Monday, June 4, 2018

ଦେଵଭକ୍ତି

ଗୋଟାଏ ନଗରର କଥା । ସେ ନଗରରେ ଗଣେଶୋତ୍ସଵ ବଡ଼ ଧୁମଧାମରେ ପାଳନ କରାଯାଏ । ଏଠି ପ୍ରଥା ଏମିତି ହେଇଯାଇଛି ଆଜିକାଲି ପ୍ରତ୍ୟେକ ଜାତିର ଲୋକ ନିଜ ନିଜର ଗଣେଶ ମଣ୍ଡପ କରିବା ଆରମ୍ଭ କରିଦେଇଛନ୍ତି । ବ୍ରାହ୍ମଣ,ଖଣ୍ଡେଇତ,ତେଲୀ ଓ କେଉଟ ସଭିଙ୍କ ଗଣେଶ ମିଶି ଚାଳିଶ ପଚାଶ ମଣ୍ଡପ ହେଲାଣି । ନଅ ଦଶ ଦିନ ଯାଏଁ ଭଜନ―କୀର୍ତ୍ତନ,ପୂଜା―ସ୍ତୁତି,ଆରତୀ,ଗାୟନ―ଵାଦନ କାର୍ଯ୍ୟକ୍ରମ ଚାଲେ ।
ଶେଷ ଦିନ ଗଣେଶ ଵିସର୍ଜନର ଯେଉଁ ଶୋଭାଯାତ୍ରା ଯାଏ ସେଥିରେ ସବା ଆଗରେ ବ୍ରାହ୍ମଣଙ୍କ ଗଣେଶ ଯାଆନ୍ତି ।
ଏ ଵର୍ଷ ବ୍ରାହ୍ମଣ ମାନଙ୍କ ଗଣେଶଙ୍କର ରଥ ଉଠିବାରେ ମଠ ହେଇଗଲାରୁ ତେଲୀ ମାନଙ୍କ ଗଣେଶ ଆଗରେ ଚାଲିଗଲେ.....
ଯେତେବେଳେ ଏ କଥା ବ୍ରାହ୍ମଣ ଲୋକେ ଜାଣିଲେ ସେମାନେ ତ ରାଗରେ ପାଚିଗଲେ
କହିଲେ―
“ତେଲୀ ନା ଫେଲୀ―ଆମ ଗଣେଶ ଆଗରେ ଯିବେ”

●ଵ୍ୟଙ୍ଗସମ୍ରାଟ ହରିଶଙ୍କର ପରସାଇଙ୍କର “ଦେଵଭକ୍ତି” ଵ୍ୟଙ୍ଗ କଥାର ଓଡି଼ଆ ଭାଵାନୁଵାଦ●

No comments:

Post a Comment

କଳିଙ୍ଗ ଓ ଇମ୍‌ଜିନ୍ ଯୁଦ୍ଧ: ଓଡ଼ିଆ ଓ କୋରିଆନ୍ ଜାତୀୟ ଗୌରଵର ସମାନ୍ତରାଳ କାହାଣୀ”

ଓଡ଼ିଆ ଜାତି ପାଇଁ କଳିଙ୍ଗ ଯୁଦ୍ଧ(୨୬୧, ଖ୍ରୀଷ୍ଟପୂର୍ଵ)ର ଇତିହାସ ଯେମିତି ଗୁରୁତ୍ୱପୂର୍ଣ୍ଣ ଠିକ୍ ସେହିପରି କୋରିଆନ୍ ଜାତି ପାଇଁ ଇମ୍‌ଜିନ୍ ଯୁଦ୍ଧ (୧୫୯୨–୧୫୯୮) ଗୁରୁ...