Thursday, June 14, 2018

●ରଜପର୍ଵ●

ରଜପର୍ଵ ଵିଷୟରେ ଶାସ୍ତ୍ର କହେ–

“ବୃଷାନ୍ତେ ମିଥୁନସ୍ୟାଦୌ ତଦ୍ଵିତୀୟେ ଦିନ ତ୍ରୟଂ ।।
ରଜସ୍ଵାଳା ସ୍ୟାତ୍ ପୃଥ୍ଵୀ କୃଷିକର୍ମଵିଗର୍ହିତଂ ।।
ହଳାନାଂ ଵାହନଂ ଚୈଵ ବୀଜାନାଂ ଵପନଂ ତଥା ।।
ତାଵଦେଵ ନ କୁର୍ଵୀତ୍ ଖନନଂ ଛେଦନଂ ତ୍ୟଜେତ୍ ।।
ଅନ୍ୟ କର୍ମାଣୀ କୁର୍ଵୀତ ପୈତ୍ରଂ ଧମାନୁଷଂ ।।”

ମୋ ରାଜ୍ୟ ର ଏହି ମହାନ ପରମ୍ପରା ପାଇଁ ମୁଁ ସଦା ସର୍ବଦା ଗର୍ବ ଅନୁଭବ କରିଥାଏ ।
କିନ୍ତୁ କିଛି ଵିଚ୍ଛିନ୍ନଵାଦୀ ଲୋକ କୁହନ୍ତି ଏ ପର୍ଵ ଟି ପଶ୍ଚିମ ଓଡ଼ିଶାରେ ପାଳିତ ହେଉ ନାହିଁ । ଆଶ୍ଚର୍ଯ୍ୟ ର କଥା ଛତିଶଗଡ଼ ଓ ଝାଡ଼ଖଣ୍ଡ ର ଓଡ଼ିଆ ଵିଚ୍ଛିନାଞ୍ଚଳରେ ଏ ପର୍ଵଟି ପାଳିତ ହେଉଥିଲା ଵେଳେ ପଶ୍ଚିମ ଓଡ଼ିଶାରେ କାହିଁକି ପାଳିତ ହୁଏନାହିଁ ତାହା ସେମାନେ ପଚାରିଲେ କହିପାରନ୍ତି ନାହିଁ । ପ୍ରକୃତରେ ଯେଉଁ ଵିଚ୍ଛିନ୍ନଵାଦୀ ମାନେ ଏମିତି କୁହନ୍ତି ସେମାନେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ରଜ ପର୍ଵ ଟା ଓଡ଼ିଶାରେ ସର୍ଵତ୍ର ପାଳିତ ହୋଇଥାଏ ।
ଓଡ଼ିଶାର ଵିଚ୍ଛିନାଞ୍ଚଳ ଷଢୈକଳା, ଖରସୁଆଁ,ପୂର୍ବ ଓ ପଶ୍ଚିମ ସିଂହଭୂମି ଜିଲ୍ଲାର କୈାଣସି ଆଦିବାସୀ-ମୂଳବାସୀ ଗାଁ କୁ ଯାନ୍ତୁ । ଧନୀ ଗରିବ ସମସ୍ତଙ୍କ ଘରେ ପିଠା- ପଣା,ମା୦ସ ଆଦି ହୋଇଥିବ । ରଜପର୍ବ ର ଦିନ ସେ ପାଳୁଥିବା ସେହି ପର୍ଵର ନାଆଁ  ତାକୁ ପଚାରନ୍ତୁ ସେ କହିବ "ରାଜାସାଲା" ମାନେ- ରଜସ୍ଵଳା। ସତରେ ଏହା ହେଉଛି ୧୦୦% ବିଶୁଦ୍ଧ ଓଡ଼ିଆ ପରମ୍ପରା ।

କୁହାଯାଏ
ଯେଉଁ ଦେଶରେ ବିଦ୍ଵାନ ତଥା ନାରୀ ର ଯେତେ ଅଧିକ ସମ୍ମାନ ହୋଇଥାଏ,
ସେ ଦେଶ ସଂସ୍କୃତି ଦୃଷ୍ଟି ରୁ ସେତିକି ସମୃଦ୍ଧ !

ଓଡ଼ିଶାରେ ରଜପର୍ବ ପାଳନର ମହତ୍ତ୍ଵ ରହିଛି । ଓଡ଼ିଆ ମାନେ ପ୍ରକୃତିପ୍ରେମୀ ଅଟନ୍ତି ଓ ସମ୍ଭଵତଃ ଵିଶ୍ଵରେ ପ୍ରଥମେ ଓଡ଼ିଆ ମାନେ ହିଁ ଚାରିଦିଵସ ଵ୍ୟାପୀ ପୃଥିବୀ ଦିଵସ ପାଳନ କରିଥିଲେ ଯାହା ଆଜି ରଜପର୍ବ ନାମରେ ଜଣାଶୁଣା ।
ରଜ ପର୍ଵ ନାରୀ ଓ ପୃଥିବୀ ସମ୍ମାନ ର ପର୍ଵ ।
ଏ ପର୍ଵରେ ସମାଜ ମଧ୍ୟରେ ନାରୀର ମହତ୍ତ୍ଵ କେତେ ଗୁରୁତ୍ୱପୂର୍ଣ୍ଣ ତାହାର ଅଵତାରଣା କରାଯାଇଛି । ନାରୀ ଵିନା ପୁରୁଷ ସମାଜକୁ କେତେ କଷ୍ଟ ଉଠେଇବାକୁ ପଡି଼ପାରେ ତାହା
ପୁରୁଷ ମାନଙ୍କ ଦ୍ଵାରା ମସଲା ବଟେଇ,ପରିବା କଟେଇ ଶିକ୍ଷା ପ୍ରଦାନ କରାଯାଇଥାଏ ।
ପ୍ରକାରନ୍ତରେ
ରଜପର୍ବ ହେଉଛି ପୃଥିବୀର ରଜସ୍ଵଳା ହେବାର ଦିଵସ । ଯେମିତି ସ୍ତ୍ରୀ ମାନେ ଚାରି ଦିଵସ ଵ୍ୟାପୀ ରଜସ୍ଵଳା ହୁଅନ୍ତି ପୃଥିବୀ ମଧ୍ଯ ଯେହେତୁ ନାରୀ ତେଣୁ ତା’ର ଵି ରଜସ୍ଵଳା ହେବାର ଏଠାରେ କଳ୍ପନା କରାଯାଇଛି । ଉପରୁ ଉପରୁ ଦେଖିଲେ ଏମନ୍ତ ଵିଚାର ଅଵୈଜ୍ଞାନିକ ଲାଗୁଥିଲେ ହେଁ ନିରିକ୍ଷେଇକି ଅନୁଧ୍ୟାନ କଲେ ଜଣାପଡେ଼ ଯେ ଏହା ମଧ୍ୟରେ ପରିଵେଶଗତ ତତ୍ତ୍ୱ ଲୁଚିରହିଛି ।
ପୃଥିବୀରେ ସବୁ ମାସରେ ସଂକ୍ରାନ୍ତି ହୁଏ ହେଲେ ଏହି ରଜସଂକ୍ରାନ୍ତି ସମୟରେ ଆଉ ଗୋଟେ ଘଟଣା ଘଟିତ ହୁଏ ଆଉ ତାହା କେଵଳ ପୂର୍ଵ ଭାରତ ରେ ହିଁ ଘଟିଥାଏ ।
ଯେମିତି ନାରୀ ରଜସ୍ଵଳା ହେଲା ପରେ ଚତୁର୍ଥ ଦିନ ଋତୁସ୍ନାନ କରେ ଠିକ୍ ସେହିପରି ରଜପର୍ବ ସମୟରେ ପୂର୍ବ ଭାରତରେ ମୌସୁମୀ ଜନିତ ଵର୍ଷା ଆରମ୍ଭ ହୋଇଯାଇଥାଏ । ଵୋଧହୁଏ ସମ୍ଭଵତଃ ସେଇଥିପାଇଁ ଓଡ଼ିଶାରେ ଏଭଳି ଏକ ମୌଳିକ ପର୍ଵ ପାଳିତ ହୋଇପାରୁଛି ଯାହା ଅନ୍ଯତ୍ର ଵିରଳ ।

ତେଣୁ ହେ ଉତ୍କଳୀୟ !!
ତୁମେ ଧନ ରେ ଗରୀବ ହେଲେ ହେଁ ସଂସ୍କୃତି ରେ ଭାରତ ର ସବୁଠୁଁ ଉନ୍ନତ ଜାତି !

ଉଠ , ଜାଗ ନିଜ ପର୍ବ ପର୍ବାଣୀ ,ସଂସ୍କୃତି ମାତୃଭୂମି ପାଇଁ ମନରେ ଥିବା ସମସ୍ତ କଳୁଷିତ ନକାରାତ୍ମକ ଭାବନା ତ୍ୟାଗ କର !

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...