Thursday, June 7, 2018

ମୌସୁମୀ

ବର୍ଷା ର ଏ ଜଳଧାରା  
ନା ମୌସମୀ ଆଖି ର ଲୁହ
କେତେ ଦିନ ପରେ ମାତୃମିଲନ ରେ
ଅବା ହୃଦୟୁ ଉଠଇ କୋହ
ମାତା ଠୁଁ ଦୁରେଇ ଯାଇଥିଲା ଶାଶୁଘର
ରଜ କୁ ଫେରିଛି
ଆଣିଛି ସୁଖ ସମ୍ଭାର
ଶାଶୁଘର କଥା ଭୂଲିଛି ଏବେ ହେଁ
ବାପଘରେ ଯେତେ ସାଙ୍ଗ ଗହଣରେ
ବିତାଏ ସମୟ ତାର
ଅଳି କରେ କେବେ କଳି କରେ କେବେ
କେ କେତେ ଖେଳିଣ ଦୋଳୀ
ଚାଲି ଯାଏ ପୁଣ ଶାଶୁଘର ଦିନେ
ସଭି ଙ୍କୁ ଝୁରି ଝୁରି ।

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...