Wednesday, June 20, 2018

ସଉରା ଓଡ଼ିଆ

ଓଡ଼ିଶାର ଦକ୍ଷିଣ ପଶ୍ଚିମ ଭାଗରେ ବୋଲାଯାଉଥିବା ଏକ ପ୍ରକାରର ଆଞ୍ଚଳିକ ଜନଜାତୀୟ ଭାଷା ହେଉଛି ସଉରା ଓଡ଼ିଆ ଭାଷା । ଏହା ଏବେ ଓଡ଼ିଆ ଭାଷାର ଏକ ଉପଭାଷା ଭାବରେ ପରିଗଣିତ ହେଉଛି । ଓଡ଼ିଆ ଦ୍ଵାରା ବହୁମାତ୍ରାରେ ପ୍ରଭାଵିତ ହୋଇଥିଲେ ହେଁ ଏହାର ଅନେକ ମୌଳିକତା ମଧ୍ଯ ରହିଛି । ନିମ୍ନରେ ସଉରା ଓ ଓଡ଼ିଆ ଭାଷାର ପାରସ୍ପରିକ ସାମଜସ୍ୟ ଥିବା କିଛି ଶବ୍ଦ ର ସୂଚୀ ପ୍ରଦାନ କରାଗଲା ....

★ଭିନ୍ନ→ଵିନ୍ନା
★ସାନ→ସୋନ୍ନାଂ
★କୋଡ଼ିଏ→କୋଡି଼,କୁଡି଼
★ଦିନ→ଡିନ୍ନାଂ
★ବେଳ→ବେଳା
★ପୁନେଁଇ(ପୂର୍ଣ୍ଣିମା)ପୁନ୍ୟାଲେ
★ଏ→ଲେ
★ବାର→ବାରା
★ଅଣ୍ଡିରା ପିଲା→ଅଙ୍ଗେର ଅଂନ
★ଯୁଵତୀ ଝିଅ ପିଲା,ଦିଣ୍ଡା(ଡିଣ୍ଡା)→ଡାଂଡି଼ ଅଂନ୍(ଅଂନ୍=ପିଲା)
★ଦାଦା,ଦଦା,ଦାଦୀ→ଡାଡାଂ
★ମୁଖ,ଚେହେରା, ମୁହଁ→ମୁଙ୍କା
★ବେକ,ସଙ୍ଖୀ(ଦ.ଓ)→ସାଙ୍କା,ସାକା
★ଡେଭିରୀ(ଵାମହାତ)→ଡେବୁସୀ
★ହୃଦୟ(ଏଠି ପ୍ରାଣ ଅଛି ବୋଲି)→ପ୍ରାଡା଼(ପ୍ରାଣ)
★ମଢ଼→ମଡୋ଼
★ମରିଗଲା→କେଳୈ(କାଳ ହୋଇଗଲା ,ଓଡ଼ିଆ ଭାଷାରେ ଚଳେ)
★ଦୁଆର→ଡୁଆରା
★ବହୁତ ବଡ଼ ଟୋକେଇ→ଡୋଲି(ଓଡ଼ିଆ ଭାଷାରେ ଏ ଶବ୍ଦ ଧାନ ରଖାଯାଉଥିବା ବଡ଼ପାତ୍ର କୁ ବୁଝାଏ)
★ଦୀପ→ଡିପା
★ଲୁହା→ଲୋଆଁ
★ଛୁଞ୍ଚି→ସୂସୀ
★ଖଡୁ଼→ଖାଡୁ଼
★ବାଡି଼,ଡାଙ୍ଗ(ଢେ.)→ଆରାଂ,ଡାଙ୍ଗୋ-ଡାଙ୍ଗ ବୋଲି ଗୋଟାଏ ଓଡ଼ିଆ ଶବ୍ଦ ମଧ୍ଯ ଚଳେ ସମ୍ଭଵତଃ ଏ ଶବ୍ଦ ସହ ଡାଙ୍ଗୋ ଶବ୍ଦ ର କୌଣସି ସମ୍ଵନ୍ଧ ଥାଇପାରେ
★ପଇସା;ଡାବୁ(ଦ.ଓ)→ପଇସା,ଲେବୁ(ଡାବୁ-ଡ ର ଲ ରେ ପରିଵର୍ତ୍ତନ ? )
★ମାଣ→ମାଲ୍.ନ(ମଝିରେ ଲ୍ ଯୋଗ ତଥା ଣ ର ନ ରେ ପରିଵର୍ତ୍ତନ ?)
★ସରୁ→ସରୁ
★ଢିପ→ଡିପି
★ପଦା;ଖାଲଭୂମି→ପାଡା଼
★ବାଂଝରି(ଦକ୍ଷିଣୀ ଓଡ଼ିଆ;ଚାଷ ନହୋଇଥିବା ପତିତ ଭୂମି→ବାଂଜାରିଲୋ
★ବର୍ଚ୍ଚା→ବର୍ସା
★ବଢେ଼ଇ→ବଡ୍.ଡୋଇ-ମାର୍(ମାର୍=ଜାତି ?)
★ତେଲି→ତେଲିମାର୍
★ଧୋବା→ଡୋବା
★ଜାଲ→ଜାଲା
★ମୂଲ୍ୟ→ମୂଲା
★ସୁଆଁ→ସାଆ
★ଆଖୁ→ଆଖୁ
★ମକା→ମକା
★ମରିଚ→ମରିସା
★ମୁନିଗା(ଦ.ଓ/ସଜନା)→ମୋରିଗା
★ପଣସ→ପଡ୍.ସା,ପାଡା଼ସା
★ଆମ୍ଵଟାକୁଆ→ଉଡା଼ଟାକୁ(ଉଭୟ ଭାଷାରେ ଟାକୁ ଵା ଟାଙ୍କୁ ଶବ୍ଦ ଅଛି;ଉଡା଼=ଆମ୍ଵ)
★ଦହି→ଡେଇ
★ଗରମ,ତତଲା→ତାଗେ
★ଢିପ→ଡିପି
★ଖାଲି ଜମି,ପଦା→ପାଦା
★ଷଣ୍ଢ→ଷଣ୍ଢତାଂ
★ପାରା→ପାର୍.ରା
★ଗୁଣ୍ଡୁଚି→ଗଣ୍ଡୋଇ
★କାଉ,କାକ→କାକା
★କୋଇଲି→କୋଓତି
★ମୟୂର→ମାରା(ହିନ୍ଦୀ:ମୋର୍)
★ଗଞ୍ଜା→ଗଞ୍ଜାଇଂ
★ଗୁଣ୍ଡୁରି ଚଡେ଼ଇ→ଗୁଡି଼ଂ
★କୁମ୍ଭାଟିଆ→କୁର୍ମା
★ବାଦୁଡି଼→ବାତେଡା଼
★ଦେଶ→ଡେସା
★ପର୍ଵ→ପାର୍ଵା
★ବୁଦ୍ଧି→ବୁଡି଼ଂ
★ପ୍ରାଣ→ପ୍ରାଣ
★ଦୁଃଖ→ଦୁକ୍କାଁ,ଡୁକ୍କାଁ
★ଶତୃତା, ବିରୋଧ→ବିରଦ୍ଦ
★ଦୋଷ→ଡୋସା
★ରୋଗ→ରୋଗାଁ
★ବାନ୍ତି→ବାଇତେ
★ହାଇ→ହାଂଏପ୍.ଡା଼
★ଧର୍ମ→ଦାରଂମା
★ଠିକ୍→ସାରି(ଦକ୍ଷିଣି ଓଡ଼ିଆ ଭାଷାରେ ଚଳେ,ଠିକ୍ ଅର୍ଥରେ ସାରି ଶବ୍ଦର ଵ୍ୟଵହାର ଗୁଜରାଟୀ ଭାଷାରେ ମଧ୍ଯ ରହିଛି)
★ଗଡା଼ଣୀ→ଗଡା଼ଣୀ
★ଦୂର୍ଵଳ→ବଳତି(ଅଭାବ ଵା ନାହିଁ ଅର୍ଥରେ ତି,ମୂଳ ଶବ୍ଦ ବଳ ଉଭୟ ଭାଷାର ଶବ୍ଦରେ ରହିଛି)
★ସରୁ→ସରୁ
★ମୋଟା,ଡୁକା→ଡୁକା
★ଉଚ୍ଚ, ଡେଙ୍ଗା→ଡେଙ୍ଗା, ଡିଙ୍ଗା
★ବାଙ୍ଗର,ଟିମ୍ପା(ଦ.ଓ)→ଟିମ୍ପା
★ଅଭାବ→କାନ୍ତାର୍(ଶବ୍ଦଟି ଓଡ଼ିଆ ଭାଷାରେ ମଧ୍ଯ ଚଳେ “କଥାରେ ଅଛି ମହରଗ ରୁ ଯାଇ କାନ୍ତାରରେ ପଡି଼ବା”)
★ନେଳିଆ→ନିଳୀ
★କାଲ→କାଲା
★କୁଜା→କୁଜା
★ଛୋଟା→ସ’ଟା

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...