Sunday, June 3, 2018

----------------/କୁଲାଡ଼ଗଡ଼/----------------

କୁଲାଡ଼ ଵର୍ତ୍ତମାନ ଗଞ୍ଜାମ ଜିଲ୍ଲାର ଏକ ଗ୍ରାମ କିନ୍ତୁ ୧୨ଶହ ଶତାବ୍ଦୀ ବେଳକୁ ଏହା ଏ ଅଞ୍ଚଳରେ ଏକ କନ୍ଧରାଜ୍ୟ ଥିଲା ।

ଏହି ଅଞ୍ଚଳ ଗଞ୍ଜାମ ର ପ୍ରଶିଦ୍ଧ ଭଞ୍ଜନଗର ନିକଟରେ ଅଵସ୍ଥିତ ।

ଛତ୍ରପୁର ଠାରୁ କୁଲାଡ଼ ର ଦୂରତା ୧୦୮ କିମି ଏବଂ ରାଜ୍ୟ ରାଜଧାନୀ ଠାରୁ ପ୍ରାୟ ୧୫୯ କିମି ଅଟଇ ।

ଏହି ଅଞ୍ଚଳର ନିକଟସ୍ଥ ରେଳଷ୍ଟେସନ ବ୍ରହ୍ମପୁର ଯାହା କୁଲାଡ଼ ଠାରୁ ପ୍ରାୟ ୯୦ କିମି ଦୂରରେ ଅବସ୍ଥିତ ।

କୁଲାଡ଼ ର ପୂର୍ଵରେ ବେଲଗୁଣ୍ଠା ଓ ପଶ୍ଚିମରେ ସୋରଡା଼ ତହସିଲ ଅଵସ୍ଥିତ ।

କୁହାଯାଏ-
ପୂର୍ଵକାଳରେ କୁଲା ଓ ଡହ ନାମରେ ଦୁଇଜଣ
କନ୍ଧ ମିଳିମିଶି ଆଜିର ଗଞ୍ଜାମ ଅନ୍ତର୍ଗତ କୁଲାଡ଼ଗଡ଼ ଅଞ୍ଚଳର ଶାସକ ଥିଲେ ।

ପରେ ଏ ଅଞ୍ଚଳକୁ କ୍ଷତ୍ରିୟ ମାନେ ଦଖଲ କଲେ । ଯୁଦ୍ଧ ହେଲା, ଏ ଯୁଦ୍ଧରେ ଶେଷକୁ କୁଲାଡ଼ ର କୁଲା ଓ ଡହ କନ୍ଧଶାସକ ବନ୍ଧା ହେଲେ ।

କୁହନ୍ତି ଏ ଅଞ୍ଚଳର ନାମ ଆଗେ କୁଲ୍ହାଡ ଗଡ଼ ଥିଲା ଯାହା ବଦଳିଯାଇ ଆଜି କୁଲାଡ଼ ରହିଯାଇଛି । ଏକ ସ୍ଥାନୀୟ ମାନ୍ୟତା ଅନୁସାରେ
କୁଲା ଓ ଡହଙ୍କ ଇଷ୍ଟଦେବ ଯଥାକ୍ରମେ ରାମେଶ୍ୱର ମହାଦେବ ଓ ଦଧିଵାମନ ଥିଲେ ।

ଐତିହାସିକ ଙ୍କ ମତରେ ୧୨ଶହ ଶତାବ୍ଦୀରେ ଜଣେ ଭଞ୍ଜ ଶାସକଙ୍କ ସହିତ କନ୍ଧଶାସକ କୁଲା ର ଯୁଦ୍ଧ ହେଲା କିନ୍ତୁ ତା ପୂର୍ବରୁ କୁଲା ଗୋଟାଏ ସୁରକ୍ଷିତ ସ୍ଥାନରେ ଦୂର୍ଗ ନିର୍ମାଣ କରାଇଥିଲେ ଯାହା ପରେ କୁଲାରଗଡ଼ ବୋଲାଇଲା ଏବଂ ସମୟ ସହିତ ତହିଁ ରେ ଥିବା ‛ର’ ଵର୍ଣ୍ଣ ‛ଡ଼’ ରେ ପରିଣତ ହୋଇ କୁଲାଡ଼ଗଡ଼ ହୋଇଥିଲା ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...