Wednesday, June 13, 2018

ଫେସବୁକ ରେ ନାମ ପରିଵର୍ତ୍ତନ

ଫେସବୁକରେ ଇଂରାଜୀ ଅକ୍ଷର ଵଦଳରେ ଓଡ଼ିଆ ଅକ୍ଷରରେ ନାଆଁ ରଖିବା କଥା କହିଲେ
14 ଅଗଷ୍ଟ 2017 କଥା ମନେ ପଡି଼ଯାଉଛି ....
ସେତେବେଳେ ମୋ ମୋବାଇଲ ନଂ ପୁରୁଣା ଆଇଡି଼ ରେ ବଦଳେଇ ନଥାଏ । ସାତଵର୍ଷ ପୁରୁଣା ନଂ ସେତିକି ପୁରୁଣା ଏହି ଆଇଡି଼ ତେଣୁ ଅନେକ ଥର ନାଆଁ ବଦେଇ ସାରିଥାଏ ଆଉ ନାଆଁ ବଦଳୁ ନଥାଏ ।

ଵର୍ଷ ତଳେ ହିନ୍ଦୀ ରେ ଲେଖୁଥିଲି(୧୪ ଅଗଷ୍ଟ ୨୦୧୭ ଯାଏଁ)
ଦିନେ ଗୋଟାଏ ହିନ୍ଦୀଭାଷୀ ମାଇକିନିଆ ଟେ
ମୋତେ ଗୋଟାଏ ପୋଷ୍ଟରେ ମେନସନ୍ ମାନେ ଉଲ୍ଲେଖ କଲା ।  ଆଉ ସେଇଠି କହିଥିଲା
“ହଇରେ ଵାୟା ତୁ ସେ ଛାର ମ୍ଲେଛ ଭାଷାର ଅକ୍ଷରରେ ନିଜ ନାଆଁ ଟା ରଖିଛୁ
ତାହା ତୁରନ୍ତ ଦେଵନାଗରୀ ରେ କରିପକା ଧନ ! ରାଷ୍ଟ୍ରଭାଷା ରାଷ୍ଟ୍ରଵାଦ୍ ଜିନ୍ଦାଵାଦ୍ 😀😀😀”

ମୁଁ ନିଜର ଅସୁବିଧା କଥା କହିଲି ଆଉ ଏହା ମଧ୍ଯ କହିଲି ଯେ ଯଦି ନାମ ପରିଵର୍ତ୍ତନ ସମ୍ଭବ ହୁଅନ୍ତା ତେବେ ମୁଁ ତାହା ଆମ୍ଭ ଓଡ଼ିଆ ଲିପିରେ କରିସାରନ୍ତିଣି 😂😂😂
ତା ପରେ ତ
ତିରିଶ ଚାଳିଶ ଜଣକୁ ଡାକି ଆଣିଲା
ସେ ଲୋକେ କୋଉଠେ ଥିଲେ
କେଜାଣି
ଯେ ଯେଝାର ମାଲିକ,ସ୍ତ୍ରୀ, ପିଲାଛୁଆ ର ରାଗ ଯାକ ମୋ ଉପରେ ସୁଝେଇଲେ ।

କିଏ ଆଞ୍ଚଳିକଵାଦୀ କହିଲା ତ କିଏ ଭାଷାଵାଦୀ ତ ଆଉ କେହି କମ୍ୟୁନିଷ୍ଟ କହି ଛାଡି଼ଲା । ଏସବୁ କଥା ମାନ ଶୁଣିଲା ପରେ
ସେଇଦିନ
ଦୁଇଟି କାମ ଆରମ୍ଭ କରିଦେଲି ....

୧.ସେଇଦିନ ଠାରୁ ହିନ୍ଦୀ ରେ ଲେଖିବା ଛାଡି଼ଲି
୨.ଅତିଵାଦୀ ହିନ୍ଦୀଭାଷୀଙ୍କୁ ବହୁସଂଖ୍ୟାରେ ଅଣସାଙ୍ଗ କଲି ।

ସେଇ ଦିନ ଠାରୁ ଏଯାବତ ଓଡ଼ିଆ ଭାଷାରେ ଲେଖୁଅଛି
ଆଉ ସତ କହିବାକୁ ଗଲେ
ଯେଉଁ ଦିନ ଠାରୁ କେଵଳ ଓଡ଼ିଆ ଭାଷାରେ ଲେଖିବା ଆରମ୍ଭ କରିଛି ମୁଁ ନିଜ ଭାଷାକୁ ଆହୁରି ଭଲ ଭାବେ ଜାଣିବାକୁ ଲାଗିଛି ।

No comments:

Post a Comment

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...