Sunday, June 3, 2018

●ଆଶିର୍ବାଦ●

ଆମ ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜକୁ ରାଷ୍ଟ୍ରଵାଦୀ ତଥା ହିନ୍ଦୁ ଧର୍ମରକ୍ଷକ ଏବଂ ଧର୍ମଯୁଦ୍ଧା ମନେ କରନ୍ତି । ଏଭଳି ଲୋକ କଥା କଥା କେ ସ୍ଵଦେଶୀ ସ୍ଵଦେଶୀ ହୁଅନ୍ତି । ଏମାନେ ଜନସାଧାରଣଙ୍କ ମଧ୍ୟରେ  ପ୍ରାଚୀନ ହିନ୍ଦୁ ଧର୍ମ( ପ୍ରକୃତରେ ହିନ୍ଦୁ ନୁହେଁ ସନାତନ ଜଗନ୍ନାଥ ଧର୍ମ),ସଂସ୍କୃତି ର ଅଫିମ ବାଣ୍ଟନ୍ତି ଏବଂ ଏହାକୁ ହିଁ ସଂସ୍କୃତି ମନେ କରନ୍ତି ।  ସଂସ୍କୃତି କଣ୍ ତାହା ଏମାନଙ୍କୁ ଠିକ୍ ଭାବରେ ଜଣାନାହିଁ ତେଣୁ ପୁରାତନତାର ହିଁ  ନିଶା ବଣ୍ଟନ କରିଥାନ୍ତି ।

ଏହି ଵିଚାରଧାରରୁ ଅନୁପ୍ରାଣିତ ଜଣେ ସ୍ଵୟଂସେଵକ ଯୁଵକର ଵିଵାହ ଵୈଦିକ ରୀତିନୀତି ସହ ହେଉଥିଲା ।  ତାଙ୍କର ନାଗପୁର ର ଜଣେ ପୂଜ୍ୟ ନେତା ସୌଭାଗ୍ୟଵଶତଃ ନାଗପୁର ରେ ହିଁ ଥିଲେ । ସେ କାର୍ ରେ ବସି ସ୍ଵୟଂସେଵକ କୁ ଆଶିର୍ଵାଦ ଦେବାକୁ ଆସିଲେ ହେଲେ ଯେତେବେଳେ ଦେଖିଲେ ଯେ ସ୍ଵୟଂସେଵକ ଟା ସୁଟ ଟାଇ ପିନ୍ଧି ଵର ଵେଶରେ ବସିଛି, ସେ କ୍ଷୁବ୍ଧ ହୋଇ ସେଇଠୁଁ ହିଁ ଫେରିଗଲେ । ଵିଚରା ସ୍ଵୟଂସେଵକ ଟା ତା’ର ପ୍ରିୟ ପୂଜ୍ୟ ନେତାଙ୍କ ମୂଲ୍ୟଵାନ ଆଶିର୍ବାଦ ପ୍ରାପ୍ତି ରୁ ବଞ୍ଚିତ ହୋଇରହିଗଲେ  ।

ତତ୍ପର ଦିନ ସେ ତାଙ୍କର ପୂଜ୍ୟ ନେତାଙ୍କ ପାଖକୁ ଯାଇ ପହଞ୍ଚିଲେ । ଚରଣ ସ୍ପର୍ଶ କରି ଜିଜ୍ଞାସା କଲେ----
“ମହାଭାଗ ! କଣ୍ ଏ ଦାସ ପ୍ରତି ଆପଣ ଅପ୍ରସନ୍ନ ଅଛନ୍ତି କି ? କାଲି ଵିଵାହ ସମ୍ମିଳନୀଠାକୁ ଆସିଥିଲେ ହେଲେ ଆଶିର୍ବାଦ ନଦେଇ ବାହୁଡି଼ ଗଲେ ଯେ ....!”

ନେତା କହିଲେ-
“ଯେଭେ ଵୈଦିକ ପଦ୍ଧତିରେ ଵିଵାହ ଆୟୋଜନ କରୁଥିଲ ତେବେ ସମସ୍ତ ପରିଵେଶ ଵୈଦିକ ଯୁଗର ହେଵାର ଥିଲା -ଏମନ୍ତ କି ଵେଶଭୂଷା ମଧ୍ଯ.... ! ତୁମେ ସୁଟ ଓ ଟାଇ ପିନ୍ଧିଥିଲ,ତୁମକୁ କୋର୍ଟ ରେ ହିଁ ଵିଵାହ କରିବାର ଥିଲା ! ତୁମ ଵିଵାହରେ ଵୈଦିକ ଵାତାଵରଣ ର ସ୍ନିଗ୍ଧତା ଓ ପଵିତ୍ରତା ଆଦୌ ନଥିଲା ! ତେଣୁ ଏଭଳି ସ୍ଥଳରେ ମୁଁ କିଭଳି ଭାବରେ ରହିପାରିଥାନ୍ତି”

ସ୍ଵୟଂସେଵକଙ୍କର ବୁଦ୍ଧି ର ଯେଉଁ ସୂକ୍ଷ୍ମ ଦ୍ଵାରଟି ଶାଖାରେ ବନ୍ଦ ହୋଇଯାଇଥିଲା ତାହା ପୂର୍ବ ରାତ୍ରରେ ପ୍ରିୟା ସଙ୍ଗେ ସ୍ଵସ୍ଥଭୋଗ ଯୋଗୁଁ ଖୋଲିଯାଇଥାଏ ।

ସ୍ଵୟଂସେଵକ ଵିନମ୍ରତାର ସହ କହିଲା--
“ମାନ୍ୟଵର !!!! ଯଦି ଏମନ୍ତ ଥିଲା ତେବେ ଆପଣଙ୍କୁ ମୋଟରକାରରେ ନୁହେଁ ଵରଂ ରଥ ଉପରେ ବସି ଆସିବାର ଥିଲା ଆଜ୍ଞା” 😂😂😂😂

(ହରିଶଙ୍କର ପରସାଇଙ୍କ ଏକ ଵ୍ୟଙ୍ଗର କିୟଦ ଅଂଶର ଓଡ଼ିଆ ଭାଵାନୁଵାଦ)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...