Friday, June 1, 2018

ଧନୀ ଓ ଦରିଦ୍ର

ଧନୀ ଲୋକଙ୍କର ନିଶା ଅଟେ ଧର୍ମ
ଦରିଦ୍ରକୁ ଖାଦ୍ୟ ମିଳେ କଲେ କର୍ମ ।।

ଜଣେ ଦଉଡେ ଖାଦ୍ୟ ପାଚନ ପାଇଁ
ଆରକ ଦଉଡେ଼ ପେଟ ଭରିବା ପାଇଁ ।।

ଧନୀ ମାରଇ ନିର୍ଦ୍ଧନ ଲୋକଙ୍କୁ କିନ୍ତୁ
ଧନହୀନ ଯେତେ ହୃଦୟରୁ ଧନୀ ।।

ଖଟନ୍ତି ଗଧ ପରି ଦିନ ରାତି  ସିନା
ତାଙ୍କ ପରିଶ୍ରମ ଫଳ ପାଏ ଧନୀ ।।

ଖଟି ଖଟି ମିଳେ ଯେଉଁ କିଞ୍ଚିତ ଅର୍ଥ
ତାହା ଦିଓଳି ଖାଦ୍ୟ ଉତ୍ତାରୁ ବଞ୍ଚେନି ।।

କୃଷ୍ଟି କରି ମଧ୍ଯ ତା’ର ଅର୍ଥ ବଳେ ନାହିଁ
ତା' ଶ୍ରମ ଥାଏ ଧନୀର ମୁଣା ଭରଣ ପାଇଁ  ।।

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...