Sunday, June 17, 2018

ଗଧ ଓ ନଵାଵ

ଇଂରେଜ ଯୁଗରେ କ୍ଷମତା ଓ ଶାସନ ଉଭୟ ଚାଲିଯାଇ ଦରିଦ୍ର ହୋଇଯାଇଥିବା
ଜଣେ ନଵାଵଙ୍କୁ କୌଣସି କାରଣ ଵସତଃ ଗୋଟେ ଲୋକ ରାଗି କି ହଟାତ୍ ଗଧ କହିଦେଲା.....

କ୍ଷମତା ଥାଉ କି ନଥାଉ
ଯେତେ ଯାହା ହେଲେ ଵି ସେ ଜଣେ ନଵାଵ
ଧନ,ଜନ,ସମ୍ପତ୍ତି ସିନା ଚାଲିଗଲା
କିନ୍ତୁ ତାଙ୍କ ନଵାଵୀପଣ ଆଦୌ ଯାଇନଥାଏ ଯେ
ସେ ଵା କୋଉ ସହିବା ଲୋକ....

ନଵାଵ ରାଗିକି ଏକବାରେ  ଅଗ୍ନିଶର୍ମା ହେଇଗଲେ ଆଉ ସେ ଲୋକ ବିପକ୍ଷରେ କୋର୍ଟରେ କେସ୍ କରିଦେଲେ

କୋର୍ଟରେ ଵିଚାର ଚାଲିଲା....
କୋର୍ଟରେ ଗଧ କହିଥିବା ଲୋକ ଆପଣା ଦୋଷ ମାନିଗଲା ଆଉ କ୍ରୋଧାଵେଷରେ ଏମନ୍ତ କହିଦେଇଛି ବୋଲି ସ୍ଵୀକାର ପୂର୍ଵକ କ୍ଷମା ପ୍ରାଥନା କଲା ।

ସେଇଠୁ ବିଚାରପତି ନଵାଵଙ୍କୁ କହିଲେ
“ଏବେ ଏ ଲୋକ କ୍ଷମା ମାଗିଲାଣି
ଏ ବିଷୟରେ ଆପଣଙ୍କର କିଛି କହିବାର ଅଛି କି ?”
ନଵାଵ ସାହେବ କ୍ଷମାଦେବାକୁ ରାଜି ହୋଇଗଲେ କିନ୍ତୁ ଗୋଟାଏ ସର୍ତ୍ତ ରେ କି ଯେମିତି ସେ ଵ୍ୟକ୍ତି ଆଉ କେଵେ ଵି କୌଣସି ନଵାଵକୁ ଗଧ ନ କହେ !

ଵ୍ୟକ୍ତି ଟି ନଵାଵ ସାହେବଙ୍କ ସର୍ତ୍ତକୁ ସ୍ଵୀକାର କରିନେଲା ଏବଂ ପ୍ରତିଶୃତି ଦେଲା ଯେ ସେ ଆଉ କେବେ ବି କୌଣସି ନଵାଵଙ୍କୁ ଗଧ କହିବ ନାହିଁ ।

ଵିଚାରପତି ସାମାନ୍ୟ ଅର୍ଥଦଣ୍ଡ ଆଦାୟ କରି
ଦୋଷୀକୁ ଛାଡ଼ି ଦେଲେ ।

ଘରକୁ ଫେରିବା ପୂର୍ବରୁ ଵ୍ୟକ୍ତି ଟି ବିଚାରପତିଙ୍କ ପାଖକୁ ଯାଇ ତାଙ୍କୁ ପଚାରିଲା

"ମହାନୁଭଵ, ମୁଁ "ନଵାଵ ସାହେବଙ୍କୁ "ତ କେବେବି ଗଧ କହିବିନି
କିନ୍ତୁ ମୋର ଏହି ଗୋଟାଏ କଥା ସ୍ପଷ୍ଟ କରିବାକୁ କୃପା କରିବେ
ମୁଁ "ଗଧକୁ"  "ନଵାଵ ସାହେବ" କହିପାରିବି କି ନାହିଁ ?”

ଵିଚାରପତି କହିଲେ,
‛ଗଧକୁ ତମେ କିଛି ଵି କହିପାର
ତା କେସ୍ କୋର୍ଟ କୁ ଆସିବାର ନାହିଁ”
ସେ ଲୋକ ଟା "ନଵାଵ ସାହେବଙ୍କ"ଙ୍କ ପାଖକୁ ଗଲା ଆଉ କହିଲା

“ଆଚ୍ଛା !
ନଵାଵ ସାହେବ ଆସୁଛି"

😂😂😂😂

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...