Sunday, June 3, 2018

●ପଞ୍ଚମହାଭୂତ,ପଞ୍ଚମହାତତ୍ତ୍ଵ ଓ ମୌଳିକ ତତ୍ତ୍ୱ●

ସାଂଖ୍ୟଶାସ୍ତ୍ରରେ ପ୍ରକୃତି
“ପଞ୍ଚମହାଭୂତ”ରୁ ସୃଷ୍ଟି ହୋଇଥିବା କୁହାଯାଇଛି
ତାହା ହେଲା:-
●→ବାୟୁ
●→ଅଗ୍ନି
●→ଜଳ
●→ପୃଥିବୀ
●→ଅନ୍ତରୀକ୍ଷ
~ଏଠାରେ ପ୍ରତ୍ୟେକ ତତ୍ତ୍ଵର ପାଞ୍ଚଟି ସ୍ଵରୂପ ଅଛି ~
◆୧.ଅନ୍ତରୀକ୍ଷ
→କ-କାମ
→ଖ-କ୍ରୋଧ
→ଗ-ଲୋଭ
→ଘ-ମୋହ
→ଙ-ଭୟ
(ଏସବୁ ମାନସିକ ଵା ମନରେ ଜାତ ହୁଏ)
◆୨.ଵାୟୁ
→କ-ଦୌଡି଼ବା
→ଖ-ଡେଇଁବା
→ଗ-ଚାଲିବା
→ଘ-ବହିବା
→ଙ-ବୁଲିବା
(ଏସବୁ କାର୍ଯ୍ୟ ସମ୍ଫାଦନ ହେତୁ ଵାୟୁ ଅତ୍ୟାଵଶକୀୟ)

◆୩.ଅଗ୍ନି
→କ-କ୍ଷୁଦା ଵା ଭୋକ
→ଖ-ଶୋଷ
→ଗ-ନିଦ୍ରା
→ଘ-ଆଳସ୍ୟ
→ଙ-ମୁଖମଣ୍ଡଳ
(ଏସବୁ କାର୍ଯ୍ୟର କାରଣ ଶରୀରସ୍ଥ ଅଗ୍ନି)

◆୪.ଜଳ
→କ-ରକ୍ତ
→ଖ-ଵିର୍ଯ୍ୟ
→ଗ-କଫ
→ଘ-ମୁତ୍ର
→ଙ-ଘର୍ମକଣା ଵା ଝାଳ
(ଏସବୁରେ ଜଳ  ଥାଏ)

◆୫.ପୃଥିବୀ
→କ-ହାଡ଼
→ଖ-ମାଂସ
→ଗ-ତ୍ଵଚା ଵା ଚର୍ମ
→ଘ-ନାଡୀ଼
→ଙ- ରୋମ ଵା ଲୋମ
(ଜୀଵ ମୃତ୍ୟୁ ପରେ ଏସବୁ ମାଟିରେ ମିଶିଯାଇ ମୃତ୍ତିକା ଉର୍ବର କରିଥାଏ)

ପ୍ରାଚୀନ ଗ୍ରୀସ୍ ରେ ପ୍ରଚଳିତ ମୂଳତତ୍ତ୍ଵ ଵିଚାରଧାରାରେ ଅନ୍ତରୀକ୍ଷ କୁ ଛାଡ଼ି ବାକି ଚାରୋଟି ଯାକ ତତ୍ତ୍ଵ ଅଵିକଳ ଥିବା ଦେଖିବାକୁ ମିଳିଯାଏ । ଭାରତୀୟ ପଞ୍ଚମହାତତ୍ତ୍ଵ ଥିଓରୀ ସହ  ପ୍ରାଚୀନ ଜାପାନୀ, ରୋମାନ୍ ଓ ଵୌଦ୍ଧ ପଞ୍ଚତତ୍ତ୍ଵ ଥିଓରୀ ର ସାଦୃଶ୍ୟତା ରହିଛି ।

ଚୀନର ତାଓ ଧର୍ମରେ Wu Xing ପଞ୍ଚମହାତତ୍ତ୍ଵ ର ଵର୍ଣ୍ଣନା ମିଳେ ଯାହା ଭାରତୀୟ ମହାପଞ୍ଚତତ୍ତ୍ଵ ଥିଓରୀ ଠାରୁ ଅପେକ୍ଷାକୃତ ଅଳ୍ପ ଵୈଜ୍ଞାନିକ ଅନୁଭୂତ ହୁଏ ।
କାରଣ Wu Xingରେ

●୧.ଜଳ(C-ସ଼ୟ-soui-ଏ ଶବ୍ଦ ଜଳର ନାଦର ଧନ୍ୟାନୁକରଣରୁ ସୃଷ୍ଟି)
●୨.କାଷ୍ଠ(ମୋ଼-mu-ଏହା କାଠ ଭାଙ୍ଗିବାର ଧ୍ଵନ୍ୟାନୁକରଣରୁ ସୃଷ୍ଟି ହୋଇଥାଇପାରେ ଆମେ ଵି ତହିଁ ର ଏକ ଧ୍ଵନ୍ୟାନୁକରଣ ଶବ୍ଦ ଵ୍ୟଵହାର କରନ୍ତି ମଡ୍ ମଡ୍ ଯାହା କି ଭାଙ୍ଗିବାର ଅର୍ଥ କୁ ପ୍ରକଟ କରେ)
●୩.ଧାତୁ(C.jin(ଧାତୁର ଘର୍ଷଣ ରୁ ସୃଷ୍ଟି ଝଣଝଣ ଶବ୍ଦ ପରି ଏକ ଧ୍ଵନ୍ୟାନୁକରଣ ଶବ୍ଦ)
●୪.ପୃଥିବୀ(ଚୀନୀଭାଷାରେ Tu)
●୫.ଅଗ୍ନି(ଚୀ-Huo-ପଵନ ଦ୍ଵାରା ଅଗ୍ନିକୁ ଫୁଙ୍କିବାର ଉପକ୍ରମରୁ ବୋଧହୁଏ ଏ ଶବ୍ଦ ର ସୃଷ୍ଟି)

←ଭାରତୀୟ ପଞ୍ଚମହାତତ୍ତ୍ଵ ଓ ଚୀନୀ ଫାଇଭ୍ ଏଲିମେଣ୍ଟ ମଧ୍ୟରେ ତିନୋଟି common
ତତ୍ତ୍ୱ ହେଲା →
●→ଜଳ
●→ପୃଥିବୀ
●→ଅଗ୍ନି

ୟୁରୋପରେ 16ଶହ ଶତାବ୍ଦୀ ବେଳକୁ ରସାୟନଶାସ୍ତ୍ରର ଆଉଥରେ ଅଧ୍ଯୟନ ଆରମ୍ଭ ହୋଇଗଲା ।
ପୈରାସେଲ୍ସ ତିନୋଟି ଵା ଚାରୋଟି ତତ୍ତ୍ୱ ର ଅଵଧାରଣା ଦେଲେ ଯହିଁ ର ମୂଳାଧାର ଲଵଣ,ଗନ୍ଧକ ଓ ପାରଦ ଵିଵେଚିତ ହେଲା ।
17ଶହ ଶତାବ୍ଦୀ ବେଳକୁ ୟୁରୋପରେ ଏମିତି ଅନେକ ଥିଓରୀ ପ୍ରଚାରିତ ହୋଇଥିଲା ।
1661ରେ ତତ୍ତ୍ୱ ସମ୍ଵନ୍ଧୀୟ ସବୁଠାରୁ ସ୍ପଷ୍ଟ ସଂଜ୍ଞା ପ୍ରଦାନ କରିଥିଲେ ର଼ବୋର୍ଟ ଜାୟଲ କିନ୍ତୁ ଏହାକୁ ସେ ସମୟର ତଥାକଥିତ ଧାର୍ମିକ ନେତା ମାନେ ମାନିନେବାକୁ ଅରାଜି ହୋଇଯାଇଥିଲେ । ତତ୍ତ୍ୱ ଵିଷୟକ ଜାୟଲଙ୍କ ପରିଭାଷା ଥିଲା-ତତ୍ତ୍ୱ ତାକୁ ହିଁ କୁହାଯାଇପାରେ ଯେଉଁଥିରୁ ଯାନ୍ତ୍ରିକ ଓ ରସାୟନିକ ଦ୍ଵାରା ଦୁଇଟି ଭିନ୍ନ ପଦାର୍ଥ ର ସୃଷ୍ଟି ହୋଇନପାରୁଥିବ ।
ସେତେବେଳେ ଏହା ମାତ୍ର ଏକ ପରିଭାଷା ଥିଲା ଏବଂ ଜାୟଲ ଏହାର କୌଣସି ଵୈଜ୍ଞାନିକ ପ୍ରମାଣ ଦେଇପାରିନଥିଲେ । ଏ ପରିଭାଷା କୁ ସତ୍ୟ ପ୍ରମାଣିତ କରିବାକୁ ପ୍ରାୟ 100 ଵର୍ଷ ରୁ ଅଧିକ ସମୟ ଲାଗିଯାଇଥିଲା ।
1774 ରେ ଵୈଜ୍ଞାନିକ ପ୍ରିଷ୍ଟଲୀ ପରିକ୍ଷାଗାରରେ ଅମ୍ଳଜାନ ଗ୍ୟାସ ସୃଷ୍ଟି କରି ଦେଖେଇ ଦେଇଥିଲେ । ଵୈଜ୍ଞାନିକ କୈମ୍ବେଡିଶ୍ 1781ରେ ଅମ୍ଳଜାନ ଓ ଉଦଜାନ ଵ୍ୟଵହାର କରି ପରୀକ୍ଷାଗାରରେ ଜଳ ସୃଷ୍ଟି କରିଦେଲେ ଫଳରେ ସେହିଦିନ ଠାରୁ ଜଳ ମୌଳିକ ଉପାଦାନ ର ଶ୍ରେଣୀରୁ ଭିନ୍ନ ହୋଇ ଯୌଗିକ ଉପାଦାନ ଶ୍ରେଣୀ ରେ ସ୍ଥାନିତ ହୋଇଗଲା ।
1789ରେ ଵୈଜ୍ଞାନିକ ଲାଵ୍ଵାଜ୍ୟେ ଯୌଗିକ ଓ ମୌଳିକ ତତ୍ତ୍ୱ ମଧ୍ୟରେ ଥିବା ପାର୍ଥକ୍ୟ ଵିଷୟକ ଗଵେଷଣାପତ୍ର ପ୍ରକାଶିତ କଲେ । ସେତେବେଳେ ମୌଳିକ ତତ୍ତ୍ୱର ସଂଖ୍ୟା ମାତ୍ର 23 ଥିଲା । 19ଶହ ଶତାବ୍ଦୀରେ ସର୍ ହମ୍ପ୍ରୀ ଡେଵି ଲଵଣର ମୂଳତତ୍ତ୍ଵ ସୋଡିୟମ୍ କୁ ଵି ପୃଥକ କରି କରିଦେଖେଇଥିଲେ । ସେ କ୍ୟାଲସିୟମ ଓ ପୋଟାସିୟମକୁ ଅନ୍ୟ କେତେକ ଯୌଗିକ ରୁ ଅଲଗା କରିବାରେ ସଫଳ ହୋଇଥିଲେ ।
ଵିଂଶଶତାବ୍ଦୀରେ ମୋଜଲୀ ନାମକ ଜଣେ ଵୈଜ୍ଞାନିକ ପରମାଣୁ ସଂଖ୍ୟା ର କଳ୍ପନା ପ୍ରମାଣ ସହ  ଉପସ୍ଥାପନ କରିଥିଲେ ଯା ଫଳରେ ସ୍ପଷ୍ଟ ହୋଇଗଲା ଯେ ସବୁଠାରୁ ହାଲୁକା ଉଦଜାନ ଠାରୁ ଆରମ୍ଭ କରି ସବୁଠାରୁ ଭାରୀ ତତ୍ତ୍ୱ ୟୁରାନିୟମ ଯାଏଁ ପ୍ରକୃତି ରେ ପ୍ରାୟ 100ରୁ ଅଧିକ ମୌଳିକ ତତ୍ତ୍ଵ ହୋଇପାରେ ।
ପରଵର୍ତ୍ତୀକାଳରେ ଵୈଜ୍ଞାନିକ ମାନେ ସମସ୍ତ ମୌଳିକ ତତ୍ତ୍ୱ ର ସୃଷ୍ଟି ସବୁଠାରୁ ହାଲୁକା ତତ୍ତ୍ୱ ଉଦଜାନରୁ ବୋଲି ପ୍ରମାଣ କରିପାରିଥିଲେ । ଏହି ନୂଆ ଅଵଧାରଣା ଅନୁସାରେ ସୃଷ୍ଟିର ଆରମ୍ଭରେ ଉଦଜାନ ଗ୍ୟାସ ହିଁ ପାରମାଣଵିକ ପରିଵର୍ତ୍ତନ ଦ୍ଵାରା ହିଲିୟମ ଓ ଅମ୍ଳଜାନରେ ପରିଵର୍ତ୍ତିତ ହୋଇ ଯଇଥିଲା । ଆଜି ପରୀକ୍ଷାଗାର ମଧ୍ୟରେ ଵୈଜ୍ଞାନିକ ମାନେ ମୌଳିକ ତତ୍ତ୍ୱ ର ଵିଭାଜନ ଓ ତହିଁରୁ ନୂତନ ମୌଳିକ ତତ୍ତ୍ୱ ମଧ୍ଯ ସୃଷ୍ଟି କରିପାରିବାରେ ସକ୍ଷମ ହେଲେଣି ।

ପ୍ରାଚୀନ ଭାରତୀୟ ମାନେ ପଞ୍ଚମହାତତ୍ତ୍ଵ ର ଯେଉଁ ଅଵଧାରଣା ଦେଇଥିଲେ ତାହା ପଦାର୍ଥ ବିଜ୍ଞାନରେ ଵିଶ୍ଵର ପ୍ରାରମ୍ଭିକ ଅଵଧାରଣା ମଧ୍ୟରୁ ଅନ୍ୟତମ କହିଲେ ଅତିଶୟୋକ୍ତି ହେବ ନାହିଁ କିନ୍ତୁ ସମୟ ସହିତ ପଦାର୍ଥ ବିଜ୍ଞାନରେ ଵିଶ୍ଵରେ ଵୈଜ୍ଞାନିକ ଵିଚାରଧାରା ବଦଳିଯାଇଛି ଏବଂ ଆଗକୁ ଏ ଵାଵଦରେ ଆହୁରି ଗଵେଷଣା ହେବାର ଅଛି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...