ରାଜୀବ ଖଞ୍ଜ ନୟନା 
ନ ଯା ଯମୁନାରେ 
ନ ଯା ଯମୁନା .....
କୃଷ୍ଣ ଅଳା ଭ୍ରମର କୁଞ୍ଜ କୁଟି ଭିତର 
ଝାମ୍ପି ନେବ ଟି ନ ଯା ଯମୁନା 
ରାଜୀବ ଖଞ୍ଜ ନୟନା 
ନ ଯା ଯମୁନାରେ 
ନ ଯା ଯମୁନା .....
କହିବା ସଖି ବାଣୀ 
ଅହିତ ପରା ମଣି 
ରସିକ ଶ୍ରେଣୀ ନ ଯା ଯମୁନା 
ରାଜୀବ ଖଞ୍ଜ ନୟନା 
ନ ଯା ଯମୁନାରେ 
ନ ଯା ଯମୁନା .....
ସେ  ଧୃତ ପୀତ ପଟ୍ଟ
ଜାଣଇ କେତେ କୁଟ
ଯଗିଛି ଘାଟ ନ ଯା ଯମୁନା 
ରାଜୀବ ଖଞ୍ଜ ନୟନା 
ନ ଯା ଯମୁନାରେ ନ ଯା 
ଯମୁନା .....
ଯେ ତୋର ମନୋରଥ 
କହଇ ରଘୁନାଥ 
ସ୍ଵାର୍ଥ ହେବ ଟି ନ ଯା ଯମୁନା
ରାଜୀବ ଖଞ୍ଜ ନୟନା 
ନ ଯା ଯମୁନାରେ ନ ଯା 
ଯମୁନା .....
(ଵି.ଦ୍:-ରଘୁନାଥ ଦାସ କୃତ ଓଡି଼ଶୀ ଗୀତ;କିଛି ସମୟ ପୂର୍ବରୁ କଟକ ଵେତାର କେନ୍ଦ୍ର ରୁ ପ୍ରସାରିତ)
 
No comments:
Post a Comment