Saturday, June 16, 2018

●ଓଡ଼ିଆ ଆଞ୍ଚଳିକ ଶବ୍ଦାଵଳୀ―୨●

★ଅଛାରିବା■■■■■ପାଛୁଡି଼ବା(ପାଛୁରିବା–ଢେ)
★ଅଛିଆଁ■■■■■ପଇଡ଼
★ଅଛିଡ଼■■■■■ଅଛିନ୍ନ
★ଅଛିଦ୍ରେ■■■■■ନିଶ୍ଚେଁ ,ନିଃସନ୍ଦେହରେ
★ଅଛୁଆଣି■■■■■ଛପରବନ୍ଦି ହୋଇ ନଥିବା ଘର
★ଅଛୁଆଣିଆ■■■■■ଯେଉଁ ମୂଲିଆ ଘର ଛପର(ଢେ–ଛା‛ଆ’ଣି)କରିବାରେ ଦକ୍ଷ ନୁହେଁ
★ଅଛୁଟ■■■■■ଅଵିଶ୍ରାନ୍ତ,ଅଵିରାମ,ଅତ୍ୟଧିକ
★ଅଛେଦରା(ଅଛଦରା■■■■■ହୀନ,ଜଘନ୍ୟ, ମୂଲ୍ୟହୀନ, ଘୃଣ୍ୟ,ପ୍ରୟୋଜନହୀନ
★ଅଛୋଵ୍/ଅଛୋଭ୍■■■■■ଅଛବ,ଅସ୍ପୃଶ୍ୟ, ହୀନ(ପ.ଓ)
★ଅଛୌର■■■■■ଖିଅର ହୋଇନଥିବା
★ଅଜଙ୍ଗ■■■■■ଅଜଗଵ,ଶିଵଧନୁ
★ଅଜଙ୍ଗମ■■■■■ସ୍ଥିର,ଚିରସ୍ଥାୟୀ
★ଅଜଡ଼■■■■■ଅଜୀର୍ଣ୍ଣ
★ଅଜଡା଼■■■■■ଅଜାଡି଼ବା କର୍ମ,ତୁଛା
★ଅଜନ୍ତରା■■■■■ମଇଳା,ଅସନା,ଅପରିଷ୍କୃତ,ମିଳିଆ
★ଅଜଵିଜ■■■■■ଗୋଳମାଳିଆ,ଅଗଡ଼ଵଗଡ଼(ଗଡ଼ଜାତ)
★ଅଜରା■■■■■ଅଜାରିତ,ଯାହା ଉତ୍ତମ ରୂପେ ଜାରିତ ହୋଇନାହିଁ, ନିର୍ଲଜ(ଗାଳି)
★ଅଜଳା■■■■■ଯହିଁ ରେ ଜଳା ଵା ଛିଦ୍ର ନାହିଁ,ଯାହା ଜଳି ନାହିଁ
★ଅଜାଏତ୍■■■■■ଅଜାତିଆ(ପ.ଓ)
★ଅଜାଗୁରୁ■■■■■ଆପଣର ଗୁରୁଙ୍କ ଗୁରୁ
★ଅଜାଗେ■■■■■ଅଜାଣତେ,ଅଜ୍ଞାତରେ,ଅସାଵଧାତାରେ
★ଅଜାଡ଼■■■■■ଅପଵ୍ୟୟ;ଉଜାଡ଼,ଖାଲି, ଶୂନ୍ୟ
★ଅଜାଡ଼ଵସ୍ତ/ମସ୍ତ■■■■■
ଦେ.ଵିଣ→ଅପଵ୍ୟୟିତ,ଅସ୍ତଵ୍ୟସ୍ତ,ଦୁଷ୍ଟ(ବଗୁଲିଆ),ଅତ୍ୟାଚାରୀ(ହୁରଜୁରିଆ)/ଦେ.ଵି→ଅତ୍ୟାଚାର, ଅପଵ୍ୟୟ
★ଅଜାଡି଼ବା■■■■■କୌଣସି ପଦାର୍ଥ କୁ ବହୁପରିମାଣରେ ଢାଳିବା,ଇଡି଼ବା,
★ଅଜାଣ■■■■■ମୂର୍ଖ, ଅଜ୍ଞ,ନିର୍ଵୋଧ,ଅଜ୍ଞାତ, ଅନଭିଜ୍ଞ
★ଅଜାଣତ■■■■■ଅଜ୍ଞାତ,ଅପରିଚିତ,–ବି.ଣ-ନ ଜାଣି କରି,ଅଚିହ୍ନା ରୂପେ
★ଅଜାଣି ଚମ୍ପା(ଵ୍ୟଙ୍ଗ୍ୟ ପ୍ରୟୋଗ-ସ୍ତ୍ରୀ)■■■■■କୌଣସି କଥା ଜାଣି ମଧ୍ଯ ନ ଜାଣିଲା ଭଳିଆ ଅଭିନୟ କରୁଥିବା ନାରୀ ପ୍ରତି ଵ୍ୟଙ୍ଗୋକ୍ତି ପ୍ରୟୋଗ ହୁଏ
★ଅଜାନି■■■■■ଜୁଆଣି(ଵସ୍ତର-ଭତରୀ-ହଲବୀ ଭାଷା)
★ଅଜାଲ■■■■■ଅଝାଲ,
★ଅଜାଶୁର/ଅଜାଶଶୁର■■■■■ଆପଣା ସ୍ତ୍ରୀ ଵା ସ୍ଵାମୀଙ୍କ ପିତାମହ
★ଅଜିରନ୍■■■■■ଅଜୀର୍ଣ୍ଣ(ପ.ଓ),ଅଜିନ୍ନ(ଗଡ଼ଜାତ)
★ଅଜୁଟ■■■■■ପୂର୍ଣ୍ଣ, ଅଖଣ୍ଡିତ
★ଅଯୋଡ଼■■■■■ଅଯୁକ୍ତ,
★ଅଜ୍ଞାତବ୍■■■■■ଅଜ୍ଞାତ
★ଅଝଟ■■■■■ଉଝଟ,ଏକବାଗିଆ,ଅବୁଝା(ଅନ୍ୟ ରୂପ-ଅଜଟ)
★ଅଝଟିଆ■■■■■ଦେ.ଵିଣ.ଯେ ଅଝଟ କରେ
★ଅଝାଲ■■■■■ନୌକା ,ବୋଇତ ଵା ଜାହଜକୁ ପଵନ ଦ୍ଵାରା ଚଳାଇବାପାଇଁ ଵ୍ୟଵହୃତ ପାଲ ।
ଏ ଶବ୍ଦ ଦେଶଜ ଵିଶେଷଣ ଅର୍ଥ
୧.ଵିଶାଳକାୟ
୨.ଅତିଡେଙ୍ଗା
୩.ନିଵିଡ଼
କଳିଙ୍ଗ ତାହାର ଚରମୋତ୍କର୍ଷ ଲାଭ କାଳରେ ବୋଇତ ଯୋଗେ ଜାପାନ,ଚୀନ,ପୂର୍ବ ଭାରତୀୟ ଦ୍ଵୀପପୁଞ୍ଜ,ପୂର୍ବ ଆଫ୍ରିକା,ଆରବ,ୟୁରୋପ ଆଦି ଅଞ୍ଚଳ ସହ ବୋଇତ ଯୋଗେ ଵ୍ୟଵସାୟ ଵଣିଜ କରିବା ହେତୁରୁ ଲୋକପ୍ରିୟ ଥିଲା । ଏ କଥାକୁ ପ୍ରମାଣିତ କରିଦିଏ ଏହି ଅଝାଲ ଶବ୍ଦ ଟି । ଏହାର ଅନ୍ୟ ତିନୋଟି ଅର୍ଥ ରୁ ସ୍ପଷ୍ଟ ହୁଏ ଯେ ଏକ ସମୟରେ ଓଡ଼ିଶାର ଵୋଇତ ମାନ ଵିଶାଳକାୟ ଥିଲା ଫଳରେ ତହିଁ ର ଅଝାଲ ମଧ୍ଯ ବଡ଼ ହେଉଥିଲା । ବୋଇତ ବଡ଼ ହେଉଥିବା ହେତୁରୁ ଅଝାଲ ଖୁଣ୍ଟ ମଧ୍ଯ ଅତିଡେଙ୍ଗା ଆକାର ର ହେଉଥିଲା ।
★ଅଝାଲ ଖୁଣ୍ଟ■■■■■ମାସ୍ତୁଲ
★ଅଝାଲି■■■■■ଅଝାଲ
★ଅଝୁକା■■■■■ଅମୋଘ,ଅଵ୍ୟର୍ଥ,ଅତୁଟ(ସଂ-ଅଚ୍ୟୁତ)

.....କ୍ରମଶଃ......
ସୌଜନ୍ୟ:-ପୂର୍ଣ୍ଣଚନ୍ଦ୍ର ଭାଷାକୋଷ

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...