Wednesday, June 13, 2018

ଭିଡିଓ

ଇଂରାଜୀ ର video ଶବ୍ଦ ଟି ଏକ ଲାଟିନ ଶବ୍ଦ
videō ରୁ ନିଆଯାଇଛି । ଏହି ଲାଟିନ ଶବ୍ଦ
videō ଟି ପ୍ରୋଟୋ ଇଟାଲିକ୍ widēō ରୁ ଆସିଛି ଏବଂ ଏହାର ମୂଳ ପ୍ରୋଟୋ ଇଣ୍ଡୋ ୟୁରୋପୀୟ ରୂପ ହେଲା weyd(ଜ୍ଞାତ,ଦେଖିବା) । ଏହି  PIE root– weyd ହିଁ ଭାରତୀୟ ନୈରୁକ୍ତି ଶାସ୍ତ୍ରର ଧାତୁରୂପ ଵିଦ୍ ଧାତୁ ଅଟଇ ।
ଇଂରାଜୀ Video ଶବ୍ଦ ସହ ପ୍ରାଚୀନ ଗ୍ରୀକ୍ εἴδω(eídō) ସଂସ୍କୃତ–वेत्ति(vétti),ରୁଷି–ви́деть(vídetʹ),ପ୍ରାଚୀନ ଇଂରାଜୀ ର witan(ଆଧୁନିକ ଇଂରାଜୀ-wit),ଜର୍ମାନ୍- wissen,ମାସିଡୋନିଆନ୍-види(vidi),ସ୍ଵେଡିଶ୍ veta ର ମୂଳ PIE root ଧାତୁଗତ ସମ୍ବନ୍ଧ ରହିଛି ।

Video ଶବ୍ଦ ର ମୂଳ ଏକ ପ୍ରୋଟୋ ଇଣ୍ଡୋ ଇରୋପୀୟ ରୁଟ୍-weyd
ଯାହାର ଭାରତୀୟ ନୈରୁକ୍ତି ଶାସ୍ତ୍ର ନିର୍ଦ୍ଧାରିତ ଧାତୁରୂପ ହେଉଛି ଵିଦ୍ ଧାତୁ ।
PIE root -weyd ର ଦୁଇଟି ଅର୍ଥ ରେ ଵ୍ୟଵହାର ହୋଇ ଅନେକ ଭାରୋପୀୟ ଭାଷାରେ ପରେ ଭିନ୍ନ ଭିନ୍ନ ଶବ୍ଦ ସୃଷ୍ଟି ହୋଇଛି । ଏହାର ଅର୍ଥ
୧.ଜ୍ଞାତ,ଜାଣିବା
୨.ଦେଖିବା

ଭାରତୀୟ ନୈରୁକ୍ତି ଶାସ୍ତ୍ର ନିର୍ଦ୍ଧାରିତ ଵିଦ୍ ଧାତୁ ର 
ଅର୍ଥ
୧.ଜାଣିବା

ମୂଳ ଧାତୁ weyd ର ଦୁଇଟି ଭିନ୍ନ ଅର୍ଥ ମଧ୍ୟରେ କୌଣସି ଭାଵଗତ ସମ୍ବନ୍ଧ ଅଛି କି ?
ଥରେ ଭାବନ୍ତୁ ତ ଆପଣ ଜାଣନ୍ତି କେମିତି ?
ଆପଣଙ୍କ ଆଖି, କାନ,ନାକ ଆଦି ଇନ୍ଦ୍ରିୟ ମାନ ସକ୍ରିୟ ହୋଇ ଆପଣଙ୍କର ମସ୍ତିଷ୍କ କୁ ଯେଉଁ ତଥ୍ୟ ପହଞ୍ଚାଅନ୍ତି ତହିଁର ତର୍ଜମା ରୁ ମସ୍ତିଷ୍କ ଠାରୁ ଆପଣ ଜାଣନ୍ତି । ଏହି ଜାଣିବା କାର୍ଯ୍ୟ ରେ ସର୍ଵାଧିକ ଯୋଗଦାନ ଚକ୍ଷୁ ର ଥାଏ କିନ୍ତୁ କେଵଳ ଚକ୍ଷୁ ଯୋଗୁଁ ଆପଣ ଯେ ସବୁ ଜାଣିନିଅନ୍ତି ତା’ ନୁହେଁ । କୌଣସି ଦୃଶ୍ୟ କୁ ଦେଖି ତାହାର ସଠିକ ଆକଳନ କରି ଜାଣିବା ପାଇଁ ଗୋଟାଏ ସୁସ୍ଥ ମସ୍ତିଷ୍କର ନିହାତି ଆଵଶ୍ୟକତା ରହିଛି । ତେଣୁ ଭାରତୀୟ ଭାଷା ର ନୈରୁକ୍ତି ଶାସ୍ତ୍ରରେ ମୂଳ  PIE root -weyd(ଵିଦ୍ ଧାତୁ) ର ସଂକୀର୍ଣ୍ଣ ଅର୍ଥ “ଦେଖିବା”କୁ ତ୍ୟାଗ କରି ତତ୍ ଵଦଳରେ “ଜାଣିବା” ଅର୍ଥ ର ଵହୁଳ ଵ୍ୟଵହାର ହୋଇଅଛି ।  ମୂଳ ଵିଦ୍ ଧାତୁରୁ ବିଦ୍ ଶବ୍ଦ ଜ୍ଞାତ ଅର୍ଥରେ ସିଧାସଳଖ ଵ୍ୟଵହାର ହୁଏ–ଉ–ଭାଷାଵିଦ୍ ଇତ୍ୟାଦି । ଏହି ଵିଦ୍ ଧାତୁ ରୁ ଵେଦ ଭଳି ଶବ୍ଦ ସୃଷ୍ଟି ହୋଇଛି । ବୋଧହୁଏ ଆଗକାଳରେ ଵେଦର ଜ୍ଞାନ ରୂପି ଚକ୍ଷୁ ରେ ଆମ ପୂର୍ଵଜ ଏ ସଂସାରର ଆକଳନ କରୁଥିଲେ ବୋଲି ଏ ଧାତୁରୂପ ର ଜାଣିବା ଅର୍ଥରେ ଏତେ ବହୁଳ ଵ୍ୟଵହାର ହେଲା ଯେ ତା ଆଗରେ ଅନ୍ୟ ଅର୍ଥ ଟି ଲୁଚିଗଲା,ହଜିଗଲା ଵା ଅଦରକାରୀ ହେଇ ଅଵ୍ୟଵହୃତ ରହିଗଲା । ତେବେ ଇଂରାଜୀ ର ଭିଡିଓ ଶବ୍ଦ ପାଇଁ କେହି ଚାହିଁଲେ ଚଳଦୃଶ୍ୟ ଶବ୍ଦ ଟି ଵ୍ୟଵହାର କରିପାରିବେ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...