Friday, June 15, 2018

ରାଜୀବ ଖଞ୍ଜ ନୟନା ନ ଯା ଯମୁନାରେ ନ ଯା ଯମୁନା

ରାଜୀବ ଖଞ୍ଜ ନୟନା
ନ ଯା ଯମୁନାରେ
ନ ଯା ଯମୁନା .....

କୃଷ୍ଣ ଅଳା ଭ୍ରମର କୁଞ୍ଜ କୁଟି ଭିତର
ଝାମ୍ପି ନେବ ଟି ନ ଯା ଯମୁନା

ରାଜୀବ ଖଞ୍ଜ ନୟନା
ନ ଯା ଯମୁନାରେ
ନ ଯା ଯମୁନା .....

କହିବା ସଖି ବାଣୀ
ଅହିତ ପରା ମଣି
ରସିକ ଶ୍ରେଣୀ ନ ଯା ଯମୁନା

ରାଜୀବ ଖଞ୍ଜ ନୟନା
ନ ଯା ଯମୁନାରେ
ନ ଯା ଯମୁନା .....

ସେ  ଧୃତ ପୀତ ପଟ୍ଟ
ଜାଣଇ କେତେ କୁଟ
ଯଗିଛି ଘାଟ ନ ଯା ଯମୁନା

ରାଜୀବ ଖଞ୍ଜ ନୟନା
ନ ଯା ଯମୁନାରେ ନ ଯା
ଯମୁନା .....

ଯେ ତୋର ମନୋରଥ
କହଇ ରଘୁନାଥ
ସ୍ଵାର୍ଥ ହେବ ଟି ନ ଯା ଯମୁନା

ରାଜୀବ ଖଞ୍ଜ ନୟନା
ନ ଯା ଯମୁନାରେ ନ ଯା
ଯମୁନା .....

(ଵି.ଦ୍:-ରଘୁନାଥ ଦାସ କୃତ ଓଡି଼ଶୀ ଗୀତ;କିଛି ସମୟ ପୂର୍ବରୁ କଟକ ଵେତାର କେନ୍ଦ୍ର ରୁ ପ୍ରସାରିତ)

No comments:

Post a Comment

ପ୍ରେସର କୁକର: ଏକ ଵୈଜ୍ଞାନିକ, ଐତିହାସିକ ଓ ସାମାଜିକ ଵିଚାର

ଏକ ସାଧାରଣ ଭାରତୀୟ ରୋଷେଇ ଘରର କଥା କଳ୍ପନା କରନ୍ତୁ — ସକାଳର ଵ୍ୟସ୍ତତା, ପିଲାମାନଙ୍କ ସ୍କୁଲ୍ ଯିଵା ପାଇଁ ପ୍ରସ୍ତୁତି, କାର୍ଯ୍ୟାଳୟକୁ ଯିଵା ପାଇଁ ଧାଆଁ ଧଉଡ଼ ଏଵଂ ତ...