ଭାରତରେ ଏକଦଶ ଶତାବ୍ଦୀରେ ମୁସଲମାନ ଶାସକଙ୍କ ଶାସନ ଆରମ୍ଭ ହୋଇଯାଇଥିଲା ବେଳେ ଉଡ୍ରରାଷ୍ଟ୍ର ପ୍ରାୟ 1568 ପର୍ଯ୍ୟନ୍ତ ଏକ ସ୍ଵାଧୀନ ସନାତନୀ ରାଷ୍ଟ୍ର ହୋଇ ରହିପାରିଥିଲା ।
ଓଡ଼ିଶାର ଶେଷ ସନାତନୀ ରାଜା ମୁକୁନ୍ଦଦେବ ସେତେବେଳେ ଉତ୍ତର ଓ ଦକ୍ଷିଣ ଉଭୟ ଦିଗରୁ ଵାହ୍ୟ ଶତୃ ଆକ୍ରମଣ ର ଶିକାର ହେଉଥାନ୍ତି । ଏଥିରୁ ରକ୍ଷା ନିମନ୍ତେ ସେ ମୋଗଲ ସମ୍ରାଟ ଆକବର ଙ୍କ ସହ ଚୁକ୍ତି କଲେ ହେଲେ ଠିକ୍ ସମୟରେ ସାହାଯ୍ୟ ନକରି ପଛଘୁଞ୍ଚା ଦେଲେ ଆକବର ଫଳରେ ଓଡ଼ିଶାର ଗଙ୍ଗା କୂଳ ଠାରୁ ଵର୍ତ୍ତମାନ ମୟୂରଭଞ୍ଜ ଯାଏଁ ଵିସ୍ତୃତ ମେଦିନୀପୁର ଅଞ୍ଚଳ ଵଙ୍ଗ(ପ୍ରକୃତ ଵଙ୍ଗ;ଆଜିର ଵାଙ୍ଗ୍ଲାଦେଶ)ଅଧୀନ କୁ ଚାଲିଗଲା । ମୁକୁନ୍ଦଦେବ ନିହିତ ହେଲେ । ଓଡ଼ିଶାର ଦକ୍ଷିଣ ଅଞ୍ଚଳ ରକ୍ଷା ହେତୁରୁ କେହି ନ ରହିଲାରୁ ତାହାକୁ ୧୫୭୧ ଖ୍ରୀଷ୍ଟାବ୍ଦରେ ଗୋଲକୁଣ୍ଡାର କୁତବସାହି ଵଂଶୀୟ ଇବ୍ରାହମ -୪ ଦଖଲ କରିନେଲେ । ସେହି ଦିନ ଠାରୁ ଅଵିଭକ୍ତ ଗଞ୍ଜାମ ଜିଲ୍ଲା,କନ୍ଧମାଳ ର କିଛି ଅଞ୍ଚଳ କୁତବସାହି ସରକାର ଅଧୀନକୁ ଚାଲିଗଲା । ଅଖଣ୍ଡ ଓଡ଼ିଶାର ଵିଭାଜନ ମୋଗଲକାଳରୁ ଆରମ୍ଭ ହୋଇ ଇଂରେଜ ଶାସନ କାଳରେ ପୂର୍ଣ୍ଣତା ଲାଭ କରିଥିଲା । ଅଵିଭକ୍ତ ଗଞ୍ଜାମ ଜିଲ୍ଲା ଠାରୁ କଳିଙ୍ଗ ପଟ୍ଟନମ ପର୍ଯ୍ୟନ୍ତ ଭୂଭାଗ।ଥିଲା ଓଡ଼ିଶାର ପ୍ରଥମ ଵିଚ୍ଛିନ୍ନାଞ୍ଚଳ ଯାହା ପ୍ରାୟ ୩୬୫ ଵର୍ଷ ଯାଏଁ ଓଡ଼ିଶାର କେନ୍ଦ୍ର ଭୂଖଣ୍ଡରୁ ଭିନ୍ନ ହୋଇ ରହିଲା ।
ଏତେ ଵର୍ଷ ଯାଏଁ ଓଡ଼ିଶାରୁ ଅଲଗା ରହି ମଧ୍ଯ ଗଞ୍ଜାମ ଅଞ୍ଚଳର ଲୋକେ ସୀମାନ୍ତ ଓଡ଼ିଶା ଜିଲ୍ଲା ଗୁଡି଼କର ଲୋକଙ୍କ ଅପେକ୍ଷା ସବୁଠାରୁ ଅଧିକ ସ୍ଵାଭମାନୀ ଅଟନ୍ତି । ମେଦିନୀପୁର ର ଲୋକେ ବଙ୍ଗାଳି ସଂସ୍କୃତି ଅପେଣେଇଲେଣି,ପଶ୍ଚିମ ଓଡିଶାର କିଛି ହୀନସ୍ଵାର୍ଥ ଲୋକେ କୋଶଳ ପେଁକାଳୀ ବଜେଇଲେଣି ହେଲେ ଗଞ୍ଜାମ ଅଞ୍ଚଳର ଲୋକେ କାଲି ଵି ସ୍ଵାଭିମାନୀ ଓଡ଼ିଆ ଥିଲେ ଆଜି ଵି ଅଛନ୍ତି ଏବଂ ଭଵିଷ୍ୟତରେ ମଧ୍ଯ ରହିବେ ।
#ଜୟକଳିଙ୍ଗୋତ୍କଳ
#ବନ୍ଦେଉତ୍କଳଜନନୀ
Wednesday, June 6, 2018
●●ଓଡ଼ିଶାର ପ୍ରଥମ ଵିଚ୍ଛିନ୍ନାଞ୍ଚଳ●●
Subscribe to:
Post Comments (Atom)
ଵୟେଜର୍ ଗୋଲ୍ଡେନ ରେକର୍ଡ ଏଵଂ ବ୍ଲାଇଣ୍ଡ ଉଇଲି ଜନସନଙ୍କ ମାନଵତାର ଅମର ସଙ୍ଗୀତ
1977 ମସିହାରେ ନାସାଦ୍ୱାରା ପ୍ରକ୍ଷେପିତ ଵୟେଜର-1 ଏଵଂ ଵୟେଜର-2 ମହାକାଶ ଯାନ ମହାକାଶ ଅନୁସନ୍ଧାନରେ ଏକ ନୂଆ ଅଧ୍ୟାୟ ଲେଖିଵା ସହିତ ଏତଦ୍ଵାରା ମାନଵତାର କାହାଣୀକୁ ବ୍ର...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ଶ୍ରୀଵିଷ୍ଣୁଙ୍କର ଅଷ୍ଟମଅଵତାର ଶ୍ରୀକୃଷ୍ଣ ନାମରେ ଵିଖ୍ଯାତ ଅଟନ୍ତି । ଏହାଙ୍କର ଏଭଳି ନାମକରଣକୁ ନେଇ ନାନାମତ ପ୍ରଚଳିତ । ନିମ୍ନରେ ଉକ୍ତ ମତଗୁଡି଼କ ଵିଷୟରେ ଆଲୋଚନା ...
No comments:
Post a Comment