Monday, June 4, 2018

●ପୁରୀ ଅଞ୍ଚଳର ଆଞ୍ଚଳିକ ଶବ୍ଦ●

ଓଡ଼ିଶାର ସବୁ ଜିଲ୍ଲା ର ଶବ୍ଦ ଓ ଶୈଳୀରେ ରହିଛି ନିଆରାପଣ । ସବୁ ଜିଲ୍ଲା ର ଶୈଳୀରେ ଏହି ବୈଶିଷ୍ଟ୍ୟ ଯୋଗୁଁ ଓଡ଼ିଆ ଭାଷା ହୋଇଛି ସମୃଦ୍ଧ । ଏଠାରେ ପୁରୀ ଜିଲ୍ଲାର ସେଇଭଳି କିଛି ନିଆରା ଆଞ୍ଚଳିକ ଶବ୍ଦ ର ସୂଚୀ ଦିଆଗଲା ।

■ଅ■

●→ଅଖାଵାୟା--ପାଗଳ
●→ଅଗଭଙ୍ଗା--ହତାଶାର ସହ କାର୍ଯ୍ୟ ସମ୍ପାଦନା କରେ ଯେ
●→ଅଛଦରା--ଦୁଷ୍ଟ, ହୁରୁମା
●→ଅଛମର--ଯେ ସହଜେ ମରେନି
●→ଅରଖ ନୂଆ--brand new

■ଆ■
●→ଆଙ୍ଗୁଛ--ଅଙ୍ଗଵସ୍ତ୍ର(ଅଙ୍ଗି=ଦ.ଓଡ଼ିଆ)
●→ଆରବା--ଆୟୋଜନ
●→ଆଳୁଆ--ଆଳୁଦୋଷ(କାମୁକ) ଥାଏ ଯାର ..

■ଇ■

●→ଇନ୍ଦ୍ରହାତୀ--ପୃଥୁଳ,ପମ୍ପାଳୁ
●→ଇଲେଇତି--ମଧୁର ଭର୍ତ୍ସନା

■ଉ■

●→ଉଗ୍ର ବେଳା--ଉତ୍ତେଜିତ
●→ଉଝୈ--ତୁଛା
●→ଉଞ୍ଛୁନୁଣି--ଅଧିକ ଲୁଣିଆ
●→ଉହ୍ଲେଇ ବାଉଳି--କାମୁକ
●→ଉଲାଉଠା--ବୋକା,ହଇଜା

■କ■

●→କକର୍ଥନିଆ--ବ୍ୟାକୁଳ ହେବା*
●→କମଣ/କମାଣ କରିବା--ପୋଷା ମନେଇବା,
ଲଢିବା ପାଇଁ ଶିଖେଇବା
●→କଳ ବୃଷଭ--ପୃଥୁଳ ବ୍ୟକ୍ତି
●→କଲି--ସିନ୍ଦୁର ଆଦି ପଵିତ୍ର ଦ୍ରଵ୍ୟ ମୁଣ୍ଡରେ ଲମ୍ଵାବାଗରେ ମରାଯାଉଥିବା  ଶୈଳୀ(ତିଳକ,ଶିରୀ(ଦ.ଓ)
●→କସ--ଛଟକ
●→କାଣ୍ଟା--ଘମାଘୋଟ
●→କାଠିତର-ଶୁଖିଲା ଫୁଟାଣି
●→କାମ୍ପି--କୃପଣ(ଦ.ଓ. ରେ ମଧ୍ଯ ଚଳେ)
●→କିତା--ଥର*
●→କୁଶରାଜା--ଧନୀ ଲୋକ ପ୍ରତି ପ୍ରଶସ୍ତି ସୂଚକ ଶବ୍ଦ
●→କୋକଲି ପବନ--ଉତ୍ତରାପବନ
●→କୋଳଥିଆ--ଡରକୁରା,ଛେରୁଆ

■ଖ■

●→ଖଟିଆନାଗି--ଶଯ୍ୟାଶାୟୀ ହେବା
●→ଖଣ୍ଡଘୋଡା଼--ଘୋଡ଼ା ଆକାରର ଏକ ମିଠା
●→ଖରାବେଳିଆ ପିଲା--ଆସାଧ୍ୟ ଛୁଆ(ସଂକରାନ୍ତିଆ ପିଲା )
●→ଖଳକୀ--ଦୁଷ୍ଟ
●→ଖାଇବି/ଖାଇଲି--ଡାହାଣ ହାତ
●→ଖୁମାଣି--ଗାଲୁଆ
●→ଖୁମୁଟା ଖୁମୁଟି--କଟୁବାକ୍ୟ ବିନିମୟ
●→ଖୁର--ଅତି ଚତୁର
●→ଖେଣ୍ଟିଆ ଖେଣ୍ଟେଇ--ବୋଲା ବୋଲି*
●→ଖେଦେ--ଦଳେ
●→ଖେପା--ପଇସା ମାରିନିଏ ଯେ(ଖେପିବା)

■ଗ■

●→ଗନ୍ତା--shirt, କୁର୍ତ୍ତା
●→ଗରଦଗୁମାନି--ଗାଲୁଆ,ଅଭିମାନୀ
●→ଗାଉନ୍ଦା--ପେଟ ଗୋଳମାଳ(ଢେଙ୍କାନାଳର ଆମ ଅଞ୍ଚଳରେ କାନକୁ ଭୀଷଣ ଶବ୍ଦ କୁ କିଛି ଶୁଣା ନଯିବାକୁ ଗାଉନ୍ଦା ହୋଇଯିବା କୁହାଯାଏ । ଦକ୍ଷିଣ ଓଡ଼ିଶାରେ ଏହି ଅଵସ୍ଥାକୁ ତାଡପା କୁହନ୍ତି )
●→ଗାଗୁର୍ଜିଆ--ମାଙ୍କଡ଼ ପରି ବିକୃତ
●→ଗାଣ୍ଡିମୁଣା--ପ୍ୟାଣ୍ଟ
●→ଗୁଣ୍ଡୁଲିକସ--ଗଜା ଭେଣ୍ଡିଆ ନୂଆ ନୂଆ ଗୁଣ୍ଡାଗିରି କଲେ ଏ ଶବ୍ଦ ଟି ସେମାନଙ୍କ ପ୍ରତି ବ୍ୟଙ୍ଗ ପ୍ରୟୋଗ ହୁଏ
●→ଗୁରୁନ୍ଦା--କ୍ଷୀର ସର
●→ଗୋଠିଆ--କର୍ମକୋଢି
●→ଗୋବରିଆ--ସ୍ଵାଦହୀନ

■ଘ■

●→ଘଡି଼ଛତୁ ହୋଇଯିବା--ଭଣ୍ଡୁର ହୋଇଯିବା
●→ଘଣି--ଅନ୍ତରଙ୍ଗ
●→ଘୁମା--ମାନ୍ଦା*(ଘୁମେଇବା-ଢୁଳେଇବା)
◆→ଘେଉଡା଼--ଚତୁର ,ଧୃତ୍ତ

■ଚ■

●→ଚକି--ଗୁଡି଼
●→ଚଖା--କିଛି ନଜାଣି ଜିନିଷ ମୁଲେଇବା
●→ଚଙ୍ଗଡ଼--ଚଞ୍ଚଳ
●→ଚଦିବା--ଧମକେଇବା*
●→ଚଳ ମାଡି଼ବା--ବିରକ୍ତ କରିବା
●→ଚାଇଁ--ଚଞ୍ଚଳ*(ଚାଇଁ ନିଦ-(ଢେ.)
●→ଚେଖ--ପ୍ରତିଘାତ
●→ଚେଙ୍ଗା--ଚେଇଁବା(ଚାଙ୍ଗା-ସତେଜ)*

■ଛ■

●→ଛତରଛାଳ--ଵିକ୍ଷିପ୍ତ ହୋଇଯିବା
●→ଛେଇବା--କାଟିବା(ମା.ଓ-ଛେଦିବା)

■ଜ■

●→ଜଡ଼ଉତ--ମଣ୍ଡନ,ସାଜସଜ୍ଜା
●→ଜଭର--ମୁହଁଖୋର*
●→ଜମାଉତ--ସାହିଯାତ ଜନସମାଵେଶ
●→ଜଳଉଧ--ବୋକା
●→ଜାଣିତୀର୍ଥ--ଜାଣିସିହାଣା
●→ଜାମଡା଼--ଆଡମ୍ବର ପୂର୍ଣ୍ଣ
●→ଜାଲମ--ଉଦ୍ଧତ,ଦୁଷ୍ଟ* (ଢେଙ୍କାନାଳର କେତେକ ଅଞ୍ଚଳରେ ଏ ଶବ୍ଦ ଟି ଚଳେ ଏହି ଜାଲମ ଶବ୍ଦ ର ଢେଙ୍କାନାଳରେ ଅର୍ଥ ଲଗାଣ ବର୍ଷା ପାଗ-{ପାଗ ଟା ଦୁଷ୍ଟ ହେଲେ 😀ଏମନ୍ତ ହୁଏ କି ?}  )

■ଝ■

●→ଝାମଝାଡା଼--ଆଡମ୍ବରପୂର୍ଣ୍ଣ

■ଟ■

●→ଟୁମେଇବା--ଫୁଲିବା*(ଟୁମ୍ ଟୁମ୍-ଭରିଯିବା)

■ଡ■

●→ଡଣି ମାରିବା--ମୁଣ୍ଡକୁ ଆଙ୍ଗୁଠିରେ ମାରିବା(ଠଣା/ଠଣି ମାରିବା(ଢେ-ଅନ-ଶୈ),ଟିଲି ମାରିବା(ଦ-ଓ)
●→ଡାଇବିରି--ଉଚ୍ଚ ସ୍ଥାନରୁ ପାଣିକୁ ଲମ୍ଫ ଦେବା(ଇଂରାଜୀ drive ଶବ୍ଦ ସହ ସମ୍ବନ୍ଧୀୟ ?)
●→ଡାଙ୍ଗ ହୋଇଯିବା--ମରିଯିବା(ପଶ୍ଚିମ ଓଡ଼ିଶାରେ ସମ ଅର୍ଥରେ ଚଳେ)
●→ଡିହ ମାରିବା--କହୁଣି ପଶା(ଢେ-ଅନ-ଶୈ),ଠଣା ମାରିବା(ଦ-ଓ)କହୁଣିରେ ଆଘାତ କରିବା
●→ଡିହା ବାଳୁଙ୍ଗା--କିଛି ନବୁଝି ନିରର୍ଥକ ଯୁକ୍ତିକରୁଥିବା ଲୋକ (ଡିହ ଗାଲୁଆ-ଢେ.)
●→ଡୁମ୍--ବିଦ୍ୟୁତ୍ ବଲ୍ବ
●→ଡୁମା--ଏକ ପ୍ରକାର ର ଗୋବରା ଚଢେ଼ଇ
●→ଢେଗା ଆଖି--ବଡ଼ ବଡ଼ ବାହାରି ଆସିଥିବା ଆଖି(ଅନ୍ୟ ଆଞ୍ଚଳିକ ରୂପ-ଢେଲା ଆଖି)

■ତ■

●→ତାଵଡା଼--ସରଗରମ,ଭଲ କିଣାବିକା ହେବା
●→ତାଳ୍ ହେବା--କୁସ୍ତି ପ୍ରତିଯୋଗିତାର ମଇଦାନରେ ପ୍ରତିପକ୍ଷ ଖେଳାଳି ର ସମ୍ମୁଖୀନ ହେବା
●→ତାଳୁଆ--ଭାଗ୍ୟବାନ
●→ତାହି କରି ରଖିବା-ଜାଗ୍ରତ କରି ସାଇତି କରି ରଖିବା
●→ତିର୍ ତିର୍ ହୋଇ ବୁଲିବା-ଡଇଁ ଡଇଁ ହୋଇ ବୁଲିବା(ତିଗରି ତିଗରି-ଦ.ଓ)

■ଥ■

●→ଥାନପତି-ସ୍ଥାୟୀ ଵାସିନ୍ଦା
●→ଥୋକ-ମୋଟା ପରିମାଣର ଅର୍ଥ (ହିନ୍ଦୀ ରେ ପ୍ରଚଳିତ  ଥୋକ୍ ଶବ୍ଦ ର ଅର୍ଥ ଶସ୍ତା)
●→ଥୋପେଇବା-ମୁଣ୍ଡକୁ ଆଙ୍ଗୁଠିରେ ମୃଦୁଆଘାତ
●→ଥୋବରା-ନିର୍ଲଜ(ଥୁବୁରା-ଢେଙ୍କାନାଳ)

■ଦ■

●→ଦଉଳ-ଦେଉଳ
●→ଦଣ୍ଡପାଣି- ବହୁ ଅଭିଜ୍ଞତା ସମ୍ପନ୍ନ,ଵୟସ୍କ
●→ଦଣ୍ଡିଲପଣ-ଔଦ୍ଧତ୍ୟ (ଅମାନିଆପଣ)
●→ଦଣ୍ଠା-କଠୋର, ଦୁଃସାହସୀ( ଏ ଶବ୍ଦ ଟି ପଶ୍ଚିମ ଓଡିଶା  ଓ ଦକ୍ଷିଣ ଓଡ଼ିଶାରେ ଯଥାକ୍ରମେ ଦୃଢ ,ଟାଣ ଓ ସିଦ୍ଧ, ଅଭ୍ୟସ୍ତ ଅର୍ଥରେ ଚଳୁଥିଲା ବେଳେ ବାଲେଶ୍ବର ରେ ଦଂଠା ବୋଲି ଏକ ଶବ୍ଦ ଚଳେ ଯହିଁ ର ଅର୍ଥ ସଜନା ଛୁଇଁ)
●→ଦହଡ-ଗରମ,ତପତ,ତବତ
●→ଦାଣ୍ଠ-ଦୁଃସାହସ
●→ଦାଧିନା-ଅକର୍ମା,ହୀନ,ତୁଚ୍ଛ
●→ଦେଶରାଜା-ଵିଶିଷ୍ଟ ଵ୍ୟକ୍ତି(ପ୍ରଶସ୍ତି ଶବ୍ଦ ଵିଶେଷ)

■ଧ■

●→ ଧଇଁଲା-ଅତିଶୟ(ଧଇଁସଇଁ-ଅତିଶୟ ଦୌଡି଼ ହଟାତ୍ ଠିଆ ହୋଇଗଲେ ସଁ ସଁ ହୁଅନ୍ତି ବୋଲି ଏପରି ଶବ୍ଦ ହୋଇଛି ?)
●→ଧାଇଁ କିଡି଼ କିଡି଼-ଶିଘ୍ର ଶିଘ୍ର
●→ଧାମ ରହିବା-ଇଜ୍ଜତ ମହତ ରହିବା,ଵର୍ତ୍ତିଯିବା
●→ଧେଡେଙ୍ଗା-କୃଶକାୟ,ପତଳା ବ୍ୟକ୍ତି

■ନ■

●→ନଙ୍ଘା-ଯୋରଦାର୍,ନିପ୍ରାସିଆ
●→ନଛା-ରାବିଡି଼ ପ୍ରସ୍ତୁତ ହେଲା ବେଳେ ଚାରିପଟେ ଲାଗୁଥିବା ସର
●→ନଟେଇବା-ସମ୍ପତ୍ତି ବୃଦ୍ଧି ହେବା
●→ନାକେରା-ଛୋଟିଆ କଥା
●→ନାଗା-ପୁରୀ ର ସାହି ଯାତରେ ବାହାରୁଥିବା ଲୋକ ନର୍ତ୍ତକ
●→ନାଗାଚାଲି-ଆତ୍ମଵିଶ୍ଵାସପୂର୍ଣ୍ଣ ଚାଲି
●→ନାଗାତର-ଆସ୍ଫାଳନ
●→ନାଗାଭାଗା-ବେପରୁଆ ଏକବାଗିଆ ଅନମନୀୟ ଲୋକ
●→ନାଗୁଆ-ସମ୍ପର୍କ ବା ନିଯୁକ୍ତି ସୂତ୍ରରେ ବନ୍ଧା
●→ନାଣ୍ଡାଜୁଆନ୍-ଲଣ୍ଡା,ଚନ୍ଦା ଵ୍ୟକ୍ତି(ବ୍ୟଙ୍ଗାର୍ଥେ ପ୍ରୟୋଗ)
●→ନିଖି ବାଲି-ସୁନ୍ଦର ସରୁ ବାଲି
●→ନିତିଆନି-ଗୋକ୍ଷୁର,ନାରୀ ବକ୍ଷୋଜ(ନିତି-ପ୍ରା-ଓ)
●→ନିଶାଣ-ଧ୍ଵଜ,ପତକା
●→ନେଣ୍ଡି-ସାନ,ହୀନ,ନିକୃଷ୍ଟ
●→ନେଧା-ମାନ୍ଦା,ନିପଟୁ
●→ନେଳି-ଭାଙ୍ଗ
●→ନୋଟି-ଲୁଟି

■ପ■

●→ପଙ୍କୁଆଣ-ସୁପକ୍ଵ
●→ପଚପଚିଆ-ଘିଅରେ ପଚପଚ ହୋଇଥିବା ସ୍ଵାଦିଷ୍ଟ ଭୋଜନ
●→ପଞ୍ଜୁରିଆ-ପୋଷା ଗୋବରା ଚଢେ଼ଇ
●→ପଟ୍-ମାଂସପେଶୀ
●→ପନ୍ଥେଇ-ଓଷା ବିଶେଷ
●→ପରତାରା-ହୃଦା
●→ପରମା-ଦୁଷ୍ଟ,ଧୃତ
●→ପଁପାଳୁ-ପୃଥୁଳ ଵ୍ୟକ୍ତି
●→ପଵନା-ବଡ଼ କଥା କୁହା
●→ପାଚକ-ଭାଙ୍ଗ
●→ପାଳୁଆ-ଭୟାଳୁ
●→ପାଲି-ଚଳଣି ଓ କାର୍ଯ୍ୟକଳାପ
●→ପିସ୍ତଲ-ଚିଲମ
●→ପାହି-କଵାଡି଼ ଆଦିରେ ଵିଭାଜକ ରେଖା
●→ପୁଷ୍କର-ଧୁରନ୍ଧର
●→ପୋକ-ଧୁରନ୍ଧର
●→ପୋଡ଼ପାଡ଼-ଦୁଷ୍ଟା

■ଫ■

●→ଫାଡା଼-ଦେଖେଇହେବା ମନୋବୃତ୍ତି ଥିବା ଲୋକ
●→ଫାଲଟା-କଚ୍ଛା ନମାରି ଲୁଙ୍ଗୀ ପିନ୍ଧିବା
●→ଫିମ୍ପିକାଠିଆ-ଅନ୍ତଃସାର ଶୂନ୍ୟ,ପୋଲା,ଦୂର୍ଵଳ
●→ଫିନ୍ ଫିନ୍-ଚକଚକ୍ ,
●→ଫୁଲାଫଙ୍କିଆ-ଦାୟିତ୍ଵହୀନ
●→ଫୁଲ୍କା-କୁସ୍ତି ନିମିତ୍ତ ପ୍ରସ୍ତୁତ ଭୂମି
●→ଫେର-ଲୁଗାର କୁଞ୍ଚ

■ବ■

●→ବଇଁଶା-ସିଗାରେଟ
●→ବଡ଼ତି-ସାଧୁସନ୍ଥ ଙ୍କ ଜାଗାଘର
●→ବଜର/ବଜରକାପ୍ତା-ଅତିଶୟ ଦୁଷ୍ଟ
●→ବନ୍ଦେଇବା-ମୁହେଁ ମୁହେଁ ଗାଳୀ ଦେବା
●→ବନ୍ଧାଟୋକା-କୁସ୍ତି କସରତ କରି ସ୍ଵାସ୍ଥ୍ୟ ରକ୍ଷା କରିଥିବା ଯୁଵକ
●→ବହି-ଚଳଚ୍ଚିତ୍ର, ନାଟକ ଆଦିର କଥାନକ(scripts)
●→ବହୁମାନ-ବଦାନ୍ୟ
●→ବାଆଁ ଚାଲିଆ-ଅସଲଗ୍ନ କଥା(ଵାଚାଳ)
●→ବାଇ ପାଚିବା-ବାଧିବା,କଷ୍ଟ ହେବା
●→ବାଇଲି ହେବା-ଲୁଟି ଯିବା
●→ବାକ୍-ଲୁଟି ହୋଇଯିବା
●→ବାଜେଣି-ଚରିତ୍ରହୀନା(ବାଜିବା-ମିଶିବା,ଅନୈତିକ ସମ୍ପର୍କ ରଖିବା)
●→ବାଂଝ ଏଣ୍ଡୁରି-ପୁର ନଥିବା ସାଦା ଏଣ୍ଡୁରି
●→ବାଡ଼ି-ହଇଜା ଵା ଵିସୂଚିକା ରୋଗ
●→ବାଡି଼ପଡା଼--ହଇଜାରେ ପଡି଼ ମର ବୋଲି ଗାଳି(କେଉଁଠି କେଉଁଠି ଏହା ବାଡି଼ପୋଡା଼ ଵି ହୁଏ ତ କେତେକ ଲୋକ ମନେକରନ୍ତି ବାଡି଼ରେ ପୁଆଳଗଦା କି କୁଟାଗଦାକୁ ନିଆଁ ଲଗାଏ ଯେ ସେ ବାଡି଼ପୋଡା଼ ଵା ବାଡି଼ପଡା଼ ହେଇଥିବ 😀)
●→ବାଡି଼ମଙ୍ଗଳ-ଦୁଷ୍ଟ
●→ବାଡେ଼ଇବା-ସାରିବା
●→ବାତାନି-ଡହରାମୀ
●→ବାହାନିନ୍ଦା ହେବା-କୀର୍ତ୍ତନରେ କଳଙ୍କି ଲାଗିବା
●→ବାବରଖାନା--ଫିଙ୍ଗାଫୋଫଡା,ଅମଳଦମଳ,ଆଉଁଳୁଦାଉଁଳୁ(ଢେ.)ଅଳିଆଦଳିଆ ହୋଇ ପଡିଥିବା ସ୍ଥାନ
●→ବାବୁଜିଆ--ବାପା(ଭତ୍ସନା ସୂଚକ ଶବ୍ଦ)
●→ବାରଚାଉଳିଆ--ଯା କଥା ଓ କାମର ଠିକ ନଥାଏ,ବାୟା
●→ବାରବାଟୀ ଗୋସାଣୀ---ଦୀର୍ଘକାୟ ସ୍ଵାସ୍ଥ୍ୟଵତୀ ମହିଳା
●→ବାଳ ଉଡି଼ ନବୀନା ହେବା--କପର୍ଦ୍ଦକଶୂନ୍ୟ ହେବା
●→ବାଳଞ୍ଚବାଳ--ତୁଛଵିତୁଛ
●→ବାହାଦୁରିଆ-ଫୁଟାଣିଆ(ଢେ-ବାହାଦୁଲିଆ,ବାହାଜୁଲିଆ)
●→ବିଜିକମିନା-ଦୁଷ୍ଟ, ଖୁଜୁବୁଜ
●→ବୁଲେଇବା-ମଦ ପିଇବା
●→ବେଦୀତଳକୁ-ବ୍ରତଘରକୁ ନିମନ୍ତ୍ରଣ
●→ବେଭାରୀ-ଅନାହୁତ ମୁରବୀ ପଣିଆ କରୁଥିବା ଲୋକ(ଉ. ଓଡ଼ିଶାରେ ସେଭଳି ଲୋକଙ୍କୁ ଥୋଡ ଵା ଥୁଡ଼ କୁହାଯାଏ)
●→ବେଲାବଳୀ କରିବା-ବେଲି ହେବା,ମିଥ୍ୟାଭିନୟ କରିବା

■ଭ■

●→ଭଙ୍ଗା ନାଇଟିରେ ପମ୍ପ ଦେବା--ଅପାତ୍ରେ ପ୍ରେମ ଦେବା,ମୂଲ୍ୟହୀନ କାର୍ଯ୍ୟରେ ମନ ଦେବା,
●→ଭଇଲା--ବାହାରିଲା
●→ଭଗାଭାଣ୍ଡ--ଛତରା,ଵାତେରା,ବାରବୁଲା(ଏ ଶବ୍ଦ ଟି ଇଂରାଜୀ ରୁ ଆସିଛି ଇଂ-ଭଗାବଣ୍ଡ୍)
●→ଭାଣ୍ଡିଆ ହେବା--ଲଜ୍ଜିତ ହେବା(*ଭଣ୍ଡେଇବା--ଠକିବା-ସାଧାରଣତଃ ଛୋଟ ପିଲାକୁ ବଡ଼ଲୋକ ଓଲୁ ବନେଇଦେଲେ ତାହାକୁ ଭଣ୍ଡେଇବା କୁହାଯାଏ)
●→ଭିତର କାହାଳୀ-- ସାମୁଦ୍ରିକ ଅନ୍ତଃସ୍ରୋତ,ଆଭ୍ୟନ୍ତରୀଣ ରେ ରହି କଳି ଭିଆଣ କରୁଥିବା ଲୋକ
●→ଭୁଆସିକ--ସାହିଯାତକୁ ମଣ୍ଡନ କରୁଥିବା ନାଗା,କେଳାକେଳଉଣୀ,ସନ୍ୟାସୀ, ପାଲାଵାଲା ଇତ୍ୟାଦି
●→ଭେଖାନୀ--ଦରିଦ୍ର-ନିଃସ୍ଵ
●→ଭେଲେଭେଲେ ହେବା-ଲୋଡ଼ା ନଥାଇ ଏପାଖସେପାଖ,ଏକାନୀସେକାନୀ ହେବା
●→ଭୋଗଵେଳା--ସନ୍ଧ୍ୟା ସମୟ(ଭୋଗ=ଭାଙ୍ଗ)
●→ଭୋପା--ମିଛୁଆ,ଠକ

■ମ■

●→ମଉଜି---ଉପଭୋଗ ପ୍ରିୟ
●→ମତନ---ପରି(ମତେ ,ମିତାନ୍-ଏହି ମତେ,ଏଇମିତାନ୍)
●→ମତାପାରା--ପୋଷା ମାନିଥିବା ଏକ ପ୍ରକାର ର ପାରା
●→ମଧୁରି--ମାଇଚିଆ
●→ମସକ--ଯାହା ଅଳ୍ପ ଆଘାତ ରେ ଭାଙ୍ଗି ଯାଏ
●→ମାଈଲଗା--ଵିଵାହ ପରେ ନିର୍ଵୀର୍ଯ୍ୟ ହୋଇ ଯାଇଥିବା ଲୋକ
●→ମାଈଶୀତ--ଶୀତର ଆଦ୍ୟାଵସ୍ଥାରେ ପାହାନ୍ତା ପହରରେ ପଡୁ଼ଥିବା ଶୀତ
●→ମାଙ୍କେଡା଼-ଖୁଜବୁଜିଆ ପିଲା
●→ମାଡେ଼କାଲା---ଜାଣିକାଲା,ଜାଣିତୀର୍ଥ-ଶୁଣି ନଶୁଣିବାର ଅଭିନୟ କରୁଥିବା ଲୋକ
●→ମାଧା--ମାନ୍ଦା
●→ମାଧେଇବା--ଧିମେଇବା
●→ମାରେ/ମାରେଗେ-ସଦୃଶ
●→ମର୍କଟ ଵିଲେଇ--ଲମ୍ପଟ
●→ମାର୍କଣ୍ଡ କୂଳଭଣ୍ଡାରୀ--ନନାଦି କାର୍ଯ୍ୟରେ ହାତ ଦେଇ ଅସଫଳ ହୋଇଥିବା ଲୋକ,ଶଠ
●→ମାଲ--ସୁଖାଦ୍ୟ,ମଦ,ମଲ୍ଲ,ଅନ୍ନ ମହାପ୍ରସାଦ(ଢେଙ୍କାନାଳର କେତେକ ଅଞ୍ଚଳରେ ମୂର୍ତିକିଆ(ମୃତକ୍ରିୟା)ରେ ଅଂଶଗ୍ରହଣ କରୁଥିବା ଲୋକଙ୍କୁ ମାଲଭାଇ କୁହାଯାଏ । )
●→ମାଲପା--ତେଲ
●→ମାହାର୍ଜେ-ମହାରାଜା ଙ୍କୁ ପ୍ରଶସ୍ତି ସୂଚକ ସମ୍ଭୋଧନ
●→ମୁଣ୍ଡି--ମୁଖିଆ(ଉ.ଓ=ଥୋଡ଼/(ସା)-ଦନ୍ତା ସ୍ଥାନୀୟ ଲୋକ)
●→ମୁରାଟ--କୁଟିଳ ଭ୍ରୁଭଙ୍ଗୀ(ଆଖି ତରାଟିବା),
ବୀରତ୍ଵ ଵ୍ୟଞ୍ଜକ ଭଙ୍ଗୀ,ଉଦ୍ଧତ ଭଙ୍ଗୀ
●→ମୁରୁକୁଟିଆ/ମୁରୁଗୁଡି଼ଆ--ରୋଗିଣା,ଶୁଖିଲା, ପତଳା
●→ମେଘୁଆ--ଆତ
●→ମେଢା଼/ମେଢି଼ଆ--ଋଗ୍ଣ,ଶୀର୍ଣ୍ଣ

■ଯ■

●→ଯନ୍ତର---ଆକର୍ଷଣୀୟା ଯୁତୀ
●→ଜକା/ଯକ୍ଷ----କୃପଣ
●→ଯୋଡି଼ବା---ଆୟୋଜନ କରିବା

■ର■

●→ରଙ୍ଗତା ରଙ୍ଗତା---ଉଗ୍ର, ଉତ୍ତେଜିତ
●→ରସାଣ---ଏକ ପ୍ରକାରର ସୁଖାଦ୍ୟ(ଚୁଡା଼ ଘସା ଜାତୀୟ)
●→ରହଣି---ଯେଉଁ ଭୋଗ ବହୁତ ଦିନ ଯାଏନି ରହିପାରେ ନଷ୍ଟ ହୁଏନାହିଁ
●→ରାଉରାଉ---ବକର ବକର ହେବା
●→ରାଗପାଣି---ଭାଙ୍ଗପାଣି
●→ରାଗୋଲାପି---ଗୋରାପିଲା(ଠାର ଶବ୍ଦ)
●→ରଙ୍କାଳ--ଦରିଦ୍ର
●→ରଙ୍କାଳିଆ---ଲୋଭୀ(ଦ.ଓଡ଼ିଆ)
●→ରାଜ ଅଙ୍ଗିଲା---ରାଜାଙ୍କ ପ୍ରତ୍ୟକ୍ଷ ପୃଷ୍ଠପୋଷକତ୍ଵରେ ଚାଲୁଥିବା ଯାଗାଘର
●→ରାଢ଼--ରୁକ୍ଷ, ନିର୍ଦ୍ଦୟ
●→ରାଵଣେଶ୍ଵର ଥାଟ---ଅଧିକ କୁଟୁମ୍ବ, ବଡ଼ କୁଟୁମ୍ଵ,ପ୍ରତିପତ୍ତି ଓ ଅଧିକ ଲୋକଵଳ ଥିବା ଲୋକ
●→ରାଵେଣା--ଭୟଙ୍କର ବପୁଵାନ୍ ନିଶୁଆ ଲୋକ
●→ରାହାବାଳୀ--କଳହପ୍ରିୟା ସ୍ତ୍ରୀ

■ଲ■

●→ଲଟାଙ୍ଗ ପଟାଙ୍ଗ/ଲଡା଼ଙ୍ଗ ପଡା଼ଙ୍ଗ ହେବା-ଅସ୍ତବ୍ୟସ୍ତ,ଏପଟ ସେପଟ ହେବା,ଲଟପଟ ହେବା
●→ଲସ--ବପୁଵନ୍ତ
●→ଲେଙ୍ଗିଡୀ଼ ମେଣ୍ଢୀ--ତୁଚ୍ଛ ହୀନ ଵ୍ୟକ୍ତି
●→ଲୋଚା--ଭୀରୁ

■ଶ■

●→ଶିଙ୍ଗିବୁଡା଼---ତଣ୍ଟିଆ ଦେଇ ପାଣିରେ ବୁଡେ଼ଇବା
●→ଶୁକୁରୁ--କଣା(ଶୁକୁରୁ=ଶୁକ୍ରାଚାର୍ଯ୍ୟ;ଏହାଙ୍କ ଏକ ଆଖି କଣା ଥିଲା ବୋଲି)
●→ଶୁଣ୍ଠା-ନିରସ,ଶୁଷ୍କ ଵ୍ୟକ୍ତି(ମଧ୍ୟ ଓଡ଼ିଶାରେ କୃପଣଙ୍କୁ ମଧ୍ଯ ଶୁଣ୍ଠା କୁହାଯାଏ)
●→ଶୋଧିବା--ଗାଳୀ ଦେବା(ଅନ୍ୟ ଦେଶଜ ରୂପ--ଶୋଦିବା/ଶୁଦିବା)

■ସ■

●→ସଙ୍ଖି--ବେକ(ଦ.ଓଡ଼ିଶାରେ ଵି ଚଳେ)
●→ସଟରା--ପୁରୀଯାତରେ କାଠିପିଟି ଗୀତ ବୋଲୁଥିବା ଶିଖ ସନ୍ୟାସୀ
●→ସତ୍ୟାନାଶ--ଭାଙ୍ଗ
●→ସତ୍ୟାନାଶ ବେଳା--ମଧ୍ଯାହ୍ନ-ଭଙ୍ଗଖିଆ ବେଳ
●→ସତ୍ୟାନାଶୀ/ସତ୍ୟନାଶିଆ--ଭାଙ୍ଗ ନିଶାସକ୍ତ ଲୋକ
●→ସନ୍ତେଇ---ଗଞ୍ଜାପା,ତାସ ଆଦି ଖେଳର ଚାରିଜଣ ଖେଳାଳି ଙ୍କ ମଧ୍ୟରେ ଦୁଇ ଜଣ ଏକ ଦଳୀୟ ଖେରସଙ୍ଗ(partners)
●→ସରସା---ଉତ୍କୃଷ୍ଟ, ସ୍ଵାଦିଷ୍ଟ, ଲୋଭନୀୟ
●→ସସ୍କାଳିଆ-ସଅଳ
●→ସାଇବ ଘୁଅ---ସାବୁନ
●→ସାଙ୍ଗି---ଅତି ସ୍ନେହାଦରରେ ବନ୍ଧୁ ପ୍ରତି ସମ୍ଵୋଧନ
●→ସାରେଣୀ--ଟିଣର ଚକତି
●→ସାରେଣିମାରେ ଉଡି଼ଯିବା--କ୍ଷିପ୍ର ଗତିରେ ଚାଲିଯିବା
●→ସିକା--ଵକ୍ଷଵନ୍ଧନୀ
●→ସିଲୁହ--ନମସ୍କାର, ଉପକାର
●→ସୁକୁଟ କରିବା--ଦୁଇ ଲୋକ ଵା ଦଳ ଅଥଵା ମଧ୍ୟରେ ହେଉଥିବା ଝଗଡା଼ ଉପଭୋଗ କରିବା
●→ସୁଜିତାରି---ପୋଖରୀପାଣି ପାଇଁ ଉପଯୁକ୍ତ ସ୍ଥାନ
●→ସୁରେଇବା-ପାଣି ଶେଷ ହୋଇ ହୋଇ ଛୋଟ ଧାରାକାର ହେଲେ ତାକୁ ସୁରେଇବା କୁହାଯାଏ
●→ସେକିବା---ହାତରେ ପିଟିବା
●→ସୋଜା/ସୁଜା(ଢେ)--ସହଜ --ବଙ୍ଗଳା ରେ ମଧ୍ଯ ଏ ଶବ୍ଦ ଚଳେ, ସହଜ ଶବ୍ଦ ର ମଧ୍ୟ ଭାଗରୁ ହ ଲୋପପାଇ ଶବ୍ଦ ର ପ୍ରଥମ ଅକ୍ଷର ଓ କାରନ୍ତ ଉଚ୍ଚାରଣ ପୂର୍ଵକ ଏ ଶବ୍ଦ ର ସୃଷ୍ଟି ହୋଇଥିବା କେତେକ ଭାଷାଵିଦ ମତଦିଅନ୍ତି
●→ହତିଆର--ପୁରୁଷ ଯୌନାଙ୍ଗ
●→ହଦେଇବା---ପଛେଇବା
●→ହନେଇବା---ଅନାଇବା(ଢେ-ଅନେଇବା)
●→ହରିପ--ହରେକ ରକମ କଥା କୁହାଳିଆ
●→ହାଉସ--ଉତ୍ସାହ,ଆରାମ
●→ହାଣମୁହଁ--ଵିପଦ ଆଶଙ୍କା ଯିବା ସ୍ଥାନ
●→ହାମ୍ପାନୀ ଉଠିବା-ଦୀର୍ଘଶ୍ଵାସ ହେବା
●→ହାଲୁକ/ହାଲକ ଶୁଖିବା--ଭୟଭୀତ ହେବା
●→ହିଡି଼ହଗା--ମଫସଲି ଲୋକ
●→ହୁଆହୁରୁଡି଼--ହଇଚଇ

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...