ପଢି ଶୁଣି ଦେଖି ସବୁ କାଢିଲୁ ଏ ନିଷ୍କର୍ଷ
ଯୋଦ୍ଧା ପରି ଲଢୁଥାଅ ଜୀବନ ହିଁ ସଂଘର୍ଷ ।।
ସର୍ବେ ଆପଣାର ସ୍ଵାର୍ଥ ଦେଖନ୍ତି ଜଗତେ
କେଵଳ ତୋ କର୍ମ ଅଛି ତୋହରି ହାତେ ।।
କର୍ମକ୍ଷେତ୍ରେ ଯେ ନିଜ ଲକ୍ଷ୍ୟ ସାଧି ପାରେ
ସେହି ସିନା ଵିଜୟର ମଧୁ ଚାଖିପାରେ ।।
ପ୍ରକୃତିର ନିୟମ ଏ ବଦଳି ଥାଏ ସଦା
ଚାଲେ ଯେ ଯୁଗ ସାଥେ ନ ହାରଇ କଦା ।।
ମୌନ ଏବେ ପରିଵେଶ ଚାହୁଁଅଛି ହୁଁକାର
ଉଠ ଉଠ ତୁମେ ମାନେ ମଠ ଆଉ ନକର ।।
ଜାଗ ଆଗେ ବଢି ଚାଲ କର ଶକ୍ତି ସନ୍ଧାନ
ଦୃଢ ସଂକଳ୍ପ ନେଲେ ହିଁ ହେବ ନଵନିର୍ମାଣ ।।
ଏମିତି କିଛି କରିଚାଲ ବଢୁ଼ ଵିଶ୍ଵେ ମାନ
ଜଗତର ଭିଡ଼ ମଧ୍ୟେ ମିଳିଯାଉ ସମ୍ମାନ ।।
Thursday, June 28, 2018
ଆହ୍ଵାନ
Subscribe to:
Post Comments (Atom)
କଳିଙ୍ଗ ଓ ଇମ୍ଜିନ୍ ଯୁଦ୍ଧ: ଓଡ଼ିଆ ଓ କୋରିଆନ୍ ଜାତୀୟ ଗୌରଵର ସମାନ୍ତରାଳ କାହାଣୀ”
ଓଡ଼ିଆ ଜାତି ପାଇଁ କଳିଙ୍ଗ ଯୁଦ୍ଧ(୨୬୧, ଖ୍ରୀଷ୍ଟପୂର୍ଵ)ର ଇତିହାସ ଯେମିତି ଗୁରୁତ୍ୱପୂର୍ଣ୍ଣ ଠିକ୍ ସେହିପରି କୋରିଆନ୍ ଜାତି ପାଇଁ ଇମ୍ଜିନ୍ ଯୁଦ୍ଧ (୧୫୯୨–୧୫୯୮) ଗୁରୁ...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ବିଶେଷ୍ୟ, ବିଶେଷଣ ଓ ସର୍ବନାମ ଶବ୍ଦ ମାନଙ୍କ ପରେ ବିଶେଷ ବିଶେଷ ଅର୍ଥରେ ଯେଉଁ ପ୍ରତ୍ୟୟମାନ ଯୋଗକରାଯାଇ ନୂତନ ଶବ୍ଦ ଗଠିତ ହୁଏ ସେଭଳି ବ୍ୟାକରଣଗତ ନିୟମକୁ ତଦ୍ଧିତ କୁ...
No comments:
Post a Comment