My Blog List

Friday, June 22, 2018

ପାଦେ ହାଇହିଲ ଜୋତା

ପାଦେ ହାଇହିଲ୍ ଜୋତା
ହାତରେ ରଙ୍ଗୀନ ଛତା
ଛାତି ଫୁଲାଇ ଚାଲେ ଗୋ
ମୁଁ ଏ ଯୁଗର ଦୁହିତା-୨
ପାଦେ ହାଇହିଲ୍ ଜୋତା....

ଅଧରେ ମୋହର ଲିପିଷ୍ଟିକ୍ ଗାର
ଶୋଭଇ କୁଞ୍ଚିତ କେଶ
ଶୋଭଇ କୁଞ୍ଚିତ କେଶ

ଉଚ୍ଛୁଳାଇ ମୋର ସୁଗନ୍ଧି ସମ୍ଭାର
ଇଭିଇନିଂଗ୍ ଟେରିସନ
ଇଭିଇନିଂଗ୍ ଟେରିସନ...
ମୁଣ୍ଡେ ଉଡେ଼ ନାଲି ଫିତା
ଖୋଲା ମୋର ବାହୁଲତା
ଛାତି ଫୁଲାଇ ଚାଲେ ଗୋ
ମୁଁ ଏ ଯୁଗର ଦୁହିତା
ପାଦେ ହାଇହିଲ୍ ଜୋତା .....

ପଟା ବ୍ଲାଉଜର ଫାଙ୍କ ଉହାଡେ଼
ଉଙ୍କି ମାରେ ମାଦକତା
ଉଙ୍କି ମାରେ ମାଦକତା
ଝିନ୍ନ ଵସନର ପଣତ ଗଉଡେ଼
କହିବୁଲେ କେତେ କଥା
କହିବୁଲେ କେତେ କଥା

ନାହିଁ ପାଦରେ ଅଳତା
ଅଙ୍ଗେ ଅଙ୍ଗେ ନୂତନତା
ଛାତି ଫୁଲାଇ ଚାଲେ ଗୋ
ମୁଁ ଏ ଯୁଗର ଦୁହିତା
ପାଦେ ହାଇହିଲ୍ ଜୋତା .....

ଯେବେ ମୁଁ ଟହଲେ ନଈ କୂଳେ କୂଳେ
ଖୋଲେ ଜଟକାଙ୍କ ଦଳ
ଖୋଲେ ଜଟକାଙ୍କ ଦଳ
ଭ୍ରୁଲତା ନଚାଇ ଗୀତ ଗାଇ ଗାଇ
କରନ୍ତି ଗୋ ଗଣ୍ଡଗୋଳ
କରନ୍ତି ଗୋ ଗଣ୍ଡଗୋଳ
ମୁଖେ ସୁମଧୁର କଥା
ନାମ ମୋହର ଵନିତା

ପାଦେ ହାଇହିଲ୍ ଜୋତା
ହାତରେ ରଙ୍ଗୀନ ଛତା
ଛାତି ଫୁଲାଇ ଚାଲେ ଗୋ
ମୁଁ ଏ ଯୁଗର ଦୁହିତା
ପାଦେ ହାଇହିଲ୍ ଜୋତା....

(ଏ ଗୀତ ଟି ଏକ ରାଜକପୁରଙ୍କ ଏକ ପ୍ରଶିଦ୍ଧ ଗୀତର ସଂଗୀତ ଅନୁକରଣରେ କରାଯାଇଛି ।ଏ ଗୀତ କୁ ରମ୍ଭା,ଗଞ୍ଜାମ ଜିଲ୍ଲାର ଵିନୋଦିନୀ ଦେଵୀ ଗାଇଥିଲେ । 50 ଦଶକରେ ଓଡ଼ିଆ ଗୀତ ଗାଉଥିବା ଗାୟିକାଙ୍କ ମଧ୍ୟରେ ଏ ଥିଲେ ଅନ୍ୟତମା । କଟକ ଵେତାର କେନ୍ଦ୍ର ଖୋଲିଲା ବେଳକୁ ଵିନୋଦିନୀ ଦେଵୀ ସେଥିରେ ଯୋଗ ଦେଇଥିବା ପ୍ରଥମ ଗାୟିକା ଥିଲେ । ସେ ଚାରୋଟି ଆଲବମ୍ ସହ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତରେ ମଧ୍ଯ କଣ୍ଠଦାନ ଦେଇଛନ୍ତି)

No comments:

Post a Comment