Friday, June 8, 2018

ଆରବ ଶବ୍ଦ ର ଉତ୍ପତ୍ତି ଆର୍ଯ୍ୟ ରୁ ହୋଇଅଛି କି ?

କିଛି ଲୋକ କୁହନ୍ତି ଯେ ଇରାନର କିଛି ଲୋକ 450 ଖ୍ରୀଷ୍ଟ ପୂର୍ବରେ ଆରବ ଦେଶକୁ ଚାଲିଯାଇଥିଲେ ଏବଂ ସେତେବେଳେ ସେମାନେ ଯେହେତୁ ଆର୍ଯ୍ୟ ଥିଲେ ତେଣୁ ତାଙ୍କ ନାମରେ ଉକ୍ତ ଦେଶର ନାମ ଆରଓ୍ଵ ରଖିଥିଲେ
କିନ୍ତୁ ଏଥିର କୌଣସି ନୈରୁକ୍ତିଗତ ପ୍ରମାଣ ତାଙ୍କ ପାଖରେ ନାହିଁ ।
ଭାଷାଵିଦ ମାନେ ମତ ଦିଅନ୍ତି ଯେ
ଆରବୀ ଭାଷାର ମୂଳ ସେମେଟିକ୍ ଭାଷାପରିଵାର ତେଣୁ ତାର 90% ଶବ୍ଦ ତହିଁ ରୁ ଆସିଅଛି ।
proto-Semitic ଭାଷାପରିଵାରର କେତେକ ଭାଷାରେ  غ ghayin ଵର୍ଣ୍ଣ  ع ʿayin ରେ ପରିଵର୍ତ୍ତିତ ହୋଇଯାଏ ।
ହିବ୍ରୁ ଶବ୍ଦ  ערב‬ ʿarav ମଧ୍ଯ ସମାନ triconsonantal root ରୁ ଆସିଅଛି ଏବଂ ଯହିଁ ରୁ ସୃଷ୍ଟ କେତେକ ଶବ୍ଦର
ଅନେକ ଅର୍ଥ ରେ ଵ୍ଯଵହାର ଅଛି
ପଶ୍ଚିମ-"west" (מערב‬ maʿarav) "setting sun" ସୂର୍ଯ୍ୟସ୍ଥ ଵା ସଂଧ୍ୟାକାଳ "evening" (מעריב‬ maʿariv, ערב‬ ʿerev). ଏହି ହିବ୍ରୁ ଶବ୍ଦ ର ସିଧାସଳଖ ଆର୍ଥିକ ଓ ଶବ୍ଦଗତ ସାମଜସ୍ୟ ଥିବା Arabic ଶବ୍ଦ ହେଉଛି  غرب ġarb("west", etc.) ଏବଂ ଏହି ଶବ୍ଦ ରୁ ଆରବ  عرب ʿarab ଶବ୍ଦ ର ଉତ୍ପତ୍ତି ହୋଇଥିବା କୁହାଯାଏ । ଈହୁଦୀ ମାନଙ୍କ ଧର୍ମ ଗ୍ରନ୍ଥ Genesis 1:5 ରେ ଏହି erav ଶବ୍ଦ ର ଵ୍ୟଵହାର  "evening" ସଂଧ୍ୟା କାଳ ପାଇଁ କରାଯାଇଛି ।
mâtu arbâi ଶବ୍ଦ ଟେ  Assyrian ପ୍ରାଚୀନ ଶିଳାଲେଖ ରେ ମିଳେ ଯହିଁ ର ଆନୁଵାଦିକ ଅର୍ଥ   Arab land ଵା ଅରବ ଦେଶ ।  ତେଣୁ ବହୁତ ସମ୍ଭବ ଏହାର ମୂଳ  proto-Semitic root
ġ-r-b କିମ୍ବା ʿ-r-b ହୋଇଥିବ ।

ଆସିରିଅ ଓ ସେମେଟିକ୍ ଲୋକେ ଏହି ମୂଳ ଶବ୍ଦ ġ-r-b("west")ରୁ ନୂଆ ଶବ୍ଦ ସୃଷ୍ଟି କରି ଵ୍ୟଵହାର କରୁଥିଲେ । ଏହି ମୂଳ ġ-r-b ଶବ୍ଦ ସହ ସାମଜସ୍ୟ ଥିବା Saracen ଶବ୍ଦ କୁ ଆରବୀୟ ଲୋକେ ପୂର୍ଵଦେଶର ଲୋକଙ୍କ ଅର୍ଥରେ ଵ୍ୟଵହାର କରୁଥିଲେ ଯାହା ଗ୍ରୀକ୍ ଭାଷାରେ ମଧ୍ଯ ଵ୍ୟଵହାର ହେଉଅଛି ।  ଆରବୀରେ  šarqiyyūn ର ଅର୍ଥ ପୂର୍ଵଦେଶର ଅଧିଵାସୀ ।
ହିବ୍ରୁ ଶବ୍ଦ ʿarav ଓ ʿaravah ର ଅର୍ଥ ମରୁଭୂମି ଏବଂ ବାଈବେଲ୍ ରେ ମଧ୍ଯ
Arabah, ବୋଲି ଏକ ଦେଶର ଵର୍ଣ୍ଣନା ମିଳେ ଯେଉଁଠି  Nabateans( ନମୋଡିକ୍ ଜନଜାତି)ଲୋକ ଵସଵାସ କରନ୍ତି ଓ ଯାହାଙ୍କର ଭାଷା ଆରବୀ ।ଏକ ଜାତୀୟ nomadic ଜନଜାତି ର ଲୋକ ଯେଉଁ ମାନେ କି ତତକାଳୀନ ରୋମାନ୍ ସାମ୍ରାଜ୍ୟ ର Sinai ନିକଟରେ ଵସଵାସ କରୁଥିଲେ ଆରଵୀୟ ମାନେ ସେମାନଙ୍କୁ 
        شَرْقِيِّين       

(šarqiyyin,“easterners”) କହୁଥିଲେ

ତେଣୁ ଏସବୁରୁ ଵିଶ୍ଵାସ କରାଯାଇପାରେ ଯେ ଆରବ ଶବ୍ଦ ଆର୍ଯ୍ୟରୁ ନୁହେଁ ଵରଂ ସେମେଟିକ୍ ମୂଳ ଧାତୁ ଶବ୍ଦ ġ-r-bରୁ ଆସିଅଛି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...