Tuesday, June 26, 2018

ଅଧା ରହିଯାଏ ମୋ କଥା

ଆଗେ ଯେଉଁ ସ୍ମୃତିରୁ
ଦିନ ମୋହର ରଙ୍ଗୀନ
ହୋଇଯାଉଥିଲା....

ଆଜି ଭାବୁଛି ଯେବେ
ସେହି ସ୍ପର୍ଶ,
ସେହି ପିଲାଦିନ,
ସେହି ସମ୍ପର୍କ ର କଥା ।।

ଲେଖିବାକୁ ଯାଇ ଲେଖି ହେଉ ନାହିଁ
ହାତ ଥରିଯାଏ
ମନ ଡରିଯାଏ
ଦୁଃଖରେ ହୃଦୟୁଁ ଉଠଇ ଵ୍ୟଥା ।।

ତଥାପି ସ୍ଵୟଂ କୁ ସମ୍ଭାଳି
ଲେଖି ବସେ ଯେବେ
ହୃଦୟ କାଗଜେ
ସ୍ମୃତି ର ସେସବୁ ଗାଥା ।।

କି ଭାସିଯାଏ ମୋର
କାଗଜେ ଶବ୍ଦ
ହଜିଯାଏ କାହିଁ
ଲେଖିଲା ଫର୍ଦ୍ଦ
ଗଡି଼ଯାଏ ଦିନ
ବଦଳେ ଜଗତ
ହେଲେ
ଅଧା ରହିଯାଏ ମୋ କଥା ।।

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...