟରେ ସୀମିତ ନଥିଲା, ତାହା ଥିଲା ଓଡ଼ିଆ ଭାଷା, ସଂସ୍କୃତି, ରାଜକୀୟ ପ୍ରତିଷ୍ଠା ଓ ଓଡ଼ିଆ ଜାତୀୟତାର ସର୍ଵୋଚ୍ଚ ଦୃଶ୍ୟମାନ ପ୍ରତୀକ।

ପାରଳାଖେମୁଣ୍ଡିର ରଥଯାତ୍ରା ଗଜପତି ରାଜାମାନଙ୍କର ପ୍ରତ୍ୟକ୍ଷ ପୃଷ୍ଠପୋଷକତାରେ ଅତ୍ୟନ୍ତ ଆଡ଼ମ୍ବରର ସହ ଆୟୋଜିତ ହେଉଥିଲା। ପୁରୀ ଭଳି ଏଠାରେ ମଧ୍ୟ ତିନୋଟି ଵିଶାଳ ରଥ—ତାଳଧ୍ଵଜ, ନନ୍ଦିଘୋଷ ଓ ଦେଵଦଳନ ନିର୍ମିତ ହେଉଥିଲା। ଏହି ରଥଗୁଡ଼ିକର ନିର୍ମାଣ, ଶୋଭାଯାତ୍ରା ଏଵଂ ବଡ଼ଦାଣ୍ଡରେ ଏହାର ଗଡ଼ିଵା ପ୍ରକ୍ରିୟା ସହରରେ ଓଡ଼ିଆ ସଂସ୍କୃତିର ପ୍ରାଧାନ୍ୟ ଓ ଗଜପତି ରାଜଵଂଶର ପ୍ରଭାଵକୁ ପ୍ରଦର୍ଶିତ କରୁଥିଲା।

ସୀମା ଆନ୍ଦୋଳନ ସମୟରେ ତେଲୁଗୁ ଉଗ୍ର ଆନ୍ଦୋଳନକାରୀମାନେ ଅନୁଭଵ କଲେ ଯେ ପାରଳାଖେମୁଣ୍ଡିରେ ଓଡ଼ିଆମାନଙ୍କ ସାଂସ୍କୃତିକ ଆଧିପତ୍ୟ, ସ୍ଵାଭିମାନ ଓ ସଙ୍ଘଠନ ବଳର ମୂଳଉତ୍ସ ହେଉଛି ଏହି ରଥଯାତ୍ରା। ସେମାନଙ୍କ ଧାରଣା ଥିଲା ଯେ ଯଦି ଏହି ସାଂସ୍କୃତିକ ପ୍ରତୀକକୁ ଆଘାତ ଦିଆଯାଏ, ତେବେ ଓଡ଼ିଆମାନଙ୍କର ଆନ୍ଦୋଳନାତ୍ମକ ମନୋବଳ ଭାଙ୍ଗିଯିଵ ଏଵଂ ଅଞ୍ଚଳଟିକୁ ଆନ୍ଧ୍ର ପ୍ରଦେଶରେ ମିଶାଇଵା ପାଇଁ ବାଟ ପରିଷ୍କାର ହୋଇଯିଵ। ରଥଯାତ୍ରା ସମୟରେ ସମଗ୍ର ଜିଲ୍ଲାରୁ ହଜାର ହଜାର ଓଡ଼ିଆ ଲୋକ ପାରଳାଖେମୁଣ୍ଡିର ବଡ଼ଦାଣ୍ଡରେ ଏକାଠି ହେଉଥିଲେ। ଏହି ଜନସମାଗମ ଓଡ଼ିଆ ଜାତୀୟତାର ଏକ ଵିଶାଳ ପ୍ରଦର୍ଶନୀ ଭାବେ ଉଭା ହେଉଥିଲା, ଯାହା ସୀମା ଆନ୍ଦୋଳନରେ ଲିପ୍ତ ତେଲୁଗୁ ନେତୃତ୍ଵକୁ ଵିଚଳିତ କରୁଥିଲା। ଫଳରେ, ସୀମା ସଂଗ୍ରାମର ରାଜନୈତିକ ଆକ୍ରୋଶ କ୍ରମଶଃ ସାଂସ୍କୃତିକ ପ୍ରତୀକଗୁଡ଼ିକ ଆଡ଼କୁ ମୋଡ଼ ନେଇଥିଲା।


୧୯୫୦ ଦଶକର ମଧ୍ୟଭାଗରେ, ଵିଶେଷ କରି ୧୯୫୪-୧୯୫୫ ମସିହାର ସୀମା ଆନ୍ଦୋଳନ ଚରମ ସୀମାରେ ପହଞ୍ଚିଥିଵା ସମୟରେ, ପାରଳାଖେମୁଣ୍ଡିର ବଡ଼ଦାଣ୍ଡରେ ଏକ ଅତ୍ୟନ୍ତ ଦୁଃଖଦାୟକ ଓ କଳଙ୍କିତ ଘଟଣା ଘଟିଥିଲା। ରଥଯାତ୍ରା ପୂର୍ଵରୁ ବଡ଼ଦାଣ୍ଡରେ ନିର୍ମିତ ହୋଇ ରହିଥିଵା ରଥଗୁଡ଼ିକ ଉପରେ ତେଲୁଗୁ ଆନ୍ଦୋଳନକାରୀ ଓ ଅସାମାଜିକ ଗୋଷ୍ଠୀଙ୍କ ନଜର ପଡ଼ିଥିଲା।

ଉତ୍ତେଜନାପୂର୍ଣ୍ଣ ପରିଵେଶ ମଧ୍ୟରେ, ରାତ୍ରିର ଅନ୍ଧକାର ଓ ଦଙ୍ଗାପୂର୍ଣ୍ଣ ପରିସ୍ଥିତିର ସୁଯୋଗ ନେଇ ଉଗ୍ର ଆନ୍ଦୋଳନକାରୀମାନେ ବଡ଼ଦାଣ୍ଡରେ ଠିଆ ହୋଇଥିଵା ଵିଶାଳ କାଠ ରଥଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଵିଶେଷ କରି ପ୍ରସିଦ୍ଧ "ତାଳଧ୍ଵଜ" ରଥ ଏଵଂ ଅନ୍ୟ ରଥଗୁଡ଼ିକ ଆଖିପିଛୁଳାକେ ଜଳି ଭସ୍ମୀଭୂତ ହୋଇଯାଇଥିଲା। ରଥ ଦାହର ଏହି ଘଟଣା ପାରଳାଖେମୁଣ୍ଡି ସହରରେ ଏକ ଅଭୂତପୂର୍ଵ ସାମ୍ପ୍ରଦାୟିକ ଓ ଭାଷାଗତ ଦଙ୍ଗାର ରୂପ ନେଇଥିଲା। ରଥ ଜଳୁଥିଵାର ଦେଖି ଓଡ଼ିଆ ଜନସାଧାରଣ କ୍ରୋଧ ଓ ଶୋକରେ ଆଲୋଡ଼ିତ ହୋଇପଡ଼ିଥିଲେ। ବଡ଼ଦାଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ସୃଷ୍ଟି ହୋଇଥିଲା। ଢେଲାପଥର ମାଡ଼, ଦୋକାନ ବଜାର ଭଙ୍ଗାରୁଜା ଏଵଂ ରକ୍ତାକ୍ତ ଆକ୍ରମଣରେ ସହରର ଶାନ୍ତି ଵ୍ୟାହତ ହୋଇଥିଲା। ପରିସ୍ଥିତିକୁ କାବୁ କରିଵା ପାଇଁ ପ୍ରଶାସନକୁ କର୍ଫ୍ୟୁ ଜାରି କରିଵାକୁ ତଥା ସଶସ୍ତ୍ର ପୋଲିସ ଵାହିନୀ ମୁତୟନ କରିଵାକୁ ପଡ଼ିଥିଲା। ଏହି ରଥ ଦାହ କେଵଳ କାଠର ଗଠନକୁ ଜାଳି ନଥିଲା ଵରଂ ସେହି ଅଞ୍ଚଳର ଓଡ଼ିଆ ଓ ତେଲୁଗୁ ସମ୍ପ୍ରଦାୟ ମଧ୍ୟରେ ଥିଵା ସାମାଜିକ ସୌହାର୍ଦ୍ଦ୍ୟକୁ ଗୁରୁତର ଭାବେ କ୍ଷତାକ୍ତ କରିଦେଇଥିଲା।
ବଙ୍ଗାଳୀମାନେ ଓଡ଼ିଆ ଭାଷା ମାରିଦେଵାକୁ ଉଦ୍ୟମ କରିଥିଲେ, ଓଡ଼ିଶାର କଵି,ଦରଵ ଓ ମନ୍ଦିର ପର୍ଯ୍ୟନ୍ତ ଚୋରାଇ ନେଵାକୁ ଚେଷ୍ଟା କରିଥିଲେ। ବଙ୍ଗାଳୀମାନଙ୍କ ସହିତ ଓଡ଼ିଆଙ୍କର ଭାଷା-ସଂସ୍କୃତି ସମ୍ବନ୍ଧୀୟ ଗୁରୁତର ଵିଵାଦ ସତ୍ତ୍ଵେ, ବଙ୍ଗାଳୀମାନେ କେବେହେଲେ ବି ଶ୍ରୀଜଗନ୍ନାଥଙ୍କ ରଥରେ ନିଆଁ ଲଗାଇନଥିଲେ କିମ୍ବା ରଥଯାତ୍ରାକୁ ଆକ୍ରମଣ କରିନଥିଲେ। ବଙ୍ଗରେ ତ ଶତାବ୍ଦୀ ଶତାବ୍ଦୀ ଧରି ରଥଯାତ୍ରାର ଏକ ସମାନ୍ତରାଳ ଓ ସମୃଦ୍ଧ ପରମ୍ପରା ଗଢ଼ିଉଠିଛି। ହୁଗୁଳି ଜିଲ୍ଲାର ମାହେଶ ରଥଯାତ୍ରା ୧୩୯୬ ମସିହାରୁ ଆରମ୍ଭ ହୋଇ ପୁରୀ ପରେ ଭାରତର ଅନ୍ୟତମ ପ୍ରାଚୀନ ରଥଯାତ୍ରା ଭାବେ ପରିଚିତ। ସେହିପରି ଗୁପ୍ତିପଡ଼ା, ଧାନ୍ୟକୁଡ଼ିଆ ଓ ମହିଷାଦଳ ଭଳି ସ୍ଥାନଗୁଡ଼ିକରେ ଵିଶାଳ ରଥଯାତ୍ରା ପାଳିତ ହୁଏ। ବଙ୍ଗର ଗାଁ ଓ ନଗରଗୁଡ଼ିକରେ ରଥଯାତ୍ରା ଦିନ ଛୋଟ ଛୋଟ ଶିଶୁମାନେ କାଠ, ପିତ୍ତଳ କିମ୍ବା କାଗଜର ସାନ ସାନ ରଥ ସଜାଇ ବାଜା ବଜାଇ ଗଡ଼ାନ୍ତି, ଆଉ ପାମ୍ପଡ଼-ଜିଲାପିର ମେଳା ଜମେ। କିନ୍ତୁ ତେଲୁଗୁମାନେ ଆଞ୍ଚଳିକଵାଦର ଅନ୍ଧପୁଟୁଳି ଆଖିରେ ବାନ୍ଧି ଏତେ ମାତ୍ରାରେ ଅନ୍ଧ ହୋଇଗଲେ ଯେ ହିନ୍ଦୁ ହେଇ ବି ହିନ୍ଦୁ ଦେଵତାଙ୍କର ରଥ ଜାଳିଦେଲେ । ଏଥିରୁ ତେଲୁଗୁ ଲୋକଙ୍କ ଦାନଵୀୟ ଚରିତ୍ର ଏଵଂ ବଙ୍ଗାଳୀମାନଙ୍କ ମାନଵୀୟ ଚରିତ୍ର ସ୍ପଷ୍ଟ ହୋଇଯାଏ । 

ଅସ୍ତୁ ପଚାଶ ଦଶକର ମଧ୍ୟଭାଗରେ ପାରଳାଖେମୁଣ୍ଡିରେ ତେଲୁଗୁ ଲୋକଙ୍କ ଦ୍ଵାରା ହୋଇଥିଵା ରଥ ଦାହର ଭୟାଵହତା ଏଵଂ ତାହାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିଵା ଗୁରୁତର ଆଇନ ଶୃଙ୍ଖଳା ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଶାସନ, ରାଜପରିଵାର ଏଵଂ ସ୍ଥାନୀୟ ପ୍ରମୁଖ ଵ୍ୟକ୍ତିମାନେ ଏକ କଠୋର ନିଷ୍ପତ୍ତି ନେଵାକୁ ବାଧ୍ୟ ହୋଇଥିଲେ। ପୁନଃ ହିଂସାକାଣ୍ଡ ଏଵଂ ରଥଗୁଡ଼ିକର ସୁରକ୍ଷା ଅଭାବକୁ ଏଡ଼ାଇଵା ପାଇଁ ପାରଳାଖେମୁଣ୍ଡିରେ ତିନୋଟି ଵିଶାଳ ରଥର ଗଡ଼ିଵା ପରମ୍ପରାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଗଲା।
ତେବେ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଓ ଧାର୍ମିକ ପରମ୍ପରା ଯେପରି ସମ୍ପୂର୍ଣ୍ଣ ବନ୍ଦ ନହୁଏ, ସେଥିପାଇଁ ଏକ ଵିକଳ୍ପ ଵ୍ୟଵସ୍ଥା କରାଗଲା। ତିନୋଟି ବଡ଼ ରଥ ବଦଳରେ "ଅର୍ଜୁନ କାର" ଵା "ସାନ ରଥ" ନାମକ ଗୋଟିଏ ଛୋଟ କାଠ ରଥରେ ହିଁ ମହାପ୍ରଭୁଙ୍କ ଵିଗ୍ରହମାନଙ୍କୁ ବିଜେ କରାଇ ରଥଯାତ୍ରା ସମ୍ପାଦନ କରାଗଲା। ଏହି ସାନ ରଥଟି ଆକାରରେ ଛୋଟ ଥିଵାରୁ ଏହାକୁ ସୁରକ୍ଷିତ ରଖିଵା ଏଵଂ କମ୍ ସଂଖ୍ୟକ ଆରକ୍ଷୀଙ୍କ ଦ୍ଵାରା ନିୟନ୍ତ୍ରଣ କରିଵା ସହଜ ହୋଇଥିଲା। ଦୀର୍ଘ ଦଶନ୍ଧି ଦଶନ୍ଧି ଧରି, ପାରଳାଖେମୁଣ୍ଡିର ବଡ଼ଦାଣ୍ଡରେ ତିନୋଟି ରଥ ଗଡ଼ିଵା ବନ୍ଦ ରହିଥିଲା। ପାରଳାଖେମୁଣ୍ଡିର ଯେଉଁ ବଡ଼ଦାଣ୍ଡ ଦିନେ ତିନି ରଥର ଜୟଘୋଷରେ ମୁଖରିତ ହେଉଥିଲା,ଯୋଉ ପାରଳାଖେମୁଣ୍ଡିର ରଥଯାତ୍ରା ଦିନେ ପୁରୀ ରଥଯାତ୍ରା ସହିତ ପ୍ରତିଯୋଗିତା କରୁଥିଲା ତାହା କେଵଳ ଗୋଟିଏ ଛୋଟ ରଥର ନୀରଵ ଯାତ୍ରାର ସାକ୍ଷୀ ହୋଇ ରହିଗଲା। ଏହି ସ୍ଥଗିତାଦେଶ କେଵଳ ସୁରକ୍ଷାର ଆଵଶ୍ୟକତା ନଥିଲା, ତାହା ଥିଲା ଐତିହାସିକ କ୍ଷତର ଏକ ନୀରଵ ପ୍ରତୀକ। ପଚାଶ ଦଶକର ତେଲୁଗୁ ଓ ଓଡ଼ିଆ ଲୋକଙ୍କ ମଧ୍ୟରେ ହୋଇଥିଵା ଵିଵାଦ ଯୋଗୁଁ ଆଜି ବି ପାରଳାଖେମୁଣ୍ଡି ଅଞ୍ଚଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କିଛି ପରିମାଣରେ ହିଂସା ଦ୍ୱେଷ ଭାଵ ରହିଛି ବୋଲି ସ୍ଥାନୀୟ ଲୋକମାନେ କୁହନ୍ତି । 

ତେବେ ପ୍ରାୟ ଚାରି ପାଞ୍ଚ ଦଶନ୍ଧି ଧରି ତିନି ରଥର ନିର୍ମାଣ ବନ୍ଦ ରହିଵା ଫଳରେ ପାରଳାଖେମୁଣ୍ଡିର ସ୍ଵତନ୍ତ୍ର ରଥ ଶିଳ୍ପ ଓ ସ୍ଥାପତ୍ୟ ସମ୍ପୂର୍ଣ୍ଣ ଭାବେ ଵିଲୁପ୍ତ ହୋଇଗଲା। ପାରଳାଖେମୁଣ୍ଡିର ରଥ ନିର୍ମାଣ ଶୈଳୀ ପୁରୀଠାରୁ ଅନେକାଂଶରେ ଭିନ୍ନ ଓ ସ୍ଵତନ୍ତ୍ର ଥିଲା। ଏହା ଦକ୍ଷିଣ ଓଡ଼ିଶାର କାଠ କାରୁକାର୍ଯ୍ୟ, କୁନ୍ଦ କାମ ଓ ପୀଢ଼ ସ୍ଥାପତ୍ୟର ଏକ ଅନନ୍ୟ ନିଦର୍ଶନ ଥିଲା। ପାରଳାଖେମୁଣ୍ଡି ରଥଗୁଡ଼ିକର ନିର୍ମାଣରେ ଵ୍ୟଵହୃତ ହେଉଥିଵା ଦୁଆରଘୋଡ଼ା, ଦ୍ଵାରପାଳ ପଟ୍ଟ, ନାହାକ, ଜଳକନ୍ୟା, ପାର୍ଶ୍ଵଦେଵତା ଓ କୁନ୍ଦ କାମ ଅତ୍ୟନ୍ତ ସୂକ୍ଷ୍ମ ଓ କଳାତ୍ମକ ଥିଲା। ସ୍ଥାନୀୟ ମହାରାଣା ଓ ଵିଶ୍ଵକର୍ମା କାରିଗରମାନେ ଵଂଶାନୁକ୍ରମିକ ଭାବେ ଏହି ସ୍ଵତନ୍ତ୍ର ଶିଳ୍ପକଳାକୁ ଜୀଵିତ ରଖିଥିଲେ। ରଥର ଉପରିଭାଗ ପୀଢ଼ ଆକୃତିର ହୋଇଥିଵାରୁ ଏହା ଦକ୍ଷିଣୀ ସ୍ଥାପତ୍ୟ ଓ ଓଡ଼ିଶୀ ସ୍ଥାପତ୍ୟର ଏକ ପୁରୋଧା ମିଶ୍ରଣ ଥିଲା। ରଥରେ ଵ୍ୟଵହୃତ ହେଉଥିଵା ପଞ୍ଚରଙ୍ଗୀ କପଡ଼ାର ମାଣ୍ଡଣି ମଧ୍ୟ ଏହାର ନିଜସ୍ଵ ପରିଚୟ ଦେଉଥିଲା। ତେବେ ରଥ ନିର୍ମାଣ ବନ୍ଦ ହୋଇଯିଵା ଫଳରେ କାରିଗରମାନେ ଜୀଵିକା ହରାଇଲେ। ଅନେକ କାରିଗର ପରିଵାର ଅନ୍ୟ ଵ୍ୟଵସାୟ ଆପଣାଇଲେ କିମ୍ବା ଅଞ୍ଚଳ ଛାଡ଼ି ଚାଲିଗଲେ। ଫଳରେ ସେମାନଙ୍କ ପାଖରେ ଥିଵା ସୂକ୍ଷ୍ମ କାଠ ଭାସ୍କର୍ଯ୍ୟ ଓ କୁନ୍ଦ କାରୁକାର୍ଯ୍ୟର ଜ୍ଞାନ ପରଵର୍ତ୍ତୀ ପିଢ଼ିକୁ ହସ୍ତାନ୍ତର ହୋଇପାରିଲା ନାହିଁ। ତେଲୁଗୁ ଲୋକଙ୍କ ପାଗଳାମି ଯୋଗୁଁ ପାରଳାଖେମୁଣ୍ଡିର ରଥ ସ୍ଥାପତ୍ୟ ସମ୍ପୂର୍ଣ୍ଣ ଲୋପ ପାଇଗଲା । 

ନିକଟ ଅତୀତରେ ସାଂସ୍କୃତିକ ପ୍ରେମୀ, ସ୍ଥାନୀୟ ନାଗରିକ ଓ ପ୍ରଶାସନର ଉଦ୍ୟମରେ ପାରଳାଖେମୁଣ୍ଡିରେ ପୁନର୍ଵାର ତିନୋଟି ରଥର ଯାତ୍ରା ଆରମ୍ଭ କରାଯାଇଛି। ବଡ଼ଦାଣ୍ଡରେ ପୁଣିଥରେ ତିନି ରଥର ଘର୍ଘର ନାଦ ଶୁଣାଯାଉଛି, ଯାହା ନିଶ୍ଚିତ ଭାବେ ଏକ ଆନନ୍ଦର ଵିଷୟ। ତେବେ ଏହି ପୁନରୁଦ୍ଧାର ମଧ୍ୟରେ ଅନ୍ୟ ଏକ ସାଂସ୍କୃତିକ ସଙ୍କଟ ଦେଖାଦେଇଛି। ଵର୍ତ୍ତମାନ ନିର୍ମାଣ କରାଯାଉଥିଵା ରଥଗୁଡ଼ିକରେ ପାରଳାଖେମୁଣ୍ଡିର ପ୍ରାଚୀନ ଶୈଳୀ, ସୂକ୍ଷ୍ମ କୁନ୍ଦ କାମ, ପଞ୍ଚରଙ୍ଗୀ କପଡ଼ା ଓ ପୀଢ଼ ସ୍ଥାପତ୍ୟ ବଦଳରେ ପୁରୀ ରଥର ସଂରଚନାକୁ ଅନ୍ଧଭାବେ ଅନୁକରଣ କରାଯାଉଛି। ଫଳରେ, ଆମେ ଵିଜୟର ଆନନ୍ଦରେ ଭୁଲିଯାଉଛୁ ଯେ ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳର ନିଜସ୍ଵ କଳାତ୍ମକ ପରିଚୟ ଥିଲା। ସମରୂପତା ଵା ଗୋଟିଏ ନକ୍ସାର ଅନୁକରଣ ଆମର ଆଞ୍ଚଳିକ ଵୈଵିଧ୍ୟକୁ ନଷ୍ଟ କରିଦେଉଛି। ହିଂସା ଓ ଅଗ୍ନିକାଣ୍ଡ ଯେଉଁ ଆଞ୍ଚଳିକ କଳାକୁ ଜାଳି ଦେଇଥିଲା, ଆଜି ଅନୁକରଣର ମାନସିକତା ସେହି କଳାର ପୁନରୁଜ୍ଜୀଵନକୁ ଅସମାହିତ କରି ରଖିଛି।

ଇତିହାସର ନିଷ୍ଠୁର ସତ୍ୟଗୁଡ଼ିକୁ ଯେତେବେଳେ ଆମେ କାଳର ନଦୀରେ ପ୍ରଵାହିତ କରି ନିରପେକ୍ଷ ଭାବେ ଦେଖୁ, ସେତେବେଳେ ପ୍ରତୀୟମାନ ହୁଏ ଯେ ମାନଵୀୟ ସଂକୀର୍ଣ୍ଣତା, ଭୌଗୋଳିକ ଆକାଂକ୍ଷା ଓ ଭାଷାଗତ ଅହଂକାର କିପରି ସୁନ୍ଦର କଳା ଓ ସଂସ୍କୃତିକୁ ଛାରଖାର କରିଦିଏ। ପଚାଶ ଦଶକର ମଧ୍ୟଭାଗରେ ପାରଳାଖେମୁଣ୍ଡିର ବଡ଼ଦାଣ୍ଡରେ ଜଳିଯାଇଥିଵା କାଠର ରଥଗୁଡ଼ିକ କେଵଳ କାଠ, କପଡ଼ା ଓ ରଙ୍ଗର ଆହୁତି ନଥିଲା; ସେଗୁଡ଼ିକ ଥିଲା ମାନଵିକ ସୌହାର୍ଦ୍ଦ୍ୟ ଏଵଂ କାରିଗରୀ ଶ୍ରେଷ୍ଠତା ଉପରେ କ୍ରୋଧର ଆକ୍ରମଣ। କାଠର ଗଠନକୁ ନିଆଁ ଜାଳି ପାଉଁଶ କରିଦେଇପାରେ, କିନ୍ତୁ ଗୋଟିଏ ଜାତିର ସାଂସ୍କୃତିକ ଆତ୍ମା, ଚେତନା ଏଵଂ ଶ୍ରୀଜଗନ୍ନାଥ ଭାବଧାରାକୁ କୌଣସି ଅଗ୍ନିଶିଖା କେବେହେଲେ ଦଗ୍ଧ କରିପାରେ ନାହିଁ। ଦୁଃଖର ଵିଷୟ ଓଡ଼ିଆମାନଙ୍କୁ ଜାତୀୟ ସଂହତିର ଦ୍ଵାହି ଦେଇ ଏହି ଇତିହାସକୁ ଲୁଚେଇ ଦିଆଗଲା । ପରଵର୍ତ୍ତୀ ପିଢ଼ିର ଓଡ଼ିଆମାନେ ତେଲୁଗୁ ଲୋକଙ୍କ ଏହି ଅମାନୁଷିକ ଆକ୍ରମଣର ଇତିହାସ ଜାଣିପାରିଲେ ନାହିଁ । ଯୋଉ ଜାତି ନିଜ ପ୍ରତି ହୋଇଥିଵା ପଡ଼ୋଶୀ ଜାତିର ଅତ୍ୟାଚାରକୁ ଭୁଲି ଯାଏ ସେ ଜାତି ନିଜର ସ୍ଵାଭିମାନ ହରାଇ ବସେ । ସେଥିପାଇଁ ଓଡ଼ିଶାର ଲୋକେ ଦିନକୁ ଦିନ ସ୍ଵାଭିମାନହୀନ ହୋଇ ହୋଇ ଯାଉଛନ୍ତି ।‌

ତେବେ ଆରମ୍ଭରୁ ସବୁକିଛି ଦେଖି ଆସୁଥିଵା ସମୟ ପୁଣି ପ୍ରଶ୍ନ କରୁଛି ଯେ ଯୋଉ ଅମଣିଷ ତେଲୁଗୁମାନେ ପଚାଶ ଦଶକର ମଧ୍ୟଭାଗରେ ପାରଳାଖେମୁଣ୍ଡିରେ ରଥଗୁଡ଼ିକୁ ଜାଳି ଦେଇଥିଲେ ସେଇ ବେଲଜ୍ଜା ତେଲୁଗୁ ଲୋକେ ଆଜି ହାଇଦ୍ରାଵାଦ,ବିଶାଖାପାଟଣା ଓ ଵିଜୟୱାଡ଼ାରେ ଧୁମ୍ ଧାମରେ କୋଉ ମୁହଁରେ ରଥଯାତ୍ରା ପାଳୁଛନ୍ତି ଏଵଂ କୋଉ ମୁହଁ ନେଇ ଜଗନ୍ନାଥ ପୁରୀ ଦର୍ଶନ କରିଵାକୁ ଆସୁଛନ୍ତି ? 

ଯଦି ପଚାଶ ଦଶକର ମଧ୍ୟଭାଗରେ ତେଲୁଗୁ ଲୋକଙ୍କ ଦୃଷ୍ଟିରେ ଜଗନ୍ନାଥ କେଵଳ ଓଡ଼ିଆଙ୍କର ଦେଵତା ଥିଲେ ତାହେଲେ ଆଜି କାହିଁକି ସେମାନେ ଜଗନ୍ନାଥଙ୍କୁ ନିଜର ଈଶ୍ୱର ଵିଚାର କରି ଆରାଧନା କରୁଛନ୍ତି ? 

ଏହି ପ୍ରଶ୍ନର ଉତ୍ତର ଆମକୁ କାଳର ପରିଵର୍ତ୍ତନ ଏଵଂ ଶ୍ରୀଜଗନ୍ନାଥ ଚେତନାର ଵିଶାଳତା ଭିତରେ ହିଁ ମିଳିଥାଏ। ଉଗ୍ର ରାଜନୈତିକ ଆଵେଗ, ଭାଷାଗତ ଉନ୍ମାଦନା ଏଵଂ ସାମୟିକ ଵିଦ୍ୱେଷ ମଣିଷର ଵିଵେକକୁ ସାମୟିକ ଭାବେ ଅନ୍ଧ କରିଦିଏ ଯାହାର ପରିଣାମ ସ୍ୱରୂପ ପଚାଶ ଦଶକରେ ରଥ ଦାହ ଭଳି ଜଘନ୍ୟ ଓ କଳଙ୍କିତ କୃତ୍ୟ ଘଟିଥିଲା। କିନ୍ତୁ କାଳକ୍ରମେ ଯେତେବେଳେ ସୀମା ସଂଗ୍ରାମର ଉତ୍ତାପ ପ୍ରଶମିତ ହେଲା, ସେତେବେଳେ ସଂକୀର୍ଣ୍ଣ ରାଜନୈତିକ ଆକାଂକ୍ଷା ଉପରେ ଶ୍ରୀଜଗନ୍ନାଥଙ୍କ ଵିଶ୍ୱଜନୀନ ଭାଵଧାରାର ହିଁ ଵିଜୟ ହେଲା। ମହାପ୍ରଭୁ ଜଗନ୍ନାଥ କୌଣସି ଗୋଟିଏ ଭାଷା, ସୀମା କିମ୍ବା ଭୌଗୋଳିକ ଅଞ୍ଚଳ ମଧ୍ୟରେ ଆବଦ୍ଧ ନୁହଁନ୍ତି—ସେ 'ପତିତପାଵନ'। ଯେଉଁ ଚେତନା ଦିନେ ସୀମା ଆନ୍ଦୋଳନର ଵିଷାକ୍ତ ଵାତାଵରଣରେ ଆଘାତପ୍ରାପ୍ତ ହୋଇଥିଲା, ଆଜି ସେହି ଭକ୍ତିଭାବ ଆନ୍ଧ୍ର ଓ ତେଲେଙ୍ଗାନାର ନଗ୍ରଠାରୁ ଗାଁ-ଗଣ୍ଡା ଯାଏଁ ତେଲୁଗୁ ଲୋକଙ୍କୁ ରଥ ଟାଣିଵାକୁ ବାଧ୍ୟ କରୁଛି। ପୁରୀ ଜଗନ୍ନାଥ ମନ୍ଦିରକୁ ଟାଣି ଆଣୁଛି । ଏହା ହିଁ ଜଗନ୍ନାଥ ସଂସ୍କୃତିର ସାରଵତ୍ତା।

ତେବେ ଇତିହାସର ଏହି ଦୁଃଖଦ ପୃଷ୍ଠାକୁ ମନେରଖିଵାର ଉଦ୍ଦେଶ୍ୟ ଚିରସ୍ଥାୟୀ ସଂଘର୍ଷ କିମ୍ବା ଘୃଣା ପ୍ରସାର କରିଵା ନୁହେଁ ଵରଂ ଆତ୍ମସମୀକ୍ଷା ଓ ସାଂସ୍କୃତିକ ଜାଗରଣ ଅଟେ । ପାରଳାଖେମୁଣ୍ଡିର ରଥ ଦାହ ଘଟଣା ଓଡ଼ିଆ ଜାତି ପାଇଁ ଏକ ସ୍ମାରକୀ—ନିଜର ପ୍ରାଚୀନ ଐତିହ୍ୟ, ସ୍ୱତନ୍ତ୍ର ରଥ ସ୍ଥାପତ୍ୟ ଏଵଂ ସ୍ୱାଭିମାନକୁ ଜାଗ୍ରତ ରଖିଵାର। ଆଜି ଅନ୍ୟ ସମ୍ପ୍ରଦାୟର ଭକ୍ତିକୁ ସ୍ୱୀକାର କରିଵା ସହ ଆମକୁ ଆମର ନିଜସ୍ୱ କଳା, ଆଞ୍ଚଳିକ ଵୈଵିଧ୍ୟ ଓ ଇତିହାସର ସତ୍ୟକୁ ବିନା ସଙ୍କୋଚରେ ଆଗାମୀ ପିଢ଼ି ପାଇଁ ସଂରକ୍ଷିତ କରିଵାକୁ ହେଵ। କାରଣ ଯେଉଁ ଜାତି ନିଜ ଇତିହାସର କ୍ଷତ ଓ ଗୌରଵକୁ ମନେରଖି ଶିକ୍ଷା ଗ୍ରହଣ କରେ, ସେହି ଜାତି ହିଁ କାଳର କଷଟିପଥରରେ ନିଜର ସ୍ୱାଭିମାନ ଓ ଅସ୍ମିତାକୁ ଅକ୍ଷୁଣ୍ଣ ରଖିପାରେ।


No comments:

Post a Comment