Sunday, June 24, 2018

ଶ୍ଲୋକାନୁଵାଦ-୧


ଇଏ ମୋ ନିଜର
        ସିଏ ଯେ ପର
ବିଚାର ଏ ସଙ୍କୁଚିତ ଭାବଧାରା
ଥାଏ କିଛି ଲୋକଙ୍କର....

ଉଦାର ଯା'ର ହୃଦୟ ବିଶ୍ବେ
ବିଶ୍ବକୁ ଭାବେ ଘର
ବିଶ୍ବବାସୀ ବନ୍ଧୁ ଭ୍ରାତା ଜଗତ କୁଟୁମ୍ବ ତା'ର

ମୂଳ:-
अयं निज: परो वेति गणना लघुचेतसाम् ।
उदारचरितानां तु बसुधैव कुटुम्बकम् ।।
(पंचतंत्र,अपरीक्षित-३८)

No comments:

Post a Comment

ପ୍ରେସର କୁକର: ଏକ ଵୈଜ୍ଞାନିକ, ଐତିହାସିକ ଓ ସାମାଜିକ ଵିଚାର

ଏକ ସାଧାରଣ ଭାରତୀୟ ରୋଷେଇ ଘରର କଥା କଳ୍ପନା କରନ୍ତୁ — ସକାଳର ଵ୍ୟସ୍ତତା, ପିଲାମାନଙ୍କ ସ୍କୁଲ୍ ଯିଵା ପାଇଁ ପ୍ରସ୍ତୁତି, କାର୍ଯ୍ୟାଳୟକୁ ଯିଵା ପାଇଁ ଧାଆଁ ଧଉଡ଼ ଏଵଂ ତ...