Tuesday, June 19, 2018

ଲାଟିନ ଓ ଲାର୍ଟିନ୍

ଗାଉଁଲି ଲୋକେ ପ୍ରାୟତଃ ଲାର୍ଟିନ୍ ଵା latrine କୁ ଲାଟିନ୍ କହି ଦିଅନ୍ତି ।  ଫଳରେ ଦେଖାଯାଏ
Latin (ଲାଟିନ୍ ଭାଷା) ଓ Latrine (ଶୌଚାଳୟ)କୁ ନେଇ ସାଧାରଣ ଜନତାଙ୍କ ମନରେ ସନ୍ଦେହ ଜାତ ହୋଇଥାଏ ....
କେହି କେହି ଏମିତି ଵି ଅଛନ୍ତି
ଯେଉଁ ମାନେ କି ଏହି ଉଭୟ ଶବ୍ଦକୁ
ଗୋଟାଏ ମନେ କରନ୍ତି
ତେବେ କଣ୍ ସତରେ ଏ ଉଭୟ ଶବ୍ଦ ମଧ୍ୟରେ କୌଣସି ସମ୍ପର୍କ ରହିଛି ....?

ଚାଲନ୍ତୁ ଜାଣିବା....

ପୁରୁଣା ଇଂରାଜୀ ଶବ୍ଦ Latin ଟା ପ୍ରାଚୀନ ଲାଟିନ ଭାଷାର latīnusରୁ ଆସିଛି ଏବଂ  ଏ ଶବ୍ଦ ଟି Latium(“ଏହାର ଆକ୍ଷରିକ ଅର୍ଥ ରୋମ୍ ଚର୍ତୁପାର୍ଶ୍ଵସ୍ଥ ଭୂଭାଗ”)+-īnus(ଵିଶେଷଣ-ପ୍ରତ୍ୟୟ) ଯୁକ୍ତ ହୋଇ ସୃଷ୍ଟି କରାଯାଇଛି ।

ଅନ୍ୟପଟେ ଇଂରାଜୀ ର Latrine ଵା ଲାଟ୍ରୀନ୍ ଶବ୍ଦ ଟି ମୂଳତଃ ଲାଟିନଭାଷାର ହିଁ ଆଉ ଗୋଟାଏ ଶବ୍ଦ ଏବଂ ଏହା ଫ୍ରେଞ୍ଚ ଭାଷା ଦେଇ ଇଂରାଜୀ ରେ ଚଳୁଅଛି । ଏହାର ଲାଟିନ ରୂପ “lātrīna” ।
ଏହି  “lātrīna”  ସହିତ ସମ୍ଵନ୍ଧିତ ଅନ୍ୟ ଏକ ଶବ୍ଦ ହେଲା “lavātrīna”(ସ୍ନାନ ଶୌଚାଦିର ସ୍ଥାନ), ଏବଂ ଏ ସମସ୍ତ ଶବ୍ଦର ମୂଳ “lavō”(ଧୌତ,ସ୍ନାନ) । ପୁଣି “Lavo” ଶବ୍ଦର
ମୂଳ ପ୍ରୋଟୋ ଇଣ୍ଡୋ ଇରୋପୀୟ ରୁଟ୍ ହେଉଛି *lewh₃-(ଧୋଇବା ଅର୍ଥେ) ।
ତେଣୁ ଏସବୁ PIE root ଅନୁଧ୍ୟାନରୁ ସହଜରେ ଜାଣି ହେଉଛି ଯେ ଏ ଉଭୟ ଶବ୍ଦ ମଧ୍ୟରେ କେଵଳ ଏତିକି ମାତ୍ର ସମ୍ବନ୍ଧ ଯେ ଏ ଶବ୍ଦଦ୍ଵୟର ମୂଳ ଲାଟିନ୍ ଭାଷା କିନ୍ତୁ ଏହା ଛଡ଼ା ଆଉ କୌଣସି ସମ୍ପର୍କ ନାହିଁ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...