Wednesday, June 6, 2018

ଲୋଡା଼ ନାହିଁ

ଏତେ ଉଚ୍ଚରେ ମୋତେ ନ ବସାଅ
ପ୍ରଭୁ ହେ !
ପୃଥିବୀ ପର ହୋଇ ନ ଯାଉ ।

ଏତେ ଖୁସି ଵି ନ ଦିଅ କେବେ ଯେ
ପର ଦୁଃଖ ଦେଖି
ମୋ ମନ ହସୁଥାଉ ।।୧।।

ଲୋଡ଼ା ନାହିଁ ସେମିତି ଶକ୍ତି ହିଁ
ଯଦି ନିର୍ଵଳ ଉପରେ ତା’
ପ୍ରୟୋଗ କରେ ।

ଚାହେଁ ନା ଏମିତି ଭାଵ କି
କାହାକୁ ଦେଖି ଦେଖି ହିଁ ମୋ
ହୃଦୟ ଇର୍ଷା କରେ  ।।୨।।

ଏତେ ଜ୍ଞାନ ନଦିଅ
ହେ ଈଶ୍ଵର ମୋତେ ଯେ
ଅଭିମାନ ରେ ବୁଡ଼ି ମରୁଥିବି ।

ଦିଅନା ସେମିତି ବୁଦ୍ଧି
ଯା ବଳେ ମୁଁ
ଠକି  ଠକି ଆନ କୁ ମାରୁଥିବି ।।୩।।

ଲୋଡେ଼ ନାହିଁ
ଏସବୁ ଠାକୁରେ
ସବୁ ପାଇଗଲେ ଯଦି ପଶୁ ହେବି ।

ବରଂ ନଥାଉ ତେବେ
କିଛି ହେ
ମୁଁ ତଥାପି ଆନନ୍ଦେ
ଜୀଵନ ଜୀଇଁଯିବି ।।୪।।

No comments:

Post a Comment

କଳିଙ୍ଗ ଓ ଇମ୍‌ଜିନ୍ ଯୁଦ୍ଧ: ଓଡ଼ିଆ ଓ କୋରିଆନ୍ ଜାତୀୟ ଗୌରଵର ସମାନ୍ତରାଳ କାହାଣୀ”

ଓଡ଼ିଆ ଜାତି ପାଇଁ କଳିଙ୍ଗ ଯୁଦ୍ଧ(୨୬୧, ଖ୍ରୀଷ୍ଟପୂର୍ଵ)ର ଇତିହାସ ଯେମିତି ଗୁରୁତ୍ୱପୂର୍ଣ୍ଣ ଠିକ୍ ସେହିପରି କୋରିଆନ୍ ଜାତି ପାଇଁ ଇମ୍‌ଜିନ୍ ଯୁଦ୍ଧ (୧୫୯୨–୧୫୯୮) ଗୁରୁ...