Saturday, June 9, 2018

ଓଡ଼ିଆ ଭାଷାର ଆଞ୍ଚଳିକ ଶବ୍ଦ–ଭାଗ―୧

●ଅଇକା–ଏଇକ୍ଷଣୀ(ଅନ୍ୟ ରୂପ-●ଅଇକ୍ଷିଣୀ,ଅଇଛଣି,ଅଇଛଣିକା,ଅଇଛିକା,ଅଇଛୁଣି ଇତ୍ୟାଦି)
●ଅଇଦ୍ରିଶି–ଅଇରଶି,ଶତ୍ରୁଭାଵାପନ୍ନ
●ଅଇନ୍–ଅଏନ୍,ଅତିସୁନ୍ଦର(ପ.ଓ/ସମ୍ଵଲ.)
●ଅଇବ୍ରତ–ଅୟୁତ
●ଅଇରା–ମଳା
●ଅଇଶାଣ–ଐଶାନୀ
●ଅଇଶୁର୍ଯ୍ୟ–ଐଶ୍ୱର୍ଯ୍ୟ
●ଅଉଁଠି–ଆଙ୍ଗୁଠି(ଲରିଆ)
●ଅଉଁଲା–ଅଅଁଳା(ପ.ଓ)
●ଅଉଁଶ–ଅଂଶ
●ଅଉଁଶା–ଅଉଶା,ଅଙ୍କୁଶ
●ଅଉତା–ଓଳି(ଯାଜପୁର)
●ଅଏଁଠା–ଅଇଁଠା(ପ.ଓ)
●ଅଏଧ୍.କା–ଅଧିକା(ପ.ଓ)
●ଅଏନ୍–ଅତି ଉତ୍ତମ, ଅତି ସୁନ୍ଦର(ପ.ଓ)
●ଅଏନ ମଜାର–ଅତି ମନୋହର, ଅପୂର୍ବ(ପ.ଓ)
●ଅଏର୍.ଶ–ଆରିଶାପିଠା(ପ.ଓ)
●ଅଁଠ–ଓଠ(ପ.ଓ)
●ଅକ୍ଲିଆ-ଅକାଳିକ(ଗଡ଼ଜାତ)
●ଅକଉଡି଼ଆ–ମୂଲ୍ୟହୀନ, ଅସାମୟିକ
●ଅକକର୍ଥନ–ବାହୁନା
●ଅକଟ–ଅଟକ
●ଅକବା–ଅଵର୍ଣ୍ଣନୀୟ
●ଅକରଟା–ଯେଉଁ ଗାଈ ଵା ଛଡା଼ ଶିଘ୍ର ଗର୍ଭଧାରଣ କରେ
●ଅକଶ–ଦାଉ ସାଧିବା,ପ୍ରତିଶୋଧ ନେବା
●ଅକା–ଓଲୁ,କିଂକର୍ତ୍ତଵ୍ୟଵିମୁଢ,ଆତଙ୍କଯୁକ୍ତ
●ଅକାପକା–ଅକାବକା,ଓଲୁ,ନିର୍ଵୋଧ(ପ.ଓ)
●ଅକ୍ତାଚାଉଳ–ବଳି ପୂର୍ଵରୁ ବଳିପଶୁକୁ ଦିଆଯାଉଥିବା ଅଭିମନ୍ତ୍ରିତ ଚାଉଳ(ସିଂହଭୂମ,ଷଡୈ-ଖର)
●ଅଖଞ୍ଜ–ଅଖଡ଼,ଅକଳ,କଳ ଵିଗିଡି଼ ଯିବା ଅଵସ୍ଥା,ଅସୁଵିଧା,
●ଅଖଡେ଼–ଅକାରଣେ,ବୃଥାରେ
●ଅଖତୁଳିବା–ଅଖ ଧରିବା(ଖୋର୍ଦ୍ଧା)
●ଅଖାଏଦ୍–ଅଖାଦ୍ୟ(ପ.ଓ)
●ଅଖାବାୟା–ପାଗଳ(ପୁରୀ)
●ଅଖାଦ୍–ଅଖାଦ୍ୟ(ଵସ୍ତର)
●ଅଗଛା–ଅସୁନ୍ଦର, ଅନୁପଯୋଗୀ
●ଅଗଡ଼ଧତା/ଧତି/ଧତିଆ/ଧତୁ–ଅତିଡେଙ୍ଗା,ବୃହତ୍ କାୟ,ଅଠିକଣା
●ଅଗଡା଼–ନୀଳ ଝିଣ୍ଟି,ନେଳି ଦାସକେରେଣ୍ଟା
●ଅଗତିପଣ–ଅସଦାଚରଣ
●ଅଗରଜା–ଯେଉଁ କ୍ଷୀର ନିଆଁରେ ବସା ହେଇ ନଥାଏ, ବସା ହୋଇଥିବା କ୍ଷୀରରେ ଯଦି ସର ଛିଡି଼ ନଥାଏ ତାକୁ ମଧ୍ଯ ଅଗରଜା କୁହାଯାଏ
●ଅଗଲା–ଆଗୁଆ,ବାକିରହିଯାଇଥିବା,ବଳକା,
ସମ୍ମୁଖସ୍ଥ(ପ.ଓ)
●ଅଗଲି ଯିବା–ବଳି ପଡି଼ବା
●ଅଗା–ଓଲୁ
●ଅଗିବା–ମଳତ୍ୟାଗ କରିବା(ଦ.ଓ)
●ଅଗୁଆ–ଧାତୁର ଛୋଟ ମୁଦି,ଆଗୁଆ,ନେତା(ପ.ଓ)
●ଅଗୁଆଁର–ଓଲୁ,ଗୁଆଁର,ନିର୍ଵୋଧ
●ଅଗୁଳି–ପ୍ରସ୍ଥ,ଓସାର(ବିଶେଷଣ-ପ୍ରଶସ୍ତ,ଅଗ୍ରଣୀ)
●ଅଗୁଳୁଆ–ଲଘୁ,ହୀନ
●ଅଗ୍ନିଖାଡି଼–ଦିଆସିଲି,(ଢେ-ଡିଆସିଲି)(ପ.ଓ)
●ଅଗ୍ରଗାର–ପ୍ରଥମସ୍ଥାନୀୟ
●ଅଘ–ଶତ୍ରୁ
●ଅଘା–ଅଘାସୁର ପରି ସ୍ଥୁଳକାୟ ଵ୍ୟକ୍ତି
●ଅଘାଇ ଯିବା–ଖାଇ ଖାଇ ଆଉ ଖାଇବାକୁ ଵିରକ୍ତ ହେବା(ଅଘାଚିଟା)
●ଅଘୋରଣା–ଅପରିଷ୍କୃତ,ଯେ ସଦା ପରିଷ୍କାର ପରିଚ୍ଛନ୍ନ ରହେନା(ପୁରୀ)
●ଅଙ୍କଛଡା଼–କୋଳଛଡା଼,ସଙ୍ଗଛଡା଼,ଅପହୃତ ବାଳକ ବାଳିକା
●ଅଙ୍କିବା–ବାଡ଼ ବୁଜିବା(କଟକ)
●ଅଙ୍କିରା–ବାଡ଼,ଅଟେଇ,ଭୂମିରେ ମାନଚିତ୍ର ଅନୁସାରେ ଟଣାଯିବା ଗାର(କଟକାଞ୍ଚଳ)
●ଅଙ୍କୁଡା଼–ଆଙ୍କୁଡା଼,ଆଙ୍କୁଶ(ଗଡ଼ଜାତ)
●ଅଙ୍ଗ୍ଲାଇବା–ଲୁଗା ହକାଳିବା,ଧୋଇବା(ପ.ଓ)
●ଆଙ୍ଗ୍ଶା–ଆଙ୍କୁଡି଼,ଅଙ୍କୁଶାଗ୍ର
●ଅଙ୍ଗରଖା–coat
●ଅଙ୍ଗରା–ଜଳନ୍ତା ଅଙ୍ଗାର(ପ.ଓ)
●ଅଙ୍ଗସ୍ତନା–ଅଙ୍ଗୁଷ୍ଠ(ଓଡ଼ିଶାରେ  ନିର୍ବନ୍ଧ ବେଳେ ବର ପ୍ରଦତ୍ତ କନ୍ୟା ହସ୍ତସ୍ଥ ବୁଢା ଆଙ୍ଗୁଠି ରେ ପିନ୍ଧାଯିବା ମୁଦି)-(କଟକ ଅଞ୍ଚଳ)
●ଅଙ୍ଗା–ଅଙ୍ଗରଖା,କୋଟ
●ଅଙ୍ଗି–କାଞ୍ଛଲା,କୁରତା,ଗନ୍ତା,ଫତେଇ(ଦ.ଓ)
●ଅଙ୍ଗିତା–ନିଜର ଅମଳର,ସ୍ଵକୀୟ, ନିଜକୃତ(ଉ.ଓ)
●ଅଙ୍ଗୁଛା–ଗାମୁଛା(ଗାତ୍ରମାର୍ଜନୀ-ରୁମାଲ୍)
●ଅଙ୍ଗୁଛି–ଛୋଟ ଗାମୁଛା, ଝାଡ଼ଣ
●ଅଙ୍ଗୁଟ୍/ଅଙ୍ଗୋଟ–ଵିରାଗ,ଵିରକ୍ତି,ଚିଡ଼ଲ,ଚିଡ଼ଚି଼ଡି଼ଆ(କଟକ,ପୁରୀ)
●ଅଚକିବା–ଦୋହଲିବା,ଝୁଲିବା
●ଅଚା–ଚାଷ ହେବା ଖେତରେ ପ୍ରଥମ ଥର ହଳ ବୁଲାଯିବା ବେଳେ ଅଙ୍କିତ ବୃତ୍ତାକାର ରେଖା
●ଅଚାବୁଆ/ଅଚାଭୁଆ/ଅଚାବୁହା–
ଅନିପୁଣ,ଲକ୍ଷ୍ୟଭ୍ରଷ୍ଟ,କିଂକର୍ତ୍ତଵ୍ୟଵିମୁଢ,ତ୍ରସ୍ତଵ୍ୟସ୍ତ,ଆଚମ୍ଵିତ,ଆଶ୍ଚର୍ଯ୍ୟାନ୍ଵିତ
(ଢଗ-ସବୁ ପାଠ ପଢେ ଶୁଆ । ଵିଲେଇ ଦେଖିଲେ ଅଚାବୁଆ😂😂।। )
●ଅଚାଲତ୍–ଵିଶେଷ ପରିମାଣରେ(କ୍ରି.ଵିଣ)
●ଅଚିରରେ–ଅତିଶୀଘ୍ର, ତତ୍କକ୍ଷଣାତ୍(ପଦ୍ୟ)
●ଅଚିରାଣୀ–ଵିଦ୍ୟୁତ୍,ଵିଜୁଳି(ସଂ-ଅଚିରାଂଶୁ)
●ଅଚିରାଭା–ଵିଦ୍ୟୁତ୍
●ଅଚିରାତ୍–ଶିଘ୍ରାତିଶିଘ୍ର
●ଅଚିହ୍ନାର୍–ଅଚିନା,ଅଚିହ୍ନା(ପ.ଓ)
●ଅଚ୍ଛଵ/ଅଚ୍ଛଭ–ନୀଚ,ଅସ୍ପୃଶ୍ୟ
●ଅଛୁଙ୍କା–ଯେଉଁ ତୈଳ ପଦାର୍ଥ ଛଣା ହୋଇନଥାଏ
●ଅଛଟକେ–ଦୈଵାତ୍,ତତକ୍ଷଣାତ୍,ହଟାତ୍,-ଅଜ୍ଞତାଵଶତଃ-ହେଳାକରି–ସହଜରେ-ଅସାଵଧନାପ୍ରଯୁକ୍ତ
●ଅଛମ୍ଵର–ଅତି ଉତ୍କୃଷ୍ଟ ଚାଷଭୂମି ଯହିଁ ରେ କେବେ ଧୋଇ ମରୁଡ଼ି ହୁଏନି(କଟକ ଅଞ୍ଚଳ)
●ଅଛର–ଅକ୍ଷର
●ଅଛରା–ବିଲରେ ବୁଣାଯିବାକୁ ବତୁରା ହୋଇଥିବା ଧାନମଞ୍ଜି,କୁଲାରେ ପାଛୁଡା଼ ହୋଇଥିବା ଶସ୍ୟାଦି
●ଅଛାଏନ୍–ଅକ୍ଷ,ଅଖ(ପ.ଓ)
●ଅଛାଣ୍ଡ୍– ଅଖ(ଵସ୍ତର)
●ଅଛାଣ୍ଡି–ଅଖ (ପ.ଓ)

::::::କ୍ରମଶଃ::::::
ସୌଜନ୍ୟ:-ପୂର୍ଣ୍ଣଚନ୍ଦ୍ର ଭାଷାକୋଷ

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...