Friday, June 1, 2018

●●●●ଆତ୍ମଵଳ●●●●

ଚିର ଆର୍ତ୍ତନାଦ ଵେଦନା ଵିନାଶି

କଣ୍ଠେ ଦିଅ ମୋର ଗୀତ,

ଶୁଣୁ ଚରାଚର ମୋ ଵଂଶୀ ଝଙ୍କାର

କରୁ ତା ନିଖିଳ ନନ୍ଦିତ ।

ମାୟାଜାଲ ବୁଣା ଶେଷ ହେଉ ମୋର

ଗୁନ୍ଥି ବସେ ଫୁଲ ମାଳି,

ଚିର ଅଶ୍ରୁ ରାଶି ଶୁଷ୍କ ହେଉ ମୋ’

ହର୍ଷ ଧାରା ଦିଏଁ ଢାଳି ।

ଦୀର୍ଘ ଅଳସ ଦିଵସ ଯାମିନୀ

ପୂରିଉଠୁ କର୍ମ କୋଳାହଳେ,

ଶକ୍ତି ପ୍ରାଥନା ଲଭୁ ପ୍ରତିଷ୍ଠା

ନିର୍ଭର ପୂର୍ଣ୍ଣ ଆତ୍ମଵଳେ ।

©ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...